1 ଅକ୍ଟୋବର ରୁ ଲାଗୁ ହେବାକୁ ଯାଉଛି Unlock 5.0, ଜାଣନ୍ତୁ କଣ ସବୁ ରହିବ ଖୋଲା ଓ କଣ ରହିବ ବନ୍ଦ

କୋରୋନା ମହାମାରୀ ସମୟରେ ଲାଗୁ କରା ଯାଇଥିବା ଲକଡାଉନ କୁ ଅଲଗା ଅଲଗା ପର୍ଯ୍ୟାୟ ରେ ଖୋଲା ଯାଉଛି । ଦେଶରେ ୧ ଅକ୍ଟୋବର ରୁ ଅନଲକ ୫.୦ ଲାଗୁ କରା ଯାଇପାରେ, ଗୃହ ମନ୍ତ୍ରଣାଳୟ ଏହା ଉପରେ ଆଜି ପୁରା ଦେଶ ପାଇଁ ଗାଇଡ ଲାଇନ ଜାରି କରି ପାରନ୍ତି । ଅକ୍ଟୋବର ରୁ ହିଁ ଭାରତରେ ଲମ୍ବା ଚାଲୁଥିବା ପର୍ବ ର ଦିନ ଆରମ୍ଭ ହୋଇଯିବ । ଏହାକୁ ଧ୍ୟାନରେ ରଖି ଅକ୍ଟୋବର ୫.୦ ର ଗାଇଡ୍ଲାଇନ ଜାରି କରାଯିବ ।

ସାର୍ବଜନୀକ ସ୍ଥାନ ଯେପରି ମଲ, ସେଲୁନ, ରେଷ୍ଟୁରାଣ୍ଟ ଜିମ୍ସ କୁ ପୂର୍ବରୁ ହିଁ ନିୟମ କୁ ପାଳନ କରି ଖୋଲିବା ପାଇଁ ଅନୁମତି ଦିଆ ଯାଇ ସାରିଛି । କିନ୍ତୁ ଏବେ ବି ସିନେମା ହଲ, ସ୍ଵିମିଂ ପୁଲ, ଏଣ୍ଟରଟେନମେଣ୍ଟ ପାର୍କ, ଖୋଲା ଯାଇ ନାହିଁ ।

ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ର ବହୁତ ଅନୁରୋଧ ପରେ କଣ ସିନେମା ହଲ କୁ ଅକ୍ଟୋବର ରୁ ଖୋଲିବାକୁ ଅନୁମତି ମିଳିବ କି ନାହିଁ ଏହା ଉପରେ ସମସ୍ତଙ୍କ ନଜର ରହିଛି । ୨୧ ସେପ୍ଟେମ୍ବର ରୁ ଓମ୍ପେ ଏୟାର ଥିଏଟର ଗୁଡିକୁ ଅନୁମତି ଦିଆ ଯାଇ ସାରିଛି ।

ପଶ୍ଚିମ ବଙ୍ଗ ୧ ଅକ୍ଟୋବର ରୁ ସୀମିତ ଅଡିଏନ୍ସଙ୍କ ସହିତ ସିନେମା ହଲ କୁ ସଞ୍ଚାଳିତ କରିବାର ଅନୁମତି ଦେଇଥିବା ପ୍ରଥମ ରାଜ୍ୟ ହୋଇ ସାରିଛି । ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ସିନେମା ଘର କୁ ଦୂର୍ଗା ପୂଜା ପୂର୍ବରୁ କମ ଲୋକଙ୍କ ଦ୍ଵାରା ଚଳାଇବାର ଅନୁମତି ଦେଇ ସାରିଛନ୍ତି । ଏହା ବ୍ଯତୀତ ଅନ୍ଯାନ୍ଯ ସଂସ୍କୃତି ମଣ୍ଡଳୀ ଯେମିତି କି ନାଟକ, ସଙ୍ଗୀତ, ନୃତ୍ୟ ଓ ଜାଦୁ ସୋ କୁ ବି ୧ ଅକ୍ଟୋବର ରୁ ଆରମ୍ଭ କରିବାର ଅନୁମତି ଦିଆ ଯାଇ ସାରିଛି । ଯେତେବେଳେ କି ଏହି ସବୁରେ କେବଳ ୫୦ ବା ୫୦ ରୁ କମ ଲୋକଙ୍କୁ କାମ କରିବାକୁ ଅନୁମତି ମିଳିବ ।

