ବିରୋଧି ଓ ସମର୍ଥନ ପଦର୍ଶନ ମଧ୍ୟରେ ପୁରା ଦେଶରେ ଲାଗୁ ହେଲା CAA, ବର୍ତ୍ତମାନ ଶରଣାର୍ଥୀ ମାନଙ୍କୁ ମିଳିବ ନାଗରିକତା

ପୂର୍ବ କିଛି ମାସ ଧରି ଦେଶ ସାରା ନାଗରିକତା ସଂଶୋଧନ ଆଇନକୁ ନେଇ ବହୁତ ପ୍ରଦର୍ଶନ କରାଯାଉଛି । ଯେଉଁଠି ଗୋଟେ ପାଖରେ କିଛି ଲୋକମାନେ ଏହାକୁ ସମର୍ଥନ କରିଛନ୍ତି, ତ ସେଇଠି ଆଉ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ହେଲେ ଏହି କିଛି ଦିନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ ଲାଗୁ ହେଇଯାଇଛି । କେନ୍ଦ୍ର ସରକାର ଦ୍ଵାରା ଏହାର ନୋଟିଫିକେସନ ଲାଗୁ ହୋଇଯାଇଛି । ହେଲେ ଏହାକୁ ନେଇ ଦିଲ୍ଲୀର କେତୋଟି ସ୍ଥାନରେ ବର୍ତ୍ତମାନ ମଧ୍ୟ ପଦର୍ଶନ ଓ ବିରୋଧ କରାଯାଉଛି ।

ଏହି ଆଇନ ହେଉଛି CAA ତରଫରୁ ଭାରତର ପଡୋଶୀ ଦେଶ(ପାକିସ୍ଥାନ, ବାଂଲାଦେଶ ଓ ଆଫଗାନିସ୍ଥାନ)ରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ପାରଶୀ, ଜୈନ ଓ ଇସାଇ ଧର୍ମର ଶରଣାର୍ଥୀ ମାନଙ୍କୁ ଭାରତୀୟ ନାଗରିକତା ମିଳିବାର ଦ୍ଵାରା ଖୋଲିଯିବ । ଏହି ଆଇନରୁ ମୁସ୍ଲିମ ସାମ୍ପ୍ରଦାୟକୁ ବାହାରେ ରଖାଯାଇଛି । ଏହି ଆଇନର ବିରୋଧ କରୁଥିବା ଲୋକମାନେ କୋର୍ଟ ପର୍ଯ୍ୟନ୍ତ ଯାଇସାରିଛନ୍ତି ।

କେନ୍ଦ୍ର ସରକାର ସୁପ୍ରିମ କୋର୍ଟ ରେ ପିଟିଶନ ଦାଖଲ କରିଥିଲେ କି ସିଏଏର ସମ୍ବିଧାନିକ ବୈଧତାକୁ ଚୁନୋତି ଦେଉଥିବା ସବୁ ସବୁ ଆବେଦନକୁ ସୁପ୍ରିମ କୋର୍ଟ ରେ ଟ୍ରାନ୍ସଫର କରାଯାଉ । ଗତ ବୁଧବାର ଦିନ ସୁପ୍ରିମ କୋର୍ଟ କେନ୍ଦ୍ରସରକାରଙ୍କର ଏହି ପିଟିଶନ ଉପରେ ସହମତି ଦେଇଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ଏହି CAA ଆଇନ କୁ ନେଇ ସମସ୍ତଙ୍କୁ ଜାଗ୍ରତ କରିବାର କାମ ଆରମ୍ଭ କରିଦେଇଛନ୍ତି ।

ବିଜେପିର ଗୃହ ମନ୍ତ୍ରୀ ଅମିତ ସାହା ସର୍ବ ପ୍ରଥମେ 5 ଜାନୁୟାରୀରେ ଦିଲ୍ଲୀର ଲାଜପତ ନଗର ଯାଇଥିଲେ । ଏଠିରେ ସେ ୬ଟି ଘରକୁ ଯାଇଥିଲେ ଓ ଲୋକମାନଙ୍କୁ ନାଗରିକତା ଆଇନ ସହ ଜଡିତ କିଛି ତଥ୍ୟ ବୁଝେଇଥିଲେ । ଭାଜପା ସରକାରଙ୍କ ଲକ୍ଷ ଅଟେ କି ଏହି ଅଭିଯାନକୁ ତିନି କୋଟି ଲୋକଙ୍କ ପାଖରେ ପହଞ୍ଚାଇବାର ।

ଏହି ନାଗରିକତା ସଂଶୋଧନ ଆଇନ ପାଇଁ ପୂର୍ବ କିଛି ଦିନ ଧରି ଦେଶରେ ଗଣ୍ଡଗୋଳ ଚାଲିଛି । ଯେଉଁଠି ଗୋଟେ ତରଫରେ ରାଇଟ ୱିଙ୍ଗ ଏହାକୁ ସମର୍ଥନ କରୁଛି ତ ସେଇଠି ଅନ୍ୟ ପକ୍ଷରେ ଲେଫ୍ଟ ୱିଙ୍ଗ ଏହାକୁ ବିରୋଧ କରୁଛନ୍ତି । ଏହାର ବିରୋଧ ପଦର୍ଶନ ଦେଶ ସାରା ହିଂସାର ରୁପ ନେଇ ସାରିଛି । ବିଶେଷଜ୍ଞ ମାନଙ୍କ ମତରେ ଲୋକମାନଙ୍କୁ CAAକୁ ନେଇ ପୂର୍ଣ୍ଣ ତଥ୍ୟ ଜଣାନାହିଁ ।

ଏହା ଛଡା କୌଣସି ଅସାମାଜିକ ତତ୍ଵ ମଧ୍ୟ ଲୋକମାନଙ୍କୁ ଭୁଲ ତଥ୍ୟ ଦେଇ CAAକୁ ବିରୋଧ କରୁଛି । ସେଥିପାଇଁ ସରକାର ଏହି ଆଇନ ବିଷୟରେ ସବୁ ଲୋକଙ୍କୁ ଜଣେଇବା ପାଇଁ ଚାହୁଁଛନ୍ତି ।