ଆସୁଛି ମହା ବିପଦ ! ମାଡି ଆସିବ ସମୁଦ୍ର, ଉପକୂଳବର୍ତ୍ତୀ ଅଞ୍ଚଳରେ ଆସିବ ଜଳ ପ୍ରଳୟ, ସମୁଦ୍ର ଆଁ କୁ ଚାଲିଯିବ ଅଧା ଓଡିଶା, ଦେଖନ୍ତୁ ତାହା କେଉଁ କେଉଁ ଅଞ୍ଚଳ ?

ଦିନକୁ ଦିନ ସ୍ଥଳଭାଗ ଆଡକୁ ମାଡି ଆସୁଛି ସମୁଦ୍ର । ଯାହାର ଫଳ ସ୍ୱରୂପ ୨୦୫୦ ସୁଦ୍ଧା ବିଶ୍ଵର ବିଭିନ୍ନ ଉପକୂଳରେ ଜଳପ୍ରଳୟ ଆସିବ । ସମୁଦ୍ର ଭିତରେ ବୁଡିଯିବ ବହୁ ବଡ ବଡ ସହର । ଏହାଦ୍ବାରା ପ୍ରାୟ ୩୦ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । କ୍ଲାଇମେଟ ସେଣ୍ଟ୍ରାଲର ରିପୋର୍ଟ ଅନୁଯାୟୀ ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇପାରେ ଚୀନ, ବାଂଲାଦେଶ ଓ ଭାରତ ସମେତ ୬ଟି ଦେଶର ଉପକୂଳ ଅଞ୍ଚଳ ।

ତେବେ ଚୀନର ୯ କୋଟି ୩୦ ଲକ୍ଷ, ବାଂଲାଦେଶର ୪ କୋଟି ୨୦ ଲକ୍ଷ ଏବଂ ଭାରତର ୩ କୋଟି ୬୦ ଲକ୍ଷ ଲୋକ ପ୍ରଭାବିତ ହେବେ । ସେହିପରି ଭିଏତନାମର ୩ କୋଟି ୧୦ ଲକ୍ଷ, ଇଣ୍ଡୋନେସିଆର ୨ କୋଟି ୩୦ ଲକ୍ଷ ଓ ଥାଇଲାଣ୍ଡରେ ପ୍ରଭାବିତ ହେବେ ୧ କୋଟି ୧୦ ଲକ୍ଷ ଲୋକ । ଏହି ୬ ଟି ଦେଶରେ ଉପକୂଳର ୭୫ ପ୍ରତିଶତ ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇପାରେ । ତେବେ ଭାରତରେ ଓଡିଶା ଉପକୂଳ ବେଶୀ କ୍ଷତି ସହିବ ବୋଲି ଆଶଙ୍କା କରାଯାଉଛି ।

ଚିଲିକା, ପାରାଦ୍ଵୀପ, କେନ୍ଦ୍ରାପଡା ଓ ଚାନ୍ଦିପୁର ଭଳି ଉପକୂଳ ସବୁ ବୁ-ଡି-ଯି-ବା ଆଶଙ୍କା ରହିଛି । ଜଳବାୟୁର ଘୋର ପରିବର୍ତ୍ତନ ସାରା ବିଶ୍ଵ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଗ୍ଲୋବାଲ୍ ୱାର୍ମିଂ ଦିନକୁ ଦିନ ବଢୁଥିବାରୁ ଗ୍ରୀନ ହାଉସ ଗ୍ଯାସ ଗୁଡିକ ଅଧିକ ପ୍ରଭାବିତ ହେଉଛନ୍ତି । କାର୍ବନ ଡାଇଅକସାଇଡ, ନାଇଟ୍ରୋଜେନ, ମିଥେନ, ନାଇଟ୍ରୋଜେନ ଅକସାଇଡ, କ୍ଳୋରିନ, ଓଜୋନ ଗ୍ଯାସ, କ୍ଳୋରୋଫ୍ଲୋର କାର୍ବନ ଆଦି ଗ୍ରୀନ ହାଉସ ଗ୍ଯାସ ହେଉଛନ୍ତି ଏହାର ମୁଖ୍ୟ କାରଣ ।

ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବାରୁ ଗ୍ରୀନଲାଣ୍ଡ, ଆଣ୍ଟାର୍କଟିକା ଆଦି ସ୍ଥାନ ମାନଙ୍କରେ ବରଫ ତରଳିବାକୁ ଲାଗୁଛି । ଆଣ୍ଟାର୍କଟିକାରେ ଥିବା ପୃଥିବୀର ସବୁଠୁ ବଡ ଗ୍ଲେସିୟର ‘ଲାମ୍ବର୍ଟ’ ମଧ୍ୟ ଧୀରେ ଧୀରେ ତରଳିବାକୁ ଲାଗିଲାଣି । ପୃଥିବୀର ୭୧ ଭାଗ ଜଳଭାଗ ଓ ୨୯ ଭାଗ ହେଉଛି ସ୍ଥଳଭାଗ । ତେବେ ୭୧ ଭାଗ ଜଳଭାଗ ମଧ୍ୟରୁ ଅନେକାଂଶ ବରଫ ଅବସ୍ଥାରେ ରହିଛି । ଯଦି ସେଗୁଡିକ ତରଳିବାକୁ ଆରମ୍ଭ କରିବେ ତେବେ ନିଶ୍ଚିତ ଭାବେ ସମୁଦ୍ର ପତ୍ତନ ବୃଦ୍ଧି ପାଇବ ।

ହିମାଳୟରେ ଥିବା ଗ୍ଲେସିୟର ଗୁଡିକ ମଧ୍ୟ ତରଳିବାକୁ ଲାଗିଲାଣି । ଯଦି ଏପରି ଲାଗି ରୁହେ ତେବେ ପୃଥିବୀର ଅନେକ ଅଞ୍ଚଳ ଜ-ଳ-ମ-ଗ୍ନ ହେବାରୁ ରୋକା ଯାଇ ପାରିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।