ପୁଣି ବୋରୱେଲ ଭିତରେ ଫସିଲା ଜୀବନ, ବାପା ଆଖି ସାମ୍ନାରେ ଗଭୀର ଗାତକୁ ଖସିପଡିଲା 8 ବର୍ଷର ପୁଅ, ଦେଖନ୍ତୁ video

ପୁଣି ଥରେ ବୋରୱେଲ ଗାତା ଭିତରେ ଫସି ରହିଛି ଆଉ ଏକ ଜୀବନ । ଜଣେ 8 ବର୍ଷର ଶିଶୁପୁତ୍ର ବୋରୱେଲ ଭିତରକୁ ଖସିପଡିଛି । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାନବୀ ଗାଁରେ ଘଟିଛି ଏଭଳି ଅଘଟଣ। 8 ବର୍ଷର ବାଳକ ତନ୍ମୟ ଦିଆବଲ ବୋରୱେଲ ଭିତରକୁ ଖସିଯାଇଛି । ବାପା ସୁନିଲଙ୍କ ସହ ଚାଷଜମିକୁ ଯାଇଥିବା ବେଳେ ତନ୍ମୟ ସହ ଏଭଳି ଅଘଟଣ ଘଟିଛି । ବୋରୱେଲର ଗଭୀରତା 400 ଫୁଟ୍ ଥିବାବେଳେ ପ୍ରାୟ 50 ରୁ 55 ଫୁଟରେ ଅଟକି ରହିଥିଲା ତନ୍ମୟ ।

ତାକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ପ୍ରାୟ 12 ଫୁଟ୍ ଅଣାଯିବା ପରେ ଦଉଡି ଖସି ଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରଖିଛି । ଜେସିବି ସାହାଯ୍ୟରେ ଗାତ ଖୋଳା ଯାଇଛି, କିନ୍ତୁ ପ୍ରାୟ 17 ଫୁଟ୍ ଗାତ ଖୋଳାଯିବା ପରେ ଏକ ପଥର ଚଟାଣ ପ୍ରତିବନ୍ଧକ ସାଜିଛି । ସେଥିପାଇଁ ଆଉ ଏକ ଦିଗରୁ ପୁଣି ଥରେ ଗାତ ଖୋଳା ଯାଉଛି । ଏକ ପାଇପ ଯୋଗେ ପିଲାଟିକୁ ଅକ୍ସିଜେନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ମଧ୍ୟପ୍ରଦେଶର ଭୋପାଳ ଏବଂ ପଶୁଙ୍ଗାବାଦ ରୁ ଦୁଇଟି SDRF ଟିମ୍ ଘଟଣାସ୍ଥଳରେ ଯାଇ ପହଞ୍ଚିଛନ୍ତି । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାନବୀ ଗାଁର ସୁନିଲ ଦିଆବଲ ଗତକାଲି ସନ୍ଧ୍ୟାରେ 8 ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ସେହି ସମୟରେ ବୋରୱେଲ ଗାତକୁ ଚାହୁଁଥିବା ବେଳେ ଅଚାନକ ଗାତ ଭିତରକୁ ଖସି ପଡିଥିଲା ତନ୍ମୟ । ସନ୍ଧ୍ୟା 5ଟା ସମୟରେ ପରିବାର ପକ୍ଷରୁ ପୋଲିସ ଏବଂ ପ୍ରଶାସନକୁ ସୂଚନା ଦିଆ ଯାଇଥିଲା ।

ସନ୍ଧ୍ୟା 6ଟାରେ ସେମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ରାତି ସାଢେ 7ଟା ସମୟରେ ଜେସିବି ଯୋଗେ ଗାତ ଖୋଲିବା ଅଭିଯାନ ଜାରି ହୋଇଥିଲା ଏବଂ ରାତି 8ଟାରେ ତନ୍ମୟକୁ ପାଇପ ଯୋଗେ ଅକ୍ସିଜେଣ ଯୋଗାଇ ଦିଆ ଯାଇଥିଲା । ରାତି 9ଟାରେ ବାପା ସୁନିଲଙ୍କ ସହ ତନ୍ମୟ ବୋରୱେଲ ଭିତରୁ କଥାବାର୍ତ୍ତା କରିଥିଲା । ସୂଚନା ଅନୁଯାୟୀ ମାତ୍ର ଏକ ସପ୍ତାହ ପୂର୍ବରୁ ସୁନିଲ ଦିଆବଲ ଏହି ବୋରୱେଲଟି ଖୋଳାଇ ଥିଲେ ।

ବୋରୱେଲରେ ଜଳସ୍ତର କମିଯିବାରୁ ମୋଟର ଖୋଲି ଘରକୁ ନେଇ ଯାଇଥିଲେ । ସେହି ଖୋଳା ବୋରୱେଲ ଭିତରେ ଗତକାଲି ତାଙ୍କ ପୁଅ ତନ୍ମୟ ଖସି ପଡିଥିବା ଜଣାପଡିଛି । ତେବେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ଥିବାବେଳେ ଖୁବ ଶୀଘ୍ର ତନ୍ମୟକୁ ଉଦ୍ଧାର କରାଯିବା ବୋଲି ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।