ଯେମିତି ମଞ୍ଜି ଲେଗେଇବୁ ସେମିତି ଗଛ ହେବ, 12 ରୁ 20 ବର୍ଷ ପିଲା ବହୁତ ସ୍ପର୍ଶକାତର ଥାଆନ୍ତି ଯାହା ଦେଖନ୍ତି ସଙ୍ଗେ ସଙ୍ଗେ… ଦେଖନ୍ତୁ video

ବେଙ୍ଗାଲୁରୁରେ ସ୍କୁଲ ପିଲାଙ୍କ ବ୍ୟାଗ ଭିତରୁ କଣ୍ଡୋମ, ଗର୍ଭ ନିରୋଧକ ପ ନିଶାଦ୍ରବ୍ୟ ଆଦି ମିଳିବା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ବର୍ତ୍ତମାନର ପିଢି ଯଦି ଏବେଠୁ ଏମିତି ହେବେ ଆଗାମୀ ଭବିଷ୍ୟତ କେଉଁ ଆଡକୁ ଗତି କରୁଛି ଏହାକୁ ନେଇ ସମସ୍ତେ ଚିନ୍ତାରେ । ଏହି ବିଷୟକୁ ନେଇ ଓଡିଶାର ଜଣେ ମହିଳା ବେଶ ସୁନ୍ଦର ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଆମେ ଯେଉଁ ମଞ୍ଜି ଲଗେଇଥାଉ ସେହି ଗଛ ହୁଏ ।

ଯଦି ଏଭଳି ଗଛ ଲଗେଇଛୁ ତେବେ ଫଳ ଫଳିବା ପରେ ବ୍ୟସ୍ତ କାହିଁକି ହେଉଛୁ ? ବର୍ତ୍ତମାନ ବେଙ୍ଗାଲୁରୁର ଏହି ଘଟଣାଟି ମିଡିଆରେ ହାଇଲାଇଟ ହେବା ଯୋଗୁଁ ଚର୍ଚ୍ଚାରେ ରହିଛି । କିନ୍ତୁ ବେଶ କିଛି ବର୍ଷ ତଳେ ମଧ୍ୟ ଏଭଳି ଅନେକ କଥା ଶୁଣିବାକୁ ମିଳୁଥିବା । ସେତେବେଳେ ପିତାମାତାଙ୍କ ପାଖେ ସେତିକି ଫ୍ରି ଟାଇମ ଥିଲା ଯାହାଦ୍ୱାରା ସେମାନେ ପିଲାଙ୍କୁ ସମୟ ଦେଇ ପାରୁଥିଲେ ଓ ତାଙ୍କ ନିକଟତର ହୋଇ ପାରୁଥିଲେ ।

କିନ୍ତୁ ଏବେ ବେଙ୍ଗାଲୁର ଭଳି ମେଟ୍ରୋ ସିଟିରେ ଜୀବନ ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇ ସାରିଲାଣି । ସେହିଭଳି ଜାଗାରେ ବାପା, ମା ଓ ଛୁଆ କାହାପାଖରେ କାହା ପାଇଁ ବି ସମୟ ନାହିଁ । ଟିନ୍ ଏଜ୍ ବା 12 ବର୍ଷରୁ 20 ବର୍ଷ ଯାଏଁ ପିଲାମାନେ ଉଭୟ ଶାରୀରିକ ଓ ମାନସିକ ଭାବେ କୋମଳ ଏବଂ ସ୍ପର୍ଶକାତର ଥାଆନ୍ତି । ଏହି ସମୟରେ ସେମାନେ ଯାହା ଦେଖନ୍ତି ଓ ଜାଣନ୍ତି ତାକୁ ଖୁବ ଶୀଘ୍ର ଗ୍ରହଣ କରନ୍ତି ।

ପିଲାଙ୍କ ହାତରେ ସ୍ମାର୍ଟ ଫୋନ ଦେଇ ଅନଲିମିଟେଡ ଡାଟା ଓ ସବୁ ସୁବିଧା ଦେଇ ତା’ପରେ ଯଦି ପିଲାଙ୍କୁ କହିବା ତୁ କେବଳ ପାଠ ବିଷୟ ମୋବାଇଲରେ ଦେଖିବୁ ଏହା କେବେବି ସମ୍ଭବ ନୁହେଁ । ଆଜିର ସମୟରେ ଆମେ ଆଧୁନିକତା ଓ ରୂଢିବାଦୀତା ଭିତରେ ବାଲାନ୍ସ କରି ଚାଲିଛୁ । ପିତାମାତା ନିଜ ପରମ୍ପରା ପିଲାଙ୍କୁ ଶିକ୍ଷା ଦେଉଛନ୍ତି ଓ ପିଲାମାନେ ଆଧୁନିକତା ଆଡକୁ ଯାଉଛନ୍ତି । ଏହାରି ଭିତରେ ଏକ ବାଲାନ୍ସ ରହିବା ଉଚିତ । ସବୁଠୁ ବଡକଥା ହେଉଛି, ପିଲାଙ୍କୁ ଉପଯୁକ୍ତ ସମୟ ଦେବା ଓ ସେମାନଙ୍କ ନିକଟତର ହେବାକୁ ଚେଷ୍ଟା କରିବା ।

କୌଣସି ପ୍ରକାର ନିଶାଦ୍ରବ୍ୟ ହେଉ କି କଣ୍ଡୋମ ଏବଂ ଗର୍ଭନିରୋଧକ ଏସବୁ ପାଇଁ ସେମାନଙ୍କ ଶରୀର ପ୍ରସ୍ତୁତ ହୋଇନାହିଁ ସେମାନଙ୍କୁ ଶିକ୍ଷା ଦେବା ଓ ଭଲରେ ବୁଝେଇବା ଦ୍ଵାରା ପିଲାମାନେ ସେସବୁ ପ୍ରତି ସଂଯମ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।