‘ଯଦି ମୋର କିଛି ହୁଏ ତେବେ ସୁମିତ…’ Sumit ଫେରାର ହେବା ନେଇ ତାଙ୍କ ଓକିଲଙ୍କ ବୟାନ ସାମନାକୁ ଆସିବା ପରେ Tapaswini କ’ଣ କହିଲେ ଶୁଣନ୍ତୁ, ଦେଖନ୍ତୁ video

ବ୍ରହ୍ମପୁରର ଚର୍ଚ୍ଚିତ ଯୋଡି ତପସ୍ଵିନୀ ଦାଶ ଏବଂ ଡାକ୍ତର ସୁମିତ ସାହୁଙ୍କ ମାମଲା କେଉଁ ଆଡକୁ ଗତି କରୁଛି ତାହା କହିବା ମୁସ୍କିଲ ହୋଇପଡୁଛି । କିଛି ଦିନ ଧରି ସେମାନେ ଏକାଠି ରହିବା ପରେ ତାଙ୍କ ଶୁଭେଚ୍ଛୁ ମାନେ ଖୁସି ଥିବା ବେଳେ ଏବେ କିନ୍ତୁ ସମସ୍ତଙ୍କୁ ନିରାଶ କରି ସୁମିତ ଫେରାର ହୋଇ ଯାଇଛନ୍ତି । ସୁମିତ ନ ଫେରିବାକୁ ଏବଂ ତାଙ୍କ ଫୋନ ବନ୍ଦ ଥିବାରୁ ତପସ୍ଵିନୀଙ୍କ ଅଭିଯୋଗ କ୍ରମେ ପୋଲିସ ଖୋଳତାଡ କରିଥିଲା ।

ସୁମିତଙ୍କ ଫୋନ ବନ୍ଦ ଥିବା ସହ ସେ ହସ୍ପିଟାଲ ତଥା ନିଜ କାର୍ଯ୍ୟକ୍ଷେତ୍ରକୁ ମଧ୍ୟ ଯାଇ ନଥିବା ବରଂ ଚାରିଦିନ ପାଇଁ ଛୁଟି ନେଇଥିବା ଜଣା ପଡିଥିଲା । ଏହାପରେ ସୁମିତଙ୍କ ସନ୍ଧାନ ଜାରି ରଖିଥିଲା ପୋଲିସ । ଆଉ ତପସ୍ଵିନୀ ମଧ୍ୟ ଏଥିରେ ତାଙ୍କ ଶ୍ବଶୁରଙ୍କ ହାତ ଥିବା ସିଧାସଳଖ କହିଥିଲେ । ତେବେ ଅନେକ ଆଶଙ୍କା ପରେ ସୁମିତଙ୍କ ଓକିଲ ସାମନାକୁ ଆସିଥିଲେ । ଓକିଲଙ୍କ କହିବା ଅନୁଯାୟୀ ସୁମିତ ତାଙ୍କ ଘରେ ଅଛନ୍ତି ।

ସେ ଘର ଖୋଜିବାକୁ ଯାଇଥିବା ବେଳେ ତାଙ୍କ ଦେହ ହଠାତ ଅସୁସ୍ଥ ହୋଇ ପଡିବାରୁ ସେ ଘରକୁ ପଳାଇଥିଲେ । ସୁମିତଙ୍କ ଓକିଲଙ୍କ ବୟାନକୁ ନେଇ ଏବେ ପୁଣି ଥରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତପସ୍ଵିନୀ । ସେ ଏକ ଭିଡିଓ ବନାଇ ସେଥିରେ କହିଛନ୍ତି କି, ତାଙ୍କର ଯଦି କିଛି ହୋଇଯାଏ ତେବେ ଏଥିପାଇଁ ସୁମିତ ହିଁ ସଂପୂର୍ଣ୍ଣ ଭାବେ ଦାୟୀ ହେବେ । ଯଦି ସୁମିତ ଘର ଖୋଜିବାକୁ ଯାଉଥିଲେ ତେବେ କାହିଁକି ଦୌଡିକରି ଏକ ଅଜଣା ଗାଡିରେ ବସି ପଳାଇଥିଲେ ?

ଗେଷ୍ଟହାଉସ ବାହାରେ ଥିବା ପୋଲିସକର୍ମୀ ତାଙ୍କୁ ସାର ! ସାର ! ବୋଲି ଡାକିବା ପରେ ବି ସେ କାହିଁକି ଶୁଣି ନଥିଲେ ? କାହିଁକି ତପସ୍ଵିନୀଙ୍କୁ କିଛି ନକହି ସେ ଯାଇଥିଲେ ? ଏହିଭଳି ଅନେକ ପ୍ରଶ୍ନ ସେ କରିଛନ୍ତି । ଏପରିକି ଏବେ ପର୍ଯ୍ୟନ୍ତ ସୁଦ୍ଧା ସୁମିତ ଥରେ ହେଲେ ବି ତପସ୍ଵିନୀଙ୍କୁ କଲ୍ କରି ନାହାନ୍ତି ।

ତପସ୍ଵିନୀ କହିଛନ୍ତି ଯଦି ସୁମିତଙ୍କ ଦେହ ଅସୁସ୍ଥ ଅଛି ତେବେ ସ୍ତ୍ରୀ ହିସାବରେ ଜାଣିବା ଏବଂ ତାଙ୍କର ସେବା କରିବା ତାଙ୍କ କର୍ତ୍ତବ୍ୟ । କିନ୍ତୁ କାହିଁକି ତାଙ୍କୁ ସେ ଏବେ ପର୍ଯ୍ୟନ୍ତ ଫୋନ କରି ଜଣାଇ ନାହାନ୍ତି ? ଏହିସବୁ ପ୍ରଶ୍ନ କରିବା ସହ ସେ ସୁମିତଙ୍କ ଓକିଲଙ୍କ ଏହିସବୁ ବୟାନକୁ ମିଛ ବୋଲି କହିଛନ୍ତି । ତେବେ ଏହିସବୁ ଶୁଣିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।