ମାଲିକ ଜେଲ ଗଲା ପରେ ପାଗଳ ହୋଇଗଲା ହାତୀ…ଏବେ ହାତୀକୁ ଉଦ୍ଧାର କଲେ ବନ ବିଭାଗ ।

ମାଲିକ ଜେଲ ଚାଲିଗଲା । ଅନ୍ୟ ପଟେ ହାତୀ ଟି ପାଗଳ ହୋଇଗଲା । ହାତୀ ଟି ନିଜ ମାଲିକ କୁ ସବୁଆଡେ ଖୋଜା ଖୋଜି କରିଥିଲା । ଆଉ ଶେଷରେ ହାତୀ ଟି ଖୋଜି ଖୋଜି ମାଲିକ ଙ୍କୁ ଥକି ଗଲା । ଯେବେ ମାଲିକ କୁ ହାତୀ ଟି ପାଇଲା ନାହିଁ ସେତେବେଳେ ସେ ଖାଲି ପାଗଳ ଭଳି ହୋଇ ଯାଇଥିଲା । ଏବେ ବେହସାର ହୋଇ ଯାଇଛି ହାତୀ ଟି । କାରଣ ହାତୀ ର ମାଲିକ ଏମିତି କିଛି କାମ କରିଛି ଯାହା ପାଇଁ ସେ ଜେଲ ଯାଇଛଛି ।

ହଁ ଦର୍ଶକ ବନ୍ଧୁ ହାତୀ ର ମାଲିକ ଗଞ୍ଜେଇ ଚୋରା ଚାଲାଣ କରୁଥିଲା । ଆଉ ଏହା ପରେ ବନ ବିଭାଗ ହାତୀ ର ମାଲିକକୁ ଧରିଥିଲା । ଏବେ ଜେଲରେ ଅଛି ହାତୀର ମାଲିକ । ମାଲିକ ଭୁଲ କରିଛି ଆଉ ସେ ଜେଲରେ ଦଣ୍ଡ ଭୋଗୁଛି । କିନ୍ତୁ ଏପଟେ ହାତୀ ଟି ମାଲିକ କୁ ଖୁରୁ ଝୁରି ଲୁହ ଗଡାଉଛି । ବୌଦ୍ଧ ଜିଲ୍ଲା କଣ୍ଟକରାଜ ଅଞ୍ଚଳରେ ଏହି ହାତୀ ଟି ଆତଙ୍କ ରାଜ ଚଳାଇଥିଲା ।

କାରଣ ଏ ହାତୀ ଟି ନିଜ ମାଲିକ କୁ ଯେତେ ଖୋଜା ଖୋଜି କରିଥିଲା ତାକୁ ପାଇ ନ ଥିଲା । ସେଥିପାଇଁ ପାଗଳ ବଳି ହୋଇ ଯାଉଥିଲା ହାତୀ ଟି । ଏଣୁ ବନ ବିଭାଗ ହାତୀ କୁ କାବୁ କରି ହାତୀ ସରକ୍ଷଣ କେନ୍ଦ୍ର କୁ ନେଇ ଯାଇଛି । ଏହି ଦନ୍ତା ହାତୀ ଟି ହେଉଛି ପୋଷା ହାତୀ । କିନ୍ତୁ ଏହି ହାତୀ ର ମାଲିକ ଗଞ୍ଜେଇ ଚାଲାଣ ଚୋରା କାରୋବାର ରେ ଧରା ପଡିଓ ଏବେ ଜେଲ ଯାଇଛି ।

ଅନେକ ସମୟ ଧରି କଣ୍ଟାମଳ ଅଞ୍ଚଳ ରେ ଏହି ପୋଷା ହାତୀ ଟି ଉତପାତ କରୁଥିଲା । ଏମିତି କି ଦୁଇ ଜଣଙ୍କର ଜୀବନ ନେଇ ଯାଇଥିଲା ଏହି ଦନ୍ତା ହାତୀ ଟି । ଏବେ ଏହି ଦନ୍ତା ହାତୀ ଟିକୁ କବାଉ କରି ଢେଙ୍କାନାଳ କପିଳାସ ହାତୀ ସରକ୍ଷଣ କୁ ଅଣା ଯାଇଛି । ତେବେ ଏହି ଦନ୍ତା ଟି କୁ ଏବେ କାବୁ କରି ନେଇଛି ବନ ବିଭାଗ । ଆଉ ସୁରକ୍ଷିତ ଭାବେ ତାକୁ ହାତୀ ସରକ୍ଷଣ କୁ ପଠା ଯାଇଛି ।

ତେବେ ମାଲିକ ଜେଲ ଯିବା ପରେ ହାତୀ ଟି ଏମିତି ପାଗଳ ଭଳି ହେଉଥିଲା କି ଯାହା ପାଇଁ ଦୁଇ ଜଣଙ୍କର ଜୀବନ ମଧ୍ୟ ନେଇ ଯାଇଛି । ତେବେ ମାଲିକ ର ଭୁଲ ପାଇଁ ଏ ନିରୀହ ହାତୀ ଟି ଏବେ ଦଣ୍ଡ ଭୋଗୁଛି ।   ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।