IPL 2020- Rahul Tewatia ଓ Khaleel Ahmed ମୁହାଁମୁହିଁ, ମାରପିଟ ଉପରେ ଆସି ଯାଇଥିଲା କଥା, ୱାର୍ନର ଯାଇ ଆଖିଲେ ଏମିତି…

IPLର ୧୩ ତମ ସିଜିନରେ ଗତ କାଲି ହାଇଦ୍ରାବାଦ ଓ ରାଜସ୍ଥାନ ମଧ୍ୟରେ ମ୍ୟାଚ ଖେଳାକେହାଲ ଯାଇଥିଲା । ଏହି ମ୍ୟାଚରେ ଶେଷ ପର୍ଯ୍ୟନ୍ତ ବି କହିବା କଷ୍ଟକର ହୋଇଯାଇ ଥିଲା କି କେଉଁ ଟିମ ଜିତିବ ଓ କେଉଁ ଟିମ ହାରିବ । କହିବାକୁ ଗଲେ ଏହି ରୋମାଞ୍ଚକ ପୂର୍ଣ ମ୍ୟାଚରେ ରାଜସ୍ଥାନ ଟିମ ହାରି ଯାଇଥିବା ମ୍ୟାଚକୁ ବି ଜିତି ନେଲା । ରାହୁଲ ତେବତିୟାଙ୍କର ଆକରାତ୍ମକ ବ୍ୟାଟିଙ୍ଗ ଦ୍ଵାରା ରାଜସ୍ଥାନ ଏହି ମ୍ୟାଚକୁ ଜିତି ପାରିଲା । କିନ୍ତୁ ମ୍ୟାଚର ଶେଷ ଓଭରରେ ରାହୁଲ ତେବତିୟା ଓ ଖଲୀଲ ଅହମଦ ଝଗଡା ହୋଇଗଲା ।

କହିବାକୁ ଗଲେ ଯେତେବେଳେ ରାଜସ୍ଥାନର ଟିମ ୧୫୯ ରନର ପିଛା କରୁଥିଲେ ତେବେ ସେହି ସମୟରେ ମାତ୍ର ୭୮ରେ ରନରେ ହି ଟିମର ୫ଟି ୱିକେଟ ଚାଲି ଯାଇଥିଲା ଓ ଏମିତି ଲାଗୁଥିଲା କି ହାଇଦ୍ରାବାଦ ଏହି ମ୍ୟାଚକୁ ଅତି ସହଜରେ ଜିତି ନେବେ ।

କିନ୍ତୁ ଶେଷରେ ରାହୁଲ ତେବତିୟା ମାତ୍ର ୨୮ଟି ବଳରେ ୪୫ ରନ ଓ ରିୟାନ ପରାଗ ବି ମାତ୍ର ୨୬ଟି ବଳରେ ୪୨ ରନ କରିବା ସହିତ ଶେଷ ବଳରେ ୬ ମାରି ନିଜ ଟିମକୁ ବିଜେତା କରିବାରେ ସଫଳ ହେଲେ । ଅନ୍ୟ ପଟେ ହାଇଦ୍ରାବାଦର ଶେଷ ଓଭର ଖଲୀଲ ଅହମଦ କରୁଥିଲେ । ଏମିତିରେ ନିଜ ଟିମକୁ ହାରୁଥିବାର ଦେଖି ଖଲୀଲ ଅହମଦକୁ ଏହି କଥା ହଜମ ହେଲା ନାହିଁ ଓ ସେ ଭଲ ପ୍ରଦର୍ଶନ କରୁଥିବା ରାହୁଲ ତେବତିୟାଙ୍କୁ ଅପଶବ୍ଦ କହିବାକୁ ଲାଗିଲେ ।

ଏହା ପରେ ରାହୁଲ ତେବତିୟା ବି ଖଲୀଲ ଅହମଦଙ୍କୁ ଜବାବ ଦେଲେ । ଏମିତିରେ ମ୍ୟାଚ ଶେଷ ହେବା ପରେ ହାଇଦ୍ରାବାଦର କ୍ୟାପଟେନ ଡେବିଡ ୱାର୍ନର ରାହୁଲ ତେବତିୟାକୁ ଶାନ୍ତ କରୁଥିବାର ନଜର ଆସିଲେ । ମ୍ୟାଚ ଶେଷ ହେବା ପରେ ଯେତେବେଳ ରାହୁଲ ତେବତିୟାଙ୍କୁ ପ୍ରଶ୍ନ କରାଗଲା କି ଖଲୀଲ ଅହମଦଙ୍କ ସହ ତାଙ୍କର କଣ ହୋଇଥିଲା । ତେବେ ସେ କହିଲେ କି ଏହିଭଳି ଛୋଟ ମୋଟ କଥା ମ୍ୟାଚରେ ହୋଇଥାଏ ।

ମ୍ୟାଚର ଶେଷ ସମୟରେ ଖଲୀଲ ଅହମଦଙ୍କ ଉପରେ ବହୁତ ପ୍ରେସର ଥିଲା ଓ ପରିସ୍ଥିତି ବି କିଛି ଏମିତି ଥିଲା । ଏହା ସହିତ ମୁଁ ଭଲ ବ୍ୟାଟିଙ୍ଗ କରୁଥିଲି । ତେବେ ଗ୍ରାଉଣ୍ଡ ଉପରେ ଏହିଭଳି ବେଳେ ବେଳେ ହୋଇଯାଏ । ଆପଣଙ୍କୁ କହିଦେଉଛୁ କି ରାହୁଲ ତେବତିୟା ହାଇଦ୍ରାବାଦର ସବୁଠୁ ମୁଖ୍ୟ ଖେଳାଳି ରାଶିଦ ଖାନର ଓଭରରେ ଲଗାତାର ୩ଟି ଚଉକା ମାରିଥିଲେ ।

ଏହା ପରେ ରାହୁଲ ତେବତିୟା କହିଲେ କି ଯେତେବେଳେ ମୁଁ ଦେଖିଲି କି ରିଭର ସ୍ଵୀପ ପାଇଁ ପଡିଆ ଖାଲି ଅଛି ତେବେ ମୁଁ ସେହିଭଳି ହିଁ ବ୍ୟାଟିଙ୍ଗ କରିଲି ଓ ମୁଁ ନିଜ ଟିମକୁ ଜିତାଇବାରେ ସଫଳ ହୋଇଗଲି । ଏହିଭଳି ଭାବରେ ସେ ପ୍ରତି ଓଭରରେ ଚୁକା ଛକା ମାରି ନିଜ ଟିମକୁ ଜିତାଇବାରେ ସଫଳ ହେଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।