ବୟଫ୍ରେଣ୍ଡ ନଥିଲେ କଲେଜରେ ଏଣ୍ଟ୍ରି ମନା ! ସବୁ ଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ! ଏଭଳି ଅଜବ ନୋଟିସ ନେଇ କଣ କହୁଛନ୍ତି କଲେଜର ଛାତ୍ରୀମାନେ ? ଦେଖନ୍ତୁ video

ଏବେ ସୋସିଆଲ ମିଡିଆରେ ଏମିତି ଏକ କଲେଜ ନୋଟିସ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେଉଁ କଲେଜରେ ଏଭଳି ନୋଟିସ ଦିଆଯାଏ ଆପଣ ବି ଚିନ୍ତାରେ ପଡିଯିବେ । ଭାଇରାଲ ହେଉଥିବା ଏହି ନୋଟିସ ରେ ଜଗତସିଂପୁର ଏସଭିଏମ ଅଟୋନୋମାସ କଲେଜର ନାମ ଲେଖାଯାଇଛି । ଆଉ ତଳେ କଲେଜ ପ୍ରିନ୍ସପାଲଙ୍କ ଦସ୍ତଖତ ମଧ୍ୟ ରହିଛି । ଏଭଳି ଏକ ଲଜ୍ଜାଜନକ ନୋଟିସ ପାଇଁ ଏସଭିଏମ କଲେଜରେ ହଇଚଇ ସୃଷ୍ଟି ହୋଇଯାଇଛି ।

ଏହି ନୋଟିସରେ ସ୍ପଷ୍ଟ ଭାବେ ଲେଖାଯାଇଛି କି, “ବୟଫ୍ରେଣ୍ଡ ନଥିଲେ କଲେଜ ଆସିବା ମନା । କଲେଜ ର ସବୁ ଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ । ଫେବୃୟାରୀ 14 ଅର୍ଥାତ ଭାଲେଣ୍ଟାଇନ ଡେ’ ସୁଦ୍ଧା କଲେଜ ର ସମସ୍ତ ଛାତ୍ରୀ ଅନ୍ତତଃପକ୍ଷେ ଗୋଟିଏ ଲେଖାଏଁ ବୟଫ୍ରେଣ୍ଡ ଯୋଗାଡ କରି କଲେଜ ଆସିବାକୁ ହେବ । ସେମାନଙ୍କ ସୁରକ୍ଷା ପାଇଁ ଏଭଳି ନୂଆ ବ୍ୟବସ୍ଥା କରାଯାଇଛି । ଝିଅମାନଙ୍କୁ ଏକୁଟିଆ କଲେଜରେ ପଶିବାକୁ ଦିଆଯିବ ନାହିଁ । କଲେଜରେ ପ୍ରବେଶ ପାଇଁ ନିଜର ଶେଷତମ ବୟଫ୍ରେଣ୍ଡଙ୍କ ସହ ଏକ ଫଟୋ ଦେଖାଇବାକୁ ଛାତ୍ରୀମାନେ ବାଧ୍ୟ ।”

ତେବେ କଲେଜର ଝିଅମାନେ ଏହାକୁ ନେଇ ପ୍ରତିବାଦ କରିଛନ୍ତି । ଏଭଳି ମିଛ ନୋଟିସ କଲେଜ ଓ କଲେଜର ଝିଅମାନଙ୍କୁ ବଦନାମ କରୁଛି ବୋଲି ସେମାନେ କହିଛନ୍ତି । ଯିଏ ଏହିସବୁ କରିଛି ତାକୁ ଶୀଘ୍ର ଖୋଜି ବାହାର କରିବା ସହ ତା’ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

କଲେଜର ପ୍ରିନ୍ସପାଲ ଜଣେ ବେଶ ଉଚ୍ଚ ଶିକ୍ଷିତ ଓ କଲେଜ ପାଇଁ ଅନେକ କାମ କରୁଛନ୍ତି । ସେ କେବେବି ଏହିଭଳି କରିବେ ନାହିଁ ବୋଲି କହିଛନ୍ତି ଜଣେ ଛାତ୍ରୀ । କଲେଜ ନାଁରେ ଭାଇରାଲ ହେଉଥିବା ଏହି ନୋଟିସ ଯୋଗୁଁ ଅନ୍ୟ କଲେଜ ର ପିଲାମାନେ ମଧ୍ୟ ସେମାନଙ୍କୁ ଥଟ୍ଟା ପରିହାସ କରୁଛନ୍ତି । ଯାହାକି ଖୁବ ଶୀଘ୍ର ବନ୍ଦ କରାଯିବା ଉଚିତ ଏବଂ ଯଥା ଶୀଘ୍ର ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଖୋଜିକି ବାହାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଏନେଇ କଲେଜ ପ୍ରିନ୍ସପାଲ ନିକଟସ୍ଥ ଥାନାରେ ଯାଇ ଏତଲା ରୁଜୁ କରିଛନ୍ତି । ସେହି ନୋଟିସକୁ ସଂପୂର୍ଣ୍ଣ ନକଲି ବୋଲି କହିବା ସହ ଅପରାଧୀକୁ ଶୀଘ୍ର ଖୋଜି ବାହାର କରାଯାଉ ବୋଲି ସେ ନିଜେ ମଧ୍ୟ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।