ଓଲଟା ଦିଗରେ ବହିଥାଏ ଏହି ନଦୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଭାରତର ଅଧିକାଂଶ ନଦୀ ଗୋଟିଏ ହିଁ ଦିଗରେ ବହିଥାଏ ମାନେ ପଶ୍ଚିମରୁ ପୂର୍ବ ଦିଗ ଆଡକୁ ପ୍ରବାହିତ ହୋଇଥାଏ । କିନ୍ତୁ ନର୍ମଦା ନଦୀର ପ୍ରବାହ ସବୁବେଳେ ପୂର୍ବରୁ ପଶ୍ଚିମ ଆଡକୁ ହୋଇଥାଏ । ମାନେ ନର୍ମଦା ନଦୀ ଓଲଟା ପ୍ରବାହିତ ହେଉଥିବା ଏକମାତ୍ର ନଦୀ ଅଟେ । ଗଙ୍ଗା ସହିତ ଅନ୍ୟ ନଦୀ ଯେଉଁଠି ବଙ୍ଗାଲର ଖାଡିରେ ମିଶିଥାଏ ସେଠି ନର୍ମଦା ନଦୀ ବାଙ୍ଗାଲର ଖାଡିର ବିପରୀତ ଆରବ ସାଗରରେ ଯାଇ ମିଶିଥାଏ ।

ଏହି ନଦୀ ଭାରତର ମଧ୍ୟ ଭାଗରେ ପୂର୍ବରୁ ପଶ୍ଚିମ ଆଡକୁ ପ୍ରବାହିତ ହେଉଥିବା, ମଧ୍ୟ ପ୍ରଦେଶ ଓ ଗୁଜୁରାଟର ଏକ ପ୍ରମୁଖ ନଦୀ ଅଟେ । ନର୍ମଦା ନଦୀକୁ ଗଙ୍ଗା ସମାନ ପବିତ୍ର କୁହାଯାଏ । ଏହି ନଦୀ ମୈକାଲ ପର୍ବତର ଅମରକଂଟକ ଶିଖରରୁ ବାହାରିଥାଏ ଓ ଏହାର ଉଦ୍ଭବ ସ୍ଥଳ ଠାରୁ ନେଇ ଏହାର ସଙ୍ଗମସ୍ଥଳ ପର୍ଯ୍ୟନ୍ତ ଦଶ କୋଟି ତୀର୍ଥ ସ୍ଥଳ ଅଛି । ନର୍ମଦା ନଦୀର ଓଲଟା ପ୍ରବାହର ଭୌଗୋଳିକ କାରଣ ଏହା ରିଫ୍ଟ ଭ୍ୟାଲିରେ ଅବସ୍ଥିତ କିନ୍ତୁ ପୁରାଣ ଅନୁସାରେ ଏହା ସହିତ ବିଭିନ୍ନ କାହାଣୀ ଜଡିତ ଅଛି ।

ନର୍ମଦାଙ୍କ ଜନ୍ମ ସହ ଜଡିତ କାହାଣୀ ପ୍ରଚିଳିତ ଅଟେ କି ଭଗବାନ ଶିବଙ୍କ ଝାଳରୁ ନର୍ମଦା ନଦୀର ଉତ୍ପତ୍ତି ହୋଇଛି । ନର୍ମଦା ପ୍ରକଟ ହେବା ମାତ୍ରେ ହିଁ ଏମିତି ଚମତ୍କାରିକ ଲୀଳା କରିଲେ ଯାହାକୁ ଦେଖି ଶିବ – ପାର୍ବତୀ ଆଶ୍ଚର୍ଯ୍ୟ ହୋଇଗଲେ ଓ ଏହା ପରେ ନର୍ମଦାର ନାମକରଣ କରାଗଲା । ଯାହାର ଅର୍ଥ – ସୁଖ ଦେଉଥିବା । ଏହି ନଦୀର ଅନ୍ୟ ନାମ ରେବା ନଦୀ ବି ଅଟେ ।

ନର୍ମଦା ନଦୀର ଓଲଟା ପ୍ରବାହ ହେବାର ଜଡିତ ଅନ୍ୟ ଏକ କାହାଣୀ ପ୍ରଚଳିତ ଅଛି ଯାହା ଅନୁସାରେ, ନର୍ମଦାଙ୍କ ବିବାହ ସୋନଭଦ୍ର ନଦୀ ସହ ଠିକ ହୋଇଥିଲା । କିନ୍ତୁ ନର୍ମଦାଙ୍କ ବନ୍ଧୁ ଜୋହିଲାଙ୍କ କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଦୂରତା ଆସିଗଲା ଓ ଏହା ଦ୍ଵାରା କ୍ରୋଧିତ ହୋଇ ନର୍ମଦା ଆଜୀବନ କୁଆଁରୀ ହୋଇ ରହିବେ ଓ ବିପରୀତ ଦିଗରେ ପ୍ରବାହ କରିବା ପାଇଁ ନିର୍ଣ୍ଣୟ ନେଲେ ଓ ଭୌଗୋଳିକ ସ୍ଥିତିକୁ ଦେଖିବା ପରେ ବି ଏହା ଜଣା ପଡିଥାଏ କି ନର୍ମଦା ନଦୀ ଏକ ବିଶେଷ ସ୍ଥଳରେ ସୋନଭଦ୍ର ନଦୀ ଠାରୁ ଅଲଗା ହେଉଛି ।

ଏହାର ବିପରୀତ ବାୟୁ ପୁରାଣ, ବିଷ୍ଣୁ ପୁରାଣ ଓ ମହାଭାରତର କିଛି କାହାଣୀ ଅନୁସାରେ ନର୍ମଦା ନାଗମାନଙ୍କର ଭଉଣୀ ଥିଲେ । ଯାହାର ବିବାହ ଭଗବାନ ରାମଙ୍କ ଇକ୍ଷ୍ୱାକୁ ବଂଶର ରାଜା ପୁରୁକୁତ୍ସ ସହ ହୋଇଥିଲା ଓ ନର୍ମଦାଙ୍କ ଏକ ପୁଅ ବି ଥିଲା ଯାହାର ନାମ ତ୍ରସଦସ୍ୟୁ ଥିଲା ।