ଏହି ଘୋଷଣା ସହିତ ପଶ୍ଚିମ ବଙ୍ଗ ପ୍ରଥମ ରାଜ୍ୟ ହେଇ ସାରିଛି, ଯିଏ ଥିଏଟର ସଂଚାଳନ କୁ ପୁଣି ଥରେ ଆରମ୍ଭ କରିବାର ନିସ୍ପତି ନେଇଛି । ପଶ୍ଚିମ ବଙ୍ଗ ରେ ସିନେମା ହଲ କୁ ପୁଣି ଥରେ ସଂଚାଳନ କୁ ନେଇ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଟ୍ଵିଟ କରି ଜଣାଇଥିଲେ ।

ମହାମାରୀ ଓ ତା ପରର ଲକଡାଉନ ପର୍ଯ୍ୟଟନ କ୍ଷେତ୍ରକୁ ସବୁଠୁ ଅଧିକ କ୍ଷତି ପହଞ୍ଚାଇଛି । ଏମିତିରେ ଅନଲକ ୫.୦ ରେ ଏହି ସେକ୍ଟର କୁ ବୁଷ୍ଟ କରା ଯାଇପାରେ । ଏମିତି ହିଁ ଏକ ପ୍ରୟାସରେ ସିକ୍କିମ ସରକାର ୧୦ ଅକ୍ଟୋବର ରୁ ହୋଟେଲ, ହୋମ-ସ୍ଟେ ଓ ଅନ୍ୟ ଟୁରିଜ୍ମ ସମ୍ବନ୍ଧିତ ସେବାକୁ ଆରମ୍ଭ କରିବାର ନିଷ୍ପତ୍ତି ନେଇଛନ୍ତି ।

ଉତ୍ତରାଖଣ୍ଡ ସରକାର ବି ପର୍ଯ୍ୟଟକଙ୍କ ଉପରେ ଲଗା ଯାଇଥିବା କୋଭିଡ-୯ ପ୍ରତିବନ୍ଧକ କୁ ଭଟାଇ ଦେଇଛନ୍ତି । ଗାଇଡ ଲାଇନ ଅନୁସାରେ ନିୟମକୁ ପାଳନ କରି ଏବେ ଉତ୍ତରାଖଣ୍ଡ କୁ ଆସୁଥିବା ପର୍ଯ୍ୟଟକ ଙ୍କ ପାଖରେ ଏବେ କରୋନା ର ନେଗେଟିଭ ରିପୋର୍ଟ ଥିବା ଅନିବାର୍ଯ୍ୟ ନୁହେଁ , ଏହା ବ୍ଯତୀତ ଏକ ହୋଟେଲ, ବା ହୋମ ସ୍ଟେ ରେ ସର୍ବନିମ୍ନ ୨-୩ ଜଣ ଅନିବାର୍ଯ୍ୟ ପ୍ରବାସର ଆବଶ୍ୟକତା ବି ଦୂର କରା ଯାଇଛି ।

ଏହା ବ୍ଯତୀତ କିଛି ସ୍ଥାନରେ ୯ ମ ରୁ ୧୨ ଶ ପର୍ଯ୍ୟନ୍ତ ଛାତ୍ର ମାନଙ୍କ ପାଇଁ କୋଭିଡ ନିୟମକୁ ପାଳନ କରି ସ୍କୁଲ ଖୋଲା ଯାଇ ସାରିଛି ଓ ଏହା ଅନଲାକ ୫.୦ ରେ ବି ଜାରି ରହିବ ବୋଲି ସୂଚନା ମିଳିଛି । ଆସନ୍ତା ମାସରେ ପ୍ରାଥମିକ ଶ୍ରେଣୀ ଗୁଡିକ ପାଇଁ ସ୍କୁଲ ବନ୍ଦ ରହିବାର ସମ୍ଭାବନା ଅଛି ଓ ଅନ୍ଲାଇନ ରେ ପାଠ ପଢା ଜାରି ରହିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।