ଏହି ଦେଶରେ ୧୦୦ ବର୍ଷରୁ ବି ଅଧିକ ସମୟ ହେବ ମାଛ ବର୍ଷା ହେଉଛି, ଅଜବ କାରଣ କୁହନ୍ତି ଲୋକମାନେ

ଆକାଶରୁ ପାଣି, ବରଫ ପଡିବା ବିଷୟରେ ଆପଣ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ କଣ କେବେ ଆକାଶରୁ ମାଛ ବର୍ଷା ହେଉଥିବାର ଦେଖିଛନ୍ତି । କିନ୍ତୁ ଦୁନିଆରେ ଏକ ଏମିତି ସ୍ଥାନ ଅଛି, ଯେଉଁଠି ସବୁ ବର୍ଷ ମାଛମାନଙ୍କର ବର୍ଷା ହୋଇଥାଏ । ଏହି ସ୍ଥାନରେ ଗତ ୧୦୦ ବର୍ଷରୁ ଏହି ଅଜବ ଗଜବ ଘଟଣା ଘଟୁଛି । ଏହି ଦେଶର ନାମ ହୋଂଡୁରାସ ଅଟେ । ଯାହା ମ୍ୟାକ୍ସିକୋ ପାଖରେ ଅବସ୍ଥିତ ।

ଏଠାରେ ଦୁଇ କିମ୍ବା ତିନି ବର୍ଷ ନୁହେଁ ବରଂ ୧୦୦ ବର୍ଷରୁ ବି ଅଧିକ ସମୟ ହେବ ଏହି ସ୍ଥାନରେ ମାଛମାନଙ୍କର ବର୍ଷା ହେଉଛି । କେବେ ବର୍ଷକୁ ଥରେ ତ କେବେ କେବେ ବର୍ଷକୁ ଦୁଇ ଥର ଏମିତି ହୋଇଥାଏ । ଏହି ଅଜବ ଗଜବ ଘଟଣା ବସନ୍ତ ଋତୁର ଶେଷ ସମୟରେ କିମ୍ବା ଗରମ ଦିନର ଆରମ୍ଭ ସମୟରେ ହୋଇଥାଏ । କହିବାକୁ ଗଲେ ହୋଂଡୂରାସରୁ ଆଟଲାଂଟିକ ସାଗରର ଦୂରତା ୨୦୦ କିଲୋମିଟର ଅଟେ ।

ବୈଜ୍ଞାନିକମାନେ ମାଛ ଗୁଡିକର ବର୍ଷା ହେବାର କାରଣ ଆଟଲାଂଟିକ ସାଗର କହୁଛନ୍ତି । କିନ୍ତୁ ଏଠି ରହୁଥିବା ଲୋକମାନଙ୍କର କିଛି ଅଲଗା ହିଁ ମାନିବା ଅଟେ । ସେମାନେ ଏହାକୁ ଭଗବାନଙ୍କ ଚମତ୍କାର ବୋଲି ମାନନ୍ତି । ହୋଂଡୂରାସର ଲୋକମାନେ ମାଛର ବର୍ଷା ଉପରେ କୁହନ୍ତି କି ୧୯ତମ ଶତାବ୍ଦୀରେ ଏଠିକାର ଲୋକମାନଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା । ଯେଉଁ କାରଣରୁ ଲୋକମାନେ ଭୋକିଲା ମୃତ୍ୟୁ ବରଣ କରୁଥିଲେ ।

ଏସବୁ ସେଠି ରହୁଥିବା ଏକ ସ୍ପେନିଶ ପାଦରୀ ଦ୍ଵାରା ଦେଖା ଗଲା ନାହିଁ । ସେଥିପାଇଁ ସେ ତିନି ଦିନ ଓ ତିନି ରାତି ପର୍ଯ୍ୟନ୍ତ ଲଗାତାର ପ୍ରାର୍ଥନା କରି ଭଗବାନଙ୍କୁ କହିଲା କି ସେ ଏଠିକାର ଗରିବ ଲୋକମାନଙ୍କ ପାଇଁ କିଛି ଚମତ୍କାର ଦେଖାନ୍ତୁ ଓ ତାଙ୍କର ଖାଦ୍ୟର ବ୍ୟବସ୍ଥା କରନ୍ତୁ । କୁହନ୍ତି କି ପାଦରୀର ପ୍ରାର୍ଥନା କାରଣରୁ ହୋଂଡୂରାସରେ ଅନ୍ଧକାର ହୋଇଗଲା ଓ ଏହା ପରେ ଆକାଶରୁ ମାଛ ବର୍ଷା ହେଲା । ସେହି ସମୟରୁ ଏହି ଚମତ୍କାର ସବୁ ବର୍ଷ ହେଉଛି ।

କୁହାଯାଏ କି ମାଛମାନଙ୍କର ବର୍ଷା ହେବା ପୂର୍ବରୁ ଏଠି ମୁଶଳଧାରା ବର୍ଷା ହୋଇଥାଏ ଓ ଏତେ ଜୋରରେ ବିଜୁଳି ମାରିଥାଏ କି କେହି ବି ଘରୁ ବାହାରକୁ ବାହାରିବା ପାଇଁ ସାହସ କରନ୍ତି ନାହିଁ ।

ଯେତେବେଳେ ବର୍ଷା ବନ୍ଦ ହୋଇଯାଏ ଓ ମୌସମ ସଫା ହୋଇଯାଏ ତେବେ ଲୋକମାନେ ନିଜ ନିଜ ଘରୁ ବାଲଟି ଓ ଝୁଡି ନେଇ ବାହାରନ୍ତି ଓ ରାସ୍ତା ଉପରେ ପଡି ଥିବା ଲକ୍ଷ ଲକ୍ଷ ମାଛକୁ ଉଠାଇ ନେଇ ଯାଆନ୍ତି । ଏହା ସେହି ସମୟ ହୋଇଥାଏ, ଯେତେବେଳେ ଲୋକମାନଙ୍କୁ ବିନା ପରିଶ୍ରମରେ ସୀଫୁଡ (ସାମୁଦ୍ରିକ ଖାଦ୍ୟ) ଖାଇବାକୁ ମିଳିଥାଏ ।