ଦୁଇ ଜଣ ଝିଅଙ୍କ ମଧ୍ୟରୁ ଜଣଙ୍କ ଆଗରେ ବାଘ ଓ ଜଣଙ୍କ ଆଗରେ ଭାଲୁ ଅଛି, କଣ ଆପଣ ଜାଣିଛନ୍ତି ଏମାନଙ୍କ ମଧ୍ୟରୁ କିଏ ବଞ୍ଚି ପାରିବ ? ଏମିତି ଆଉ କିଛି ପହେଲି ମଧ୍ୟ ଦେଖନ୍ତୁ

ଆଜି ଆମେ ୪ ଟି ମଜାଦାର ଜାସୁଶୀ ପହେଲି ସମାଧାନ କରିବା ।

ପ୍ରଥମ ପହେଲି

ଦୋକାନରୁ ଯେମିତି ମାଲିକ ବାହାରକୁ ଗଲା ସେମିତି ହିଁ ଚାକର ଦୋକାନରୁ ୧୦୦ ଟଙ୍କା ଚୋରାଇ ନେଲା । କିଛି ସମୟ ପରେ ଯେତେବେଳେ ମାଲିକ ଫେରି ଆସେ ତେବେ ଚାକର ସେହି ୧୦୦ ଟଙ୍କା ଦେଇ ମାଲିକ ଠାରୁ ୭୦ ଟଙ୍କାର ଜିନିଷ କିଣିଲା ଓ ମାଲିକ ତାକୁ ବାକି ୩୦ ଟଙ୍କା ଫେରାଇ ଦେଲା । କଣ ଆପଣ କହି ପାରିବେ ମାଲିକର ଟୋଟାଲ କେତେ ଟଙ୍କା କ୍ଷତି ହେଲା ।

ଉତ୍ତର – ୧୦୦ ଟଙ୍କା
କାରଣ ସେହି ଜିନିଷ ଦେବା ଦ୍ଵାରା ମାଲିକର ଏକ୍ଟ୍ରା କୌଣସି କ୍ଷତି ହେଲା ନାହିଁ ।

ଦ୍ଵିତୀୟ ପହେଲି

ମୁଁ ଜନ୍ମ ହୋଇଥାଏ ସମୁଦ୍ରରେ ଓ ରହିଥାଏ ଆପଣଙ୍କ ଘରେ ତେବେ କୁହନ୍ତୁ ମୁଁ କିଏ ?

ଉତ୍ତର- ଲୁଣ

ତୃତୀୟ ପହେଲି

ଏମିତି କେଉଁ ଦାନ ଅଛି ଯାହାକୁ ଗରିବ ହେଉ ବା ଧନୀ ସମସ୍ତେ କରିଥାନ୍ତି । କୁହନ୍ତୁ …

ଉତ୍ତର – ମତଦାନ ବା Voting

ଚତୁର୍ଥ ପହେଲି

ଏଠାରେ ଦୁଇଟି ଲେଡି ଠିଆ ହୋଇଛନ୍ତି । ଜଣଙ୍କ ଆଗରେ ବାଘ ଓ ଜଣଙ୍କ ଆଗରେ ଭାଲୁ । ତେବେ ଆପଣଙ୍କୁ କଣ ଲାଗୁଛି । ଏମାନଙ୍କ ମଧ୍ୟରୁ କିଏ ବଞ୍ଚି ପାରିବ ?

ଉତ୍ତର – ଏମାନଙ୍କ ମଧ୍ୟରୁ ସେକନ୍ଡ ଲେଡି ବଞ୍ଚିପାରେ ଯଦି ସେ ନିଜର ନିଶ୍ଵାସ ବନ୍ଦ କରିଦିଏ ତେବେ ଭାଲୁ ଭାବିବ କି ସେ ମରି ଯାଇଛି । ଭାଲୁ କେବେ ବି ମରିଥିବା ଲୋକଙ୍କୁ ଖାଏ ନାହିଁ । କିନ୍ତୁ ବାଘ ତ କାହାକୁ ବି ଛାଡେ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।