ପୁରୀ ଠାରୁ ମାତ୍ର 421 କିମି ଦୂରରେ ଭୂମିକମ୍ପରେ ଥରିଲା ବଙ୍ଗୋପସାଗର ! ଓଡିଶାରେ ସୁନାମୀ ଆଶଙ୍କା ଥିବା ପୂର୍ବାନୁମାନ କଲେ ପାଣିପାଗ ବିଶେଷଜ୍ଞ !

ବଙ୍ଗୋପସାଗରରେ ଭୂମିକମ୍ପ ପରେ ଭୟ ବଢିବାରେ ଲାଗିଛି । କାରଣ ରେକ୍ଟର ସ୍କେଲର ତୀବ୍ରତା 7 ରୁ ଅଧିକ ହେଲେ ସୁନାମୀ ଆସିବାର ଆଶଙ୍କା ରହିଛି । ପୁରୀ ଉପକୂଳରୁ 421 କିମି ଓ ଭୁବନେଶ୍ବର ଠାରୁ 434 କିମି ଦୂରରେ ଗଭୀର ସମୁଦ୍ର ଭିତରେ ଅନୁଭୂତ ହୋଇଥିଲା ଏହି ଭୂମିକମ୍ପ । ତେବେ ଓଡିଶା ଉପରେ ଏହି ଭୂମିକମ୍ପର କଣ ପ୍ରଭାବ ରହିବ ତାକୁ ନେଇ ଆଶଙ୍କା କରୁଛନ୍ତି ପାଣିପାଗ ବିଜ୍ଞାନୀ । ଅନୁଭୂତ ଭୂମିକମ୍ପର ରେକ୍ଟର ସ୍କେଲରେ ତୀବ୍ରତା 5.1 ଥିଲା ।

ଯଦି ଆଗାମୀ ଦିନରେ ବଙ୍ଗୋପସାଗରରେ ବଡ ଧରଣର ଭୂମିକମ୍ପ ଉତ୍ପନ୍ନ ହୁଏ ତେବେ ଓଡିଶା ପ୍ରତି ବିପଦ ଥିବା ଜଣାପଡିଛି । ଏପରିକି ଉପକୂଳ ଓଡିଶାରେ ସୁନାମୀ ଆସିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଭୂମିକମ୍ପର ଉତ୍ପତ୍ତି ସ୍ଥଳ ଯଦି ସମୁଦ୍ର ମଧ୍ୟରେ ରହୁଛି ଏବଂ ଭୂମିକମ୍ପର ତୀବ୍ରତା 7.0 ରୁ 7.5 କିମ୍ବା ଏହାଠୁ ଅଧିକ ରହୁଛି ତେବେ ସୁନାମୀ ସୃଷ୍ଟି ହେବାର ଭୟ ରହିଥାଏ । ବଙ୍ଗୋପସାଗରରେ ପ୍ରକଟିତ ଭୂମିକମ୍ପକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି ।

କିନ୍ତୁ ଓଡିଶା ପ୍ରତି ସେତେଟା ବିପଦ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଭୂମିକମ୍ପର ତୀବ୍ରତା କମ୍ ଥିଲା, ତେଣୁ ଓଡିଶାରେ ଏହାର ପ୍ରଭାବ ଅନୁଭୂତ ହୋଇନାହିଁ । କିନ୍ତୁ ଯେଉଁ ଅଞ୍ଚଳରେ ଏହି ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଛି ସେଠାରେ କୌଣସି ଚିହ୍ନଟ ଭୂଖଣ୍ଡ ପ୍ଳେଟ ସୀମା ବା ଫଲ୍ଟ ଲାଇନ ନାହିଁ । ପୁରୀ ଠାରୁ 421 କିମି ଦୂରରେ ଅନୁଭୂତ ଏହି ଭୂମିକମ୍ପର ତୀବ୍ରତା ଯଦି ରେକ୍ଟର ସ୍କେଲରେ 6 ରୁ ଅଧିକ ହୋଇଥାନ୍ତା ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିଥାନ୍ତା ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

ତା’ ଛଡା କୌଣସି ଭୂମିକମ୍ପର ତୀବ୍ରତା ଯଦି 7 ରୁ ଅଧିକ ରୁହେ ତେବେ ଏହା ଅଧିକ ବିପଦଜନକ ସାବ୍ୟସ୍ତ ହୋଇପାରେ । ଜାଣିଛନ୍ତି କି କାହିଁକି ଓ କେମିତି ଆସେ ଭୂମିକମ୍ପ ? ଭୂମିତଳେ ଥିବା ଟେକ୍ଟୋନିକ ପ୍ଳେଟଗୁଡିକ ମନ୍ଥର ଗତିରେ ବୁଲୁଥାଏ । ଏହି ପ୍ଳେଟଗୁଡିକ ପ୍ରତିବର୍ଷ ନିଜ ସ୍ଥାନରୁ 4-5 ମିଲିମିଟର ଚାଲିଥାଏ । ଏହି ସମୟରେ ଗୋଟିଏ ପ୍ଳେଟ ଗୋଟିଏରୁ ଅନ୍ୟ ସ୍ଥାନକୁ ଗତି କରିଥାଏ । ପ୍ଳେଟ ମଧ୍ୟରେ ଧକ୍କା ହେବା କାରଣରୁ ଭୂମିକମ୍ପ ଉତ୍ପନ୍ନ ହୋଇଥାଏ ।

ତେବେ ବଙ୍ଗୋପସାଗରରେ ହୋଇଥିବା ଏହି ଭୂମିକମ୍ପର ପ୍ରଭାବ ବାଂଲାଦେଶର ରାଜଧାନୀ ଢାକା ସମେତ ଅନ୍ୟ କିଛି ସ୍ଥାନରେ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ହେତୁ ଆଊ ଏକ ଲଘୁଚାପ ଦାନା ବାନ୍ଧୁଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।