ବୃଷ ରାଶି (Taurus) ଅକ୍ଟୋବର ମାସରେ ହେବ ଏହି ବଡ ପରିବର୍ତ୍ତନ, ଅଚାନକ ହେବ ଧନବର୍ଷା

ଆଜି ଆମେ ଆପଣଙ୍କୁ ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଅକ୍ଟୋବର ମାସ ୨୦୨୦ କେମିତି ରହିବ କହିବାକୁ ଯାଉଛୁ । ଅକ୍ଟୋବର ମାସରେ ସୂର୍ଯ୍ୟଦେବ କନ୍ୟା ରାଶିରେ ରହିବେ, ମଙ୍ଗଳ ମେଷ ରାଶିରେ, ବୁଧ ତୁଳା ରାଶିରେ, ଗୁରୁ ଧନୁ ରାଶିରେ, ଶୁକ୍ର ସିଂହ ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ, ଏବଂ ଶନିଦେବ ମକର ରାଶିରେ ରହିବେ । ତେବେ ଏହି ଗ୍ରହ ମାନଙ୍କ ସ୍ଥିତି ବୃଷ ରାଶିର ଜାତକ ମାନଙ୍କ ପାଇଁ କଣ ସବୁ ସ୍ଥିତି ଆଣିକି ଆସୁଛି ଚାଲନ୍ତୁ ଜାଣିବା ।

ଅକ୍ଟୋବର ମାସରେ ବହୁତ ପ୍ରକାରର ସୁଖ ଏବଂ ଦୁଃଖ ଆପଣଙ୍କ ରାଶିରେ ଦେଖିବାକୁ ମିଳିବ । ପ୍ରତିକ୍ଷଣି ଆପଣଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆପଣ ଅନୁଭବ କରିବେ । ବ୍ୟାପାରରେ ବହୁତ ଉଚ୍ଚ ନିଚ୍ଚା ଅବସ୍ଥା ଦେଖିବାକୁ ମିଳିବ । ବହୁତ ଆର୍ଥିକ ଲାଭ ହୋଇପାରେ । ବ୍ୟପାରୀ ମାନଙ୍କ ପାଇଁ ଏହି ସମୟ ଉନ୍ନତି ଆଣିଆସିବ ।

କିନ୍ତୁ କ୍ରୋଧ ଆପଣଙ୍କ ପାଖରେ ଅଧିକ ଦେଖାଦେବ ଯେଉଁ କାରଣରୁ ଆପଣଙ୍କୁ ବ୍ୟାପାର ବାଣିଜ୍ୟ ରେ କ୍ଷତି ହୋଇପାରେ । ତେଣୁ ଅଧିକରୁ ଅଧିକ ସାବଧାନ ରୁହନ୍ତୁ । ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବ । ପାରିବାରିକ ଜୀବନରେ ସୁଖ ଶାନ୍ତି ଉପଭୋଗ କରିବେ । କିନ୍ତୁ କିଛି ପରିସ୍ଥିତିରେ ମନ ମତାନ୍ତର ଦେଖାଯିବ । ସନ୍ତାନ ସୁଖ ର ଅଧିକାରୀ ହେବେ । ବୈବାହିକ ଜୀବନରେ ସମସ୍ୟା ଥିଲେ ଦୁର ହେବ । ବୈବାହିକ ଜୀବନରେ ଖୁସି ମିଳିବ ।

ଅନ୍ୟ ମାନଙ୍କ କଥାରେ ପଡି ନିଜର ବୈବାହିକ ଜୀବନ ରେ ସମସ୍ୟା ସୃଷ୍ଟି କରିପାରନ୍ତି । ଧନ ଲାଭ ହେବ । ବ୍ୟବସାୟରେ ଖୁବ ଶୀଘ୍ର ଉନ୍ନତି କରିବେ । ନିଜ ବାଣୀ ଉପରେ ଖୁବ ସତର୍କ ରୁହନ୍ତୁ ଆପଣଙ୍କ କଥା ପାଇଁ କ୍ଷତି ର ଶିକାର ହୋଇ ପାରନ୍ତି । ଚାକିରୀରେ ପ୍ରମୋସନ ମିଳିବ । ଚାକିରି ଖୋଜୁଥିଲେ ଭଲ ଚାକିରୀ ଟେ ପାଇବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ । ଆପଣଙ୍କ କାମ ଦ୍ଵାରା ସମସ୍ତେ ଆପଣଙ୍କ ପ୍ରଶଂସା କରିବେ ।

କିଛି ବନ୍ଧୁ ମାନଙ୍କ ସହିତ ସମ୍ପର୍କ କଟିପାରେ । ପଇସା ଉଦ୍ଧାର ଦେଇଥିଲେ ଫେରି ପାଇବେ । ଅଟକି ଥିବା କାମ ପୁରଣ ହେବ । ଆପଣଙ୍କ ଆଗାମୀ ସମୟରେ ଧନ ପ୍ରାପ୍ତି ହେବ । ସଫଳତା ହାସଲ କରିବେ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ସ୍ବାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ନିଜ କଥା ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।

ନହେଲେ ବହୁତ ବଡ଼ ସମସ୍ୟା କୁ ସାମ୍ନା କରିବାକୁ ପଡ଼ିପାରେ । କୋର୍ଟ କଚେରୀ କାମ ଠାରୁ ଦୂରେଇ ରୁହନ୍ତୁ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଖୁସି ଖବର ମିଳିପାରେ । ଘରର ମନ୍ଦିରରେ ସିନ୍ଦୂର ସ୍ଥାପନ କରନ୍ତୁ ଏବଂ ନିଜ ମଥାରେ କୁଙ୍କୁମ ଲଗାନ୍ତୁ । ନିଜ ଜିଭରେ କେଶରର ତିଳକ ଲାଗନ୍ତି ଏହା ଦ୍ଵାରା ଆପଣଙ୍କ ବାଣୀରେ ନିୟନ୍ତ୍ରଣ ଆସିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।