ପ୍ରବଳ ବର୍ଷାକୁ ନେଇ SRC ଙ୍କ ଚିଠି, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି

ଓଡିଶା ରାଜ୍ୟ ସରକାର ସବୁ ଜିଲ୍ଲା ଗୁଡିକୁ ଆଗାମୀ ଦିନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବା ପାଇଁ କହିଛନ୍ତି । ଏଥିପାଇଁ ଓଡିଶାର SRC ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ବି ଲେଖିଛନ୍ତି । ଏହା ସହିତ ସମସ୍ତ ପ୍ରକାରର ପରିସ୍ଥିତି ପ୍ରତି ସଚେତନ ରହିବା ସହ, ସେହି ପରିସ୍ଥିତିର ସାମ୍ନା କରିବା ପାଇଁ ବି ପରାମର୍ଶ ଦେଇଛନ୍ତି । ୟେଲୋ ଓ ଅରେଞ୍ଜ ୱାରିଙ୍ଗ ଜାରି କରାଯାଇଥିବା ଜିଲ୍ଲା ଗୁଡିକୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି ।

ଏମିତିରେ କେଉଁ ସମସ୍ତ ଜିଲ୍ଲାକୁ ସତର୍କତାର ସୂଚନା ଜାରି କରାଯାଇଛି ଓ କେତେ ଦିନ ପର୍ଯ୍ୟନ୍ତ ବର୍ଷା ହେବ ଚାଳନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ସମୟରେ ଅବପାତର ରୂପ ଧାରଣ କରିଛି । ଏମିତିରେ ପ୍ରବଳ ବର୍ଷା ହେବା ସହ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି । ମାଛଧରାଳିମାନଙ୍କୁ ବି ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କୁହାଯାଇଛି । ଏହା ସହିତ କେତେକ ପାହାଡିଆ ଅଞ୍ଚଳରେ ଭୂଶଙ୍କଳ ବି ହୋଇପାରେ ସେଥିପାଇଁ ସେଠିକାର ନିବାସୀମାନଙ୍କୁ ବି ସମସ୍ତ ପ୍ରକାରର ପରିସ୍ଥତି ପାଇଁ ସଚେତନ ରହିବା ପାଇଁ କୁହାଯାଇଛି ।

ଆପଣଙ୍କୁ କହିଦେଉଛୁ କି ଏହି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ବିଶାଖାପଟ୍ନମରୁ ୪୦୦ କିଲୋମିଟର ଦୂରରେ ଏହି ଲଘୁଚାପ କେନ୍ଦ୍ରୀଭୂତ ହୋଇଛି ଓ ଆଜି ସକାଳେ ଏହା ନାରାସପୁର ଓ ବିଶାଖାପଟ୍ନମ ଦେଇ ଅତିକ୍ରମ କରିଛି । ଏମିତିରେ ଏହାର ପ୍ରଭାବ ଦ୍ଵାରା ଓଡିଶାରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

ଏମିତିରେ ପ୍ରତ୍ୟକ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଚେତନ ରହିବା ପାଇଁ ଓଡିଶାର SRC ପରାମର୍ଶ ଦେଇଛନ୍ତି  । କହିବାକୁ ଗଲେ ଏହି ଲଘୁଚାପ ପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏମିତିରେ ଓଡିଶାର ୧୩ଟି ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାରିଙ୍ଗ ଜାରି କରାଯାଇଛି । ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ମାଲକାନାଗିରି, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଦା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କଟକ ଜିଲ୍ଲା ଗୁଡିକୁ ୟେଲୋ ୱାରିଙ୍ଗ ଜାରି କରା ଯାଇଛି ।

ସେହିଭଳି ଗଜପତି, ଗଞ୍ଜାମ, ପୁରୀ, ରାୟଗଡା ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ବାରିଙ୍ଗ ଜାରି କରାଯାଇଛି । କହିବାକୁ ଗଲେ ପାଣିପାଗ ବିଭାଗ ଆସନ୍ତା ୧୩ ତାରିଖରୁ ଏହି ସମସ୍ତ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷାକୁ ନେଇ ପୂର୍ବାନୁମାନ କରିଛନ୍ତି । ଭୁବନେଶ୍ଵର ଓ କଟକରେ ପାଗ ମଘୁଆ ରହିବା ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।