ହିନ୍ଦୁ ଧର୍ମରେ ନବଜାତ ଶିଶୁର ପାର୍ଥିବ ଶରୀରକୁ ଅଗ୍ନି ଦେବା ପରିବର୍ତ୍ତେ ମାଟିରେ କାହିଁକି ପୋତି ଦିଆଯାଏ, ଜାଣନ୍ତୁ

ପୁରା ଦୁନିଆରେ ବହୁତ ଧର୍ମ ଓ ଜାତି ଅଛି । ଏମିତିରେ ସବୁ ଧର୍ମର ନିଜର ଅଲଗା ପରମ୍ପରା ଓ ନୀତି ନିୟମ ହୋଇଥାଏ । ଏହି ନିୟମ ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଅଲଗା ଅଲଗା ହୋଇଥାଏ । ଆପଣଙ୍କୁ କହିଦେଉଛୁ କି ଯେତେବେଳେ ମୁସ୍ଲିମ କିମ୍ବା ଇସାଇ ଧର୍ମରେ କାହାର ମୃତ୍ୟୁ ହୋଇଯାଏ ତେବେ ମୃତକର ଶବକୁ ମାଟିରେ ପୋତି ଦିଆଯାଏ । କିନ୍ତୁ ଅନ୍ୟ ପଟେ ଏହାର ବିପରୀତ ଯେତେବେଳେ ହିନ୍ଦୁ ଧର୍ମରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତେବେ ତାହାର ଶବକୁ ଅଗ୍ନି ଦିଆଯାଏ ।

କିନ୍ତୁ କଣ ଆପଣ ଏହି କଥାକୁ କେବେ ନୋଟିସ କରିଛନ୍ତି କି ଯେତେବେଳେ ହିନ୍ଦୁ ଧର୍ମରେ କୌଣସି ନବଜାତ ଶିଶୁର ନିଧନ ହୋଇଯାଏ ତେବେ ତାକୁ ଜଳାଇବା ପରିବର୍ତ୍ତେ କାହିଁକି ମାଟିରେ ପୋତି ଦିଆଯାଏ । ଆଜି ଆମେ ଆପଣଙ୍କୁ ଏହାର ଏକ ଖାସ କାରଣ କହିବାକୁ ଯାଉଛୁ । ଏହା ସହିତ ଏହା ବି କହିବୁ କି କେତେକ ବଡ ବଡ ସନ୍ଥଙ୍କ ପାର୍ଥିବ ଶରୀରକୁ ବି ଅଗ୍ନି ଦେବା ପରିବର୍ତ୍ତେ କାହିଁକି ସମାଧି ଦିଆଯାଏ ।

ଚାଲନ୍ତୁ ପ୍ରଥମେ ଏହି କଥାକୁ ଭଲ ଭବାରେ ଜାଣି ନେବା କି ହିନ୍ଦୁ ଧର୍ମରେ ମୃତକକୁ ମାଟିରେ ପୋତି ଦେବା ପରିବର୍ତ୍ତେ କାହିଁକି ଜଳାଇ ଦିଆଯାଏ ? କହିବାକୁ ଗଲେ ହିନ୍ଦୁ ଧର୍ମରେ ଏହା ମାନ୍ୟତା ଅଛି କି ନିଆଁ ଏକ ଏମିତି ପ୍ରବେଶ ଦ୍ଵାର ଅଟେ ଯାହା ମାଧ୍ୟମରେ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କରାଯାଇ ପାରିବ । ଏହା ସହିତ ହିନ୍ଦୁ ଧର୍ମରେ ମାନ୍ୟତା ଅଛି କି ଅନ୍ତିମ ସଂସ୍କାରରେ ଶବକୁ ଏଥିପାଇଁ ଜଳାଇ ଦିଆଯାଏ ଯାହା ଦ୍ଵାରା ସେହି ବ୍ୟକ୍ତିର ଶରୀର ସହ ଆତ୍ମାର କୌଣସି ସମ୍ପର୍କ ରହିବ ନାହିଁ ।

ଏମିତିରେ ସେ ସେହି ଶରୀରକୁ ସହଜରେ ଛାଡିଦିଏ ଓ ଆଧ୍ୟାତ୍ମିକ ଦୁନିଆ ଆଡକୁ ଅଗ୍ରସର ହୋଇ ମୁକ୍ତି ପ୍ରାପ୍ତ କରିନିଏ । କହିଦେଉଛୁ କି ହିନ୍ଦୁ ଧର୍ମ ଅନୁସାରେ ମୃତ ବ୍ୟକ୍ତିଙ୍କ ଶରୀରର ଦାହ ସଂସାର ୬ ଘଣ୍ଟା ମଧ୍ୟରେ କରିନେବା ଉଚିତ । ତେବେ ବର୍ତ୍ତମାନ ଜାଣିବା କି ହିନ୍ଦୁ ଧର୍ମରେ ଜୀତେବେଳେ କୌଣସି ନବଜାତ ଶିଶୁର ନିଧନ ହୋଇଯାଏ ତେବେ ତାକୁ ଜଳାଇବା ପରିବର୍ତ୍ତେ ମାଟିରେ ପୋତି ଦିଆଯାଏ କାହିଁକି ?

ଏହାର କାରଣ ଏହା ଅଟେ କି ନବଜାତ ଶିଶୁର ଆତ୍ମାର ତାହାର ଶରୀର ସହ ସମ୍ପର୍କ ବହୁତ କମ ରହିଥାଏ । କାରଣ ସେ ସେହି ଶରୀର ସହ ବହୁତ କମ ସମୟ ପାଇଁ ରହିଥାଏ । ସେଥିପାଇଁ ତାହାର ସମ୍ପର୍କ ଏତେ ଭଲ ହୋଇ ନ ଥାଏ ଓ ସେ ଶରୀରକୁ ସହଜରେ ତ୍ୟାଗ କରିଦିଏ । କେବଳ ଏହି କାରଣ ଅଟେ କି ନବଜାତ ଶିଶୁକୁ ଜଳାଇବା ପରିବର୍ତ୍ତେ ମାଟିରେ ପୋତି ଦିଆଯାଏ ।

ସନ୍ଥ ଓ ପବିତ୍ର ପୁରୁଷମାନଙ୍କର ନିଧନ ପରେ ଏଥିପାଇଁ ମାଟିରେ ସମାଧି ଦିଆଯାଏ କାରଣ ହିନ୍ଦୁ ଧର୍ମରେ ଦୁଇଟି ମୌଳିକ ସିଦ୍ଧାନ୍ତ ଆତ୍ମାର ସ୍ଥାନାଂତରଗମନ ଓ ପୁନର୍ଜନ୍ମ ଉପରେ ବିଶ୍ଵାସ କରାଯାଏ । ଏମିତିରେ ଏହାକୁ ଆଧାର କରି ଏହି ନିୟମ ପ୍ରସ୍ତୁତ କରାଯାଇଛି ।