30 ତାରିଖରୁ ପୁଣି ଆସୁଛି ଲଘୁଚାପ, ପ୍ରବଳ ବର୍ଷାର ସମ୍ଭାବନା, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଏବେ ଏବେ ପାଣିପାଗ ପକ୍ଷରୁ ଆଊ କିଛି ନୂଆ ରିପୋଟ ମିଳିଛି । ଯାହା ହଉଛି ଦାନା ବାନ୍ଧୁଛି ଆଊ ଏକ ଲଘୁଚାପ । ଆସନ୍ତା ୩୦ ତାରିଖରେ ଆଣ୍ଡମାନ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ କୋଉ ଜିଲ୍ଲା ମାନଙ୍କୁ ରହିଛି ଏବଂ ଏଥର ବର୍ଷା ର ତାଣ୍ଡବ କିଛି ଅଲଗା ପ୍ରକାର ରହିଛି ଯାହା କି ବହୁତ ଜୋରେ ବର୍ଷା ହେବାର ଆଶଙ୍କା ରହିଛି । କଣ ରହିଛି ସମ୍ପୂର୍ଣ୍ଣ ଫ୍ରେସ ଅପଡେଟ ଆସନ୍ତୁ ଜାଣିବା ।

ଗୋଟେ ପରେ ଗୋଟେ ଲଗାତାର ୪ ଟି ଲଘୁଚାପ ଅତିକ୍ରମ କରି ସାରିବା ପରେ ପୁଣି ୩୦ ତାରିଖରେ ଆଊ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୩୦ ତାରିଖରେ ଆଣ୍ଡମାନ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ସମ୍ଭାବ୍ୟ ଲଘୁଚାପ ପଶ୍ଚିମ ବଙ୍ଗ ପାଖ ଦେଇ ବନ୍ଧ୍ୱା ଦେଶ ଆଡ଼କୁ ଗତି କରିପାରେ ।

ଓଡ଼ିଶାରେ ଏହାର ପ୍ରଭାବ ଆସନ୍ତା ଅକ୍ଟୋବର ୩ ରୁ ୪ ଭିତରେ ଦେଖାଦେଇପାରେ । ବିଶେଷ କରି ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ବେଶି ରହିଛି । ଏଭଳି ପୂର୍ବାନୁମାନ କରିଛି କୃଷି ପାଣିପାଗ ବିଶାରତ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକ । ଡକ୍ଟର ପଶୁପାଳକ ଙ୍କ କହିବା ଅନୁସାରେ ଏବେ ରାଜ୍ୟରେ ବିଶେଷ ବର୍ଷା ର ସମ୍ଭାବନା ନାହିଁ କିନ୍ତୁ ଅକ୍ଟୋବର ୩, ୪, ୫ ରେ ପ୍ରବଳ ବର୍ଷା ରହିଛି ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଗଜପତି, ରାଇଗଡ, କୋରାପୁଟ, ମାଲକାନଗିରି, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ପାଣିପାଗ ବିଭାଗ ଅନୁସାରେ ବାଲେଶ୍ଵର, ଭଦ୍ରକ, କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଅନୁଗୁଳ, ଢେ଼ଙ୍କାନାଳ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘୂର୍ଣ୍ଣିଝଡ ସହିତ ବଜ୍ରପାତ ର ବି ଆଶଙ୍କା ରହିଛି ।

ପାଣିପାଗ କେନ୍ଦ୍ର ର କହିବା ଅନୁଯାୟୀ ଏବେ ବିସ୍ତ୍ରୁତ ଅଞ୍ଚଳରେ ବର୍ଷା ହେବନାହିଁ । ଦିନେ ଦୁଇଦିନ ଭିତରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ବର୍ତମାନ ଦକ୍ଷିଣ ପଶ୍ଚିମ ମୋୖସୁମୀ ର ପରିବର୍ତ୍ତନ ପାଖେଇ ଆସିଲାଣି । ଓଡ଼ିଶାରେ ସମ୍ବିବଧ ଅକ୍ଟୋବର ଶେଷ କିମ୍ବା ଦ୍ଵିତୀୟ ସପ୍ତାହ ପ୍ରାରମ୍ଭରେ ମୌସୁମୀ ମଧ୍ୟ ଆସିବ ।

ତେବେ ଏହାର ପ୍ରଭାବରେ ପୁଣି ମଧ୍ୟ ଅକ୍ଟୋବର ୩, ୪ ତାରିଖରେ ଲଘୁଚାପ ର ଲ୍ୟାଣ୍ଡଫଲ ହେବା ସହିତ ତାଣ୍ଡବ ମଧ୍ୟ ରହିଛି । ତେବେ ଜୋରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଥିଲା ପାଣିପାଗ କେନ୍ଦ୍ର ଭୁବନେଶ୍ୱର ର ଅପଡେଟ । ତେବେ ଯେତେ ନିକଟତର ହେବେ ଯେତେ ପାଖକୁ ଆସିବେ ସେତେ ଅପଡେଟ ଜାଣିପାରିବେ । ବର୍ତମାନ ଏତିକି ଜଣିଥାନ୍ତୁ କି ପୁଣି ଆସୁଛି ଆଊ ଏକ ଲଘୁଚାପ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।