ପଦାକୁ ଆସିଲା Varsha ଙ୍କ ଅସଲ ଚେହେରା, ଏମିତି କେତେଜଣଙ୍କୁ ଧୋକା ଦେଇଛନ୍ତି ଅଭିନେତ୍ରୀ Varsha Priyadarshini ? ତଦନ୍ତ ଆରମ୍ଭ କଲା ପୋଲିସ

ଓଡିଆ ଅଭିନେତ୍ରୀ ବର୍ଷ ପ୍ରିୟଦର୍ଶିନୀ ଏବେ ପୁଣି ଥରେ ଚର୍ଚ୍ଚାରେ । ଆଜ୍ଞା ହଁ, ବର୍ଷାଙ୍କୁ ନେଇଏ ଏବେ ପୁଣି ଥରେ ଜୋର ଧରିଲାଣି ଚର୍ଚ୍ଚା । କାହିଁକି ନା ବର୍ଷା କୁଆଡେ ପୁଣି ଥରେ କାହାକୁ ଧୋକା ଦେଇଛନ୍ତି । କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ସବୁବେଳେ କୁହନ୍ତି କି, ପତ୍ନୀ ବର୍ଷା ତାଙ୍କୁ ଓ ତାଙ୍କ ପରିବାରକୁ ଧୋକା ଦେଇଛନ୍ତି ବୋଲି । ଆଉ ଏବେ ଖବର ଆସୁଛି କି, ବର୍ଷା ଆଉ କାହାକୁ ମଧ୍ୟ ଧୋକା ଦେଇଛନ୍ତି । ଯାହାକୁ ନେଇ ଭୁବନେଶ୍ବର ଶହୀଦ ନଗର ଥାନାରେ ଏକ ଏତଲା ମଧ୍ୟ ହୋଇଛି ।

ଶହୀଦ ନଗର ଥାନାରେ କଲ୍ୟାଣୀ ନାୟକ ନାମକ ଜଣେ ମହିଳା ଠକେଇର ଶିକାର ହୋଇଥିବା ଏତଲା ଦେଇଛନ୍ତି । ଏଥିପାଇଁ ବର୍ଷାଙ୍କ ବିରୋଧରେ ଆଇପିସି ଧାରା ଦଫା 294, 420 ଓ 506 ରେ ଏହି ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ପୋଲିସ ଏହି ଅଭିଯୋଗର ତଦନ୍ତ ମଧ୍ୟ ଆରମ୍ଭ କରିଦେଇଛି । ହୋଇଥିବା ଅଭିଯୋଗ ଅନୁସାରେ ଶହୀଦ ନଗରର କଲ୍ୟାଣୀ ନାୟକ ନାମକ ଏହି ମହିଳାଜଣକ ଭୁବନେଶ୍ବର ଜନତା ମଇଦାନକୁ ମେଳା ଦେଖିବାକୁ ଯାଇଥିଲେ ।

ଏତିକି ବେଳେ କଟକରୁ ଆସିଥିବା ଆୟୁଷୀ ପ୍ରିୟଦର୍ଶିନୀ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ କଲ୍ୟାଣୀଙ୍କର ଦେଖା ହୋଇଥିଲା । କଲ୍ୟାଣୀ ବର୍ଷାଙ୍କର ବଡ ଫ୍ୟାନ ହୋଇଥିବାରୁ ତାଙ୍କ ସହ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ ଓ ତାଙ୍କ ନମ୍ବର ମଧ୍ୟ ମାଗିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ହେଉଥିଲା । ବର୍ଷା ଜଣେ ଅଭିନେତ୍ରୀ ହେବା ସାଙ୍ଗକୁ ଏବେ ରାଜନୀତି ଆଡକୁ ମୁହାଁଉଥିବାରୁ ଏବେ ଖୁବ ବ୍ୟସ୍ତ ରହୁଛନ୍ତି ।

ସେଥିପାଇଁ କଲ୍ୟାଣୀ କୁଆଡେ ଆୟୁଷୀଙ୍କ ସହ ଯୋଗାଯୋଗ କରିବେ ବୋଲି କଥା ଛିଡିଗଲା । ପରେ ଆୟୁଷୀ ଓ ବର୍ଷା ଭୁବନେଶ୍ବର ଆସିବା ପରେ କଲ୍ୟାଣୀଙ୍କ ସହ ଦେଖା ହୋଇଥିଲା । ଏମିତି ଅନେକ ଥର ଉଭୟଙ୍କର ଦେଖା ସାକ୍ଷାତ ହୋଇଛି । ଏହାରି ଭିତରେ ବର୍ଷା କୁଆଡେ କଲ୍ୟାଣୀଙ୍କୁ ଚାକିରି କରେଇ ଦେଇଥାନ୍ତେ, ସେ ବି ଏକ ସୁନା ଦୋକାନରେ । ଏଥିପାଇଁ କଲ୍ୟାଣୀଙ୍କ ଠାରୁ 50 ହଜାର ଟଙ୍କାର ସିକ୍ଯୁରିଟି ମନି ଦାବି କରିଥିଲେ ଆୟୁଷୀ । କିନ୍ତୁ ଏତେ ଦେଇ ପାରିବେନି ବୋଲି ଧାରକରଜ କରି 30 ହଜାର ଟଙ୍କା ଦେଇଥିଲେ କଲ୍ୟାଣୀ ।

ହେଲେ ଏହା ପରଠାରୁ ନା ବର୍ଷା ଫୋନ ଉଠାଇଲେ ନା ଆୟୁଷୀ । କିନ୍ତୁ ଭୁବନେଶ୍ବରରେ ସେମାନେ ପୁଣି ଥରେ ଦେଖା ହେବାପରେ ଉଭୟ ମିଶି କଲ୍ୟାଣୀଙ୍କୁ ଗାଳିଗୁଲଜ କରିଥିଲେ । ଏଭଳି ଠକେଇ ଅଭିଯୋଗ ପରେ ଶରୀଦ ନଗର ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏନେଇ ବର୍ତ୍ତମାନ ଯାଏଁ ବର୍ଷା ପ୍ରିୟଦର୍ଶିନୀଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।