Odia GK: 2 + 2 ର ଅଧା କେତେ ? ଉତ୍ତର 2 ନୁହେଁ, 99% ଲୋକ Fail (Odia Riddles)

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ଓଡିଶା ର ଦ୍ଵିତୀୟ ବୃହତ୍ତମ ନଦୀ କେଉଁଟି ?

ଉ: ବ୍ରାହ୍ମଣୀ ନଦୀ ଓଡିଶାର ଦ୍ଵିତୀୟ ବୃହତ୍ତମ ନଦୀ ।

2- “ଆହେ ଦୟାମୟ ବିଶ୍ଵ ବିହାରୀ” ପ୍ରାର୍ଥନା ର ରଚୟିତା କିଏ ?

ଉ: ରାମକୃଷ୍ଣ ନନ୍ଦ ।

3- ଓଡିଆ ମହାଭାରତ କିଏ ରଚନା କରିଛନ୍ତି ?

ଉ: ଶାରଳା ଦାସ ।

4- ଦିଲ୍ଲୀ ବିଜୟଘାଟ ଠାରେ କାହାର ସମାଧି ପୀଠ ରହିଛି ?

ଉ: ଲାଲ ବାହାଦୁର ଶାସ୍ତ୍ରୀ ।

5- ପଦ୍ମଚରଣ ରାୟ ଙ୍କୁ କଣ ଉପାଧି ଦିଆ ଯାଇଛି ?

ଉ: ଉତ୍କଳ ଭୀମ ।

6- ଘଟଗାଁ କେଉଁ ମନ୍ଦିର ପାଇଁ ପ୍ରସିଦ୍ଧ ?

ଉ: ମା’ ତାରିଣୀଙ୍କ ମନ୍ଦିର ।

7- ଧାମରା ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ଭଦ୍ରକ ଜିଲ୍ଲାରେ ଅବସ୍ଥିତ ।

8- ଭୁତ୍ଵକରେ କେଉଁ କଠିନ ମୌଳିକ ସର୍ବାଧିକ ପରିମାଣରେ ଅଛି ?

ଉ: ସିଲିକନ ସବଣୁଠୁ ଅଧିକ ପରିମାଣରେ ରହିଛି ।

9- ଦୁନିଆର ସବୁଠାରୁ ଓଜନିଆ ଧାତୁ ର ନାମ କଣ ?

ଉ: ଅସମିଅମ ସବୁଠୁ ଓଜନିଆ ଧାତୁ ।

10- 1936 ମସିହା ଏପ୍ରିଲ 1 ତାରିଖ ଦିନ ଓଡିଶା ପ୍ରଦେଶରେ କେତେ ଗୋଟି ଜିଲ୍ଲା ଥିଲା ?

ଉ: 6 ଟି ଜିଲ୍ଲା ଥିଲା ।

11- ମା ତାରିଣୀ ଙ୍କ ପୂଜକଙ୍କୁ କଣ କୁହାଯାଏ ?

ଉ: ଦେହୁରି କୁହାଯାଏ ।

12- ଯୁଧିଷ୍ଠିର କରିଥିବା ରାଜସ୍ଵୟ ଯଜ୍ଞରେ ବ୍ରାହ୍ମଣ ମାନଙ୍କର ପାଦ କିଏ ଧୋଇ ଦେଇଥିଲେ ?

ଉ: ଶ୍ରୀକୃଷ୍ଣ ଧୋଇ ଦେଇଥିଲେ ।

13- ଚନ୍ଦ୍ରପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣର ମୂଲ୍ୟ ପୃଥିବୀ ପୃଷ୍ଠର ମାଧ୍ୟାକର୍ଷଣ ଜନିତ ତ୍ଵରଣ ମୂଲ୍ୟ ର କେତେ ଅଂଶ ?

ଉ: 1/6 ଅଂଶ ।

14- ଗୋଟିଏ ବସ୍ତୁକୁ ଭୂମି ସହିତ କେତେ ପରିମାଣ କୋଣ କରି ବଳ ପ୍ରୟୋଗ କଲେ ବସ୍ତୁଟି ସର୍ବୋଚ୍ଚ ଉଚ୍ଚତା ଯାଇ ପାରିବ ?

ଉ: 90 ଡିଗ୍ରୀ ।

15- ଭାରତର ପ୍ରଥମ କୃତ୍ରିମ ଉପଗ୍ରହ ର ନାମ କଣ ?

ଉ: ଆର୍ଯ୍ୟଭଟ୍ଟ ।

16- ଆକାରରେ ଭାରତର ସବୁଠାରୁ ଛୋଟ କେନ୍ଦ୍ରଶାସିତ ଅଞ୍ଚଳ କେଉଁଟି ?

ଉ: ଲାକ୍ଷାଦ୍ଵୀପ ।

17- ଭାରତର ସବୁଠାରୁ ପୁରୁଣା ତୈଳ ବିଶୋଧନାଗାର କେଉଁଟି ?

ଉ: ଦିଗବୋଇ ।

18- ସୂର୍ଯ୍ୟ ନମସ୍କାର ପ୍ରକ୍ରିୟାରେ କେତେଗୋଟି ଆସନ ରହିଛି ?

ଉ: 12 ଟି ।

19- କେଉଁ ଶାସକଙ୍କୁ ଭାରତର ନେପୋଲିୟନ କୁହାଯାଏ ?

ଉ: ସମୁଦ୍ରଗୁପ୍ତ ।

20- 2 + 2 ର ଅଧା କେତେ ?

ଉ: ଦୁଇ ମିଶାଣ ଦୁଇ ର ଅଧା 1 ଏବଂ 2 + 1 = 3 ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।