Mihir Das ଙ୍କୁ ହସ୍ପିଟାଲ ଯାଇ ଦେଖିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବଡ ବୟାନ ଦେଲେ ଅଭିନେତା Sritam Das, ଦେଖନ୍ତୁ କ’ଣ କହୁଛନ୍ତି ଶ୍ରୀତମ !

ଗତକାଲି ଖବର ଆସିଥିଲା କି ଓଡିଆ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଦୀର୍ଘ ସମୟ ଧରି ତାଙ୍କ ଶରୀରରେ ମଧୁମେହ ରହିଥିବା ବେଳେ ଗତ ତିନି ବର୍ଷ ହେବ ଏହା ତାଙ୍କ କିଡନୀ ଉପରେ ପ୍ରଭାବ ପକାଇଥିଲା । ଆଉ ସେଥିପାଇଁ ସେ ନିୟମିତ ଡାଇଲିସିସ ମଧ୍ୟ କରାଉଥିଲେ । ତେବେ ଗତ ତିନି-ଚାରି ଦିନ ହେବ ମିହିର ଦାସଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା ।

ମିହିର ଦାସଙ୍କ ଅସୁସ୍ଥତା ଖବର ପ୍ରକାଶ ପାଇବାରେ ଓଡିଆ ଫିଲ୍ମ ଜଗତ ସହ ଜଡିତ ସମସ୍ତ କଳାକାରଙ୍କ ସମେତ ଶୁଭେଚ୍ଛୁ ଏବଂ ପ୍ରଶଂସକ ମାନେ ତାଙ୍କର ଆଶୁ ଆରୋଗ୍ଯ କାମନା କରିଥିଲେ । ମିହିର ଦାସଙ୍କ ପୁଅ ତଥା ଅଭିନେତା ଅମ୍ଳାନ ମଧ୍ୟ ଗତକାଲି ବାପାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଓ ସମସ୍ତଙ୍କର ଆଶୀର୍ବାଦ ଏବଂ ପ୍ରାର୍ଥନା ଲୋଡିଥିଲେ । ତେବେ ଆଜି ଓଡିଆ ଫିଲ୍ମ ଜଗତର ଅନ୍ୟ ଜଣେ ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ମିହିର ଦାସଙ୍କୁ ଦେଖା କରିବା ପାଇଁ ହସ୍ପିଟାଲ ଆସିଥିଲେ ।

ଆଉ ଏହାପରେ ମିହିର ଦାସଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତାଙ୍କ ଠାରୁ ପ୍ରତିକ୍ରିୟା ମିଳି ପାରିଛି । ଶ୍ରୀତମ ଦାସ କହିଛନ୍ତି କି, ମିହିର ଦାସଙ୍କ ସ୍ୱାସ୍ଥ୍ୟରେ ବର୍ତ୍ତମାନ ଉନ୍ନତି ଦେଖିବାକୁ ମିଳୁଛି ଓ ଡାକ୍ତରୀ ଟିମ୍ ମଧ୍ୟ ଆଶା କରୁଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହୋଇଯିବେ । ହସ୍ପିଟାଲର ସମସ୍ତ ଡାକ୍ତର ଏବଂ କର୍ମଚାରୀ ମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ମିହିର ଦାସ ଯେପରି ଅବସ୍ଥାରେ ସେଠାକୁ ଆସିଥିଲେ ଏବଂ ଏବେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଯେପରି ରହିଛି ତାହା ନିହାତି ଭାବେ ପ୍ରଶଂସାଯୋଗ୍ୟ । ହସ୍ପିଟାଲରେ ମିହିର ଦାସଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ଯୋଗାଇ ଦିଆଯାଉଛି ଏବଂ ଡାକ୍ତର ମାନେ ମଧ୍ୟ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ମିହିର ଦାସଙ୍କ ଶରୀର ମଧ୍ୟ ଚିକିତ୍ସାକୁ ଭଲଭାବେ ଗ୍ରହଣ କରୁଛି । ଡାକ୍ତର ମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀତମ ଜାଣିବାକୁ ପାଇଛନ୍ତି କି ମିହିର ଦାସ ସୁସ୍ଥତା ଆଡକୁ ଆଗାଉଛନ୍ତି ।

ମିହିର ଦାସ ପ୍ରକୃତରେ ଜଣେ ଯୋଦ୍ଧା ଏବଂ ସେ ଯୁଦ୍ଧ କରି ନିଶ୍ଚୟ ଏଥିରୁ ବାହାରି ଆସିବେ ବୋଲି ଶ୍ରୀତମ ବିଶ୍ବାସ କରନ୍ତି ବୋଲି କହିଛନ୍ତି । ତେବେ ମିହିର ଦାସଙ୍କ ଅଗଣିତ ଶୁଭେଚ୍ଛୁଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ନିଶ୍ଚୟ ତାଙ୍କୁ ସୁସ୍ଥତା ଦେବ ବୋଲି ଆମର ଆଶା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।