ରାସ୍ତା କଡରୁ ପଲିଥିନ ଭର୍ତ୍ତି ମିଳିଲା 1 ଲକ୍ଷ 53 ହଜାର ଟଙ୍କା , ଲୋକେ ଦେଖି ହୋଇଗଲେ କାବା ।

ରାସ୍ତା ରୁ ମିଳିଛି ଲକ୍ଷାଧିକ ଟଙ୍କା ଭର୍ତ୍ତି ହୋଇଥିବା ଏକ ବ୍ୟା । ଯାହାକୁ ଦେଖିବା ପରେ ଭିଜିଲାନ୍ସ ବିଭାଗ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛି । ଯେତେ ଖୋଲିଲେ ସେତେ ବାହାରୁଛି । ଆଉ ସେହି ପଲିଥିନ ରେ ଖୁବ ସୁନ୍ଦର ଭାବେ ସଜା ହୋଇ ରହିଛି ବିଡା ବିଡା ଟଙ୍କା । ଯାହାର ମୂଲ୍ୟ ପାଖା ପାଖି 1 ଲକ୍ଷ 53 ହଜାର ହେବ ବୋଲି ଜଣା ପଡିଛି । ଗରିବ ଲୋକଙ୍କର ତଣ୍ଟି ଚିପି ଟଙ୍କାର ପାହାଡ ଉପରେ ଛିଡା ହୋଇଛନ୍ତି ବଡ ବଡିଆ ଲୋକ ମାନେ ।

ସହେ କି ଦୁଇ ସହ ସହ ନୁହେଁ ଲକ୍ଷାଧିକ ଟଙ୍କା ଯାହାକୁ କୌଶଳ କ୍ରମରେ ବାଇକ ରେ ନେଉଥିବା ବେଳେ ରେଡ ହ୍ୟାଣ୍ଡ ରେ ଧରା ପଡିଗଲେ ଫରେଷ୍ଟ ଗାର୍ଡ । ସବୁ ଥର ଭଳି ଏଥର ମଧ୍ୟ ପୁଳା ପୁଳା ଟଙ୍କା ଦେଖିବାକୁ ମିଳିଛି । କିନ୍ତୁ ଟଙ୍କା ଗୁଡିକ ପେଟି କି ଆଲମାରି ରେ ଭର୍ତ୍ତି ହୋଇ ନାହିଁ ବରମ ପଲିଥିନ ରେ ଭର୍ତ୍ତି କରିକ ନେଉଥିବା ଧରି ନେଇଛି ଭିଜିଲାନ୍ସ ଟିମ । ଆଉ ସେହି ଫରେଷ୍ଟ ଗାର୍ଡ ଜଣକ ଲକ୍ଷାଧିକ ତାଙ୍କର କାରୋବାର କରୁଥିବା ବେଳେ ପୋଲିସ ହାତରେ ଧରା ପଡି ଯାଇଛନ୍ତି ।

ବିଶେଷ ସୂତ୍ର ରୁ ଖବର ପାଇବା ପରେ ପହଞ୍ଚି ଯାଇଥିଲା ଭିଜିଲାନ୍ସ । ଆଉ ଏହା ପରେ ଫେଷ୍ଟ ଗାର୍ଡ ଙ୍କ ସହ ଏଭଳି କିଛି ଘଟଣା ଘଟିଥିଲା । ସୂଚନା ଅନୁଯାୟୀ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରା ପଡିଲେ ନନ୍ଦହାଣ୍ଡି ବ୍ଲକ ଜଗନ୍ନାଥପୁର ବିଟ ଫରେଷ୍ଟ ଗାର୍ଡ ବିନାୟକ ସୋରି । ସେ ବାଇକ ରେ 1 ଲକ୍ଷ 53 ହଜାର ଟଙ୍କା ନେଇ ଯାଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ।

କୌଣସି ବିଶେଷ ସୂତ୍ର ରୁ ଖବର ପାଇବା ପରେ ତେନ୍ତୁଳୀ ଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଠାରୁ ନନ୍ଦହାଣ୍ଡି ବ୍ଲକ ଜଗନ୍ନାଥପୁର ବିନାୟକ ସୋରି ଯାଉଥିବା ସମୟରେ ଭିଜିଲାନ୍ସ ଟିମ ଅଟକ ରଖିକି ପଚରା ଉଚରା କରିବା ସହ 1 ଲକ୍ଷ 53 ହଜାର ଟଙ୍କା ତାଙ୍କ ବାଇକ ରୁ ଜବତ କରିଛି । ଏହା ସହ ବିନାୟକ ଙ୍କର ନବରଙ୍ଗପୁର ରେ ଥିବା ଏକ ଭଡା ଘରେ ମଧ୍ୟ ଭିଜିଲାନ୍ସ ଟିମ ତଦନ୍ତ ଚାଲିଛି ।

ବର୍ତ୍ତମାନ ବିନାୟକ ସୋରି ଙ୍କୁ ଅଟକ ରଖିକି ଅଧିକ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ । ତେବେ ନବରଙ୍ଗପୁର ଜିଲ୍ଲା ଭିଜିଲାନ୍ସ ଟିମ ର ଜୟଶ୍ରୀ ପ୍ରଧାନ, ସଞ୍ଜୟ କୁମାର ପ୍ରଧାନ ଓ ଅନ୍ୟାନ୍ୟ ଏହି ଭିଜିଲାନ୍ସ ଏହି ଚଢାଉ ରେ ସାମିଲ ଅଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।