ଟଙ୍କା ନୁହେଁ ATM ରୁ ବାହାରୁଛି ସୁନା, ଯେତେ ଚାହିଁବେ ସେତେ ସୁନା ଉଠାଇ ପାରିବେ, ଦେଖନ୍ତୁ video

ଏଟିଏମ କହିଲେ ସାଧାରଣ ଭାଷାରେ ଆମେ ଟଙ୍କା ଉଠାଇବା ମେସିନକୁ ହିଁ ବୁଝିଥାଉ । କିନ୍ତୁ ଆପଣ ଜାଣିଲେ ତାଜୁବ ହେବେ କି ଏଭଳି ଏଟିଏମ ଅଛି ଯେଉଁଠୁ ଟଙ୍କା ବଦଳରେ ସୁନା ବାହାରୁଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଖବରଟି ସଂପୂର୍ଣ୍ଣ ସତ୍ୟ । ଦେଶରେ ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ଏଭଳି ଏକ ଏଟିଏମ ତିଆରି ହୋଇଛି ଯେଉଁଥିରୁ ଟଙ୍କା ବଦଳରେ ସୁନା କଏନ୍ ବାହାରୁଛି । ସୁନା କିଣାବିକା ବ୍ୟବସାୟ କରୁଥିବା କମ୍ପାନୀ “ଗୋଲ୍ଡ ସିକ୍କା” ଦ୍ଵାରା କଗାଯାଇଛି ଏହି ଏଟିଏମ ।

 

ଏହି ଗୋଲ୍ଡ ଏତ୍ମ ଜରିଆରେ ଗ୍ରାହକ ନିଜର ଡେବିଟ କିମ୍ବା କ୍ରେଡିଟ କାର୍ଡ ଦ୍ଵାରା ସୁନାର କଏନ୍ କିଣିପାରିବେ । ସେଥିରେ 0.5 ଗ୍ରାମରୁ ଆରମ୍ଭ କରି 100 ଗ୍ରାମ ପର୍ଯ୍ୟନ୍ତ ସୁନାର ମାତ୍ରର 8ଟି ବିକଳ୍ପ ଉପଲବ୍ଧ ରହିଛି । ଗୋଲ୍ଡ ସିକ୍କା ପ୍ରାଇଭେଟ ଲିମିଟେଡ ଡିସେମ୍ବର 3 ତାରିଖରେ ହାଇଦ୍ରାବାଦ ସ୍ଥିତ ଷ୍ଟାର୍ଟ ଅପ କମ୍ପାନୀ ଏମଏସ ଓପନ କ୍ୟୁବ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ର ଟେକନିକ ସମର୍ଥନରେ ନିଜର ପ୍ରଥମ ଗୋଲ୍ଡ ଏଟିଏମ ଲଞ୍ଚ କରିଛି ।

ତେବେ କେବଳ ଭାରତରେ ନୁହେଁ ବରଂ ବିଶ୍ବରେ ଏହା ପ୍ରଥମ ରିୟଲ ଟାଇମ ଗୋଲ୍ଡ ଏଟିଏମ । ଏହି ମେସିନରେ 5 କିଲୋ ସୁନା ରଖିବାର କ୍ଷମତା ରହିଛି । ସେପଟେ ଗୋଲ୍ଡ ସିକ୍କା କମ୍ପାନୀର ଉପାଧ୍ଯେକ୍ଷା କୁହନ୍ତି, ଚାରି ବର୍ଷ ପୂର୍ବେ ସ୍ଥାପିତ ଏହି କମ୍ପାନୀ ବୁଲିନ ଟ୍ରେଡିଙ୍ଗ ଅନ୍ତର୍ଭୁକ୍ତ ଅଟେ । ତାଙ୍କ ସିଇଓ ଏଟିଏମ ମେସିନ ମାଧ୍ୟମରେ ସୁନାର କେନ ବାହାର କରିବାର ନୂଆ ଉପାୟ ବଜାରକୁ ଆଣିବାକୁ ଚିନ୍ତା କଲେ । ଯାହା ପର ମୂହୁର୍ତ୍ତରେ ସମ୍ଭବ ହୋଇଛି ।

ଏହି ଗୋଲ୍ଡ ଏଟିଏମ ରେ 5 କିଲୋଗ୍ରାମ ସୁନା ରଖିବାର ସାମର୍ଥ୍ୟ ରହିଥିବା ବେଳେ ଏହାର ମୂଲ୍ୟ ପାଖାପାଖି 2 ରୁ 3 କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି । ମେସିନରେ 0.5 ଗ୍ରାମ, 1 ଗ୍ରାମ, 2 ଗ୍ରାମ, 3 ଗ୍ରାମ, 5 ଗ୍ରାମ, 10 ଗ୍ରାମ, 20 ଗ୍ରାମ, 50 ଗ୍ରାମ ଏବଂ 100 ଗ୍ରାମ ପର୍ଯ୍ୟନ୍ତ ବିକଳ୍ପ ଉପଲବ୍ଧ ରହିଛି । ଏହି ସୁନାର କଏନ 24 କ୍ୟାରେଟର ଥିବାବେଳେ ଏହାର ଶୁଦ୍ଧତା 999 ବୋଲି ପ୍ରମାଣିତ ହୋଇଛି ।

ଭବିଷ୍ୟତରେ ଦେଶର ବିଭିନ୍ନ ରାଜ୍ୟରେ ଏହି କମ୍ପାନୀ 300 ରୁ ଅଧିକ ଗୋଲ୍ଡ ଏଟିଏମ ସ୍ଥାପନ କରିବ ବୋଲି ସୂଚନା ମିଳିଛି । କେବଳ ଭାରତ ନୁହେଁ ବରଂ ବିଶ୍ଵ ସ୍ତରରେ ମଧ୍ୟ ଏହି ଯୋଜନାକୁ ବଜାୟ ରଖିବା କମ୍ପାନୀ ସ୍ଥିର କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।