ନୂଆ ଶାଢୀ ଓ ଗହଣା ପିନ୍ଧି ରାତି ଅଧରେ Railway Station ରେ ମହିଳା ବାଣ୍ଟିଲେ ଖାଦ୍ୟ, ପୁରା ଘଟଣା ଯାବିଲେ ଆପଣ ବି କରିବେ ପ୍ରଶଂସା

ଭାରତରେ ବିବାହ ବହୁତ ହିଁ ଧୁମଧାମରେ ପାଳନ କରାଯାଏ । ଯାହା ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ସମସ୍ତେ ନିଜର ବାହାଘରରେ ବହୁତ ଟଙ୍କା ବି ଖର୍ଚ କରନ୍ତି । ମଣ୍ଡପକୁ ସଜାଇବା ଠାରୁ ନେଇ, ଖାଦ୍ୟ, ପୁଅ ଓ ଝିଅର ଡ୍ରେସ ସବୁ କିଛି ଉପରେ ବହୁତ ଧ୍ୟାନ ଦିଆଯାଏ । ଲୋକମାନେ ବିବାହକୁ ନିଜ ପାଇଁ ଓ ବିବାହରେ ଆସୁଥିବା ଲୋକମାନଙ୍କ ପାଇଁ ସ୍ମୃତିପୂର୍ଣ କରିବାକୁ ଚାହାନ୍ତି । ସେଥିପାଇଁ ବାହାଘରରେ ଟଙ୍କା ପାଣି ଭଳି ଖର୍ଚ କରନ୍ତି ।

କିନ୍ତୁ ଆପଣ ସବୁବେଳେ ଦେଖିଥିବେ କି ବାହାଘରରେ ପ୍ରାୟତଃ ଖାଦ୍ୟ ନଷ୍ଟ ହୋଇଥାଏ । ଏହା ମଧ୍ୟରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ କିଛି ଫଟୋ ଲୋକମାନଙ୍କର ହୃଦୟ ଜିତି ନେଇଛି । ମହିଳା ଜଣକ ବିବାହ ପରେ ନିଜେ ଗରିବ ଲୋକମାନଙ୍କୁ ଖାଦ୍ୟ ବାଣ୍ଟୁ ଥିବାର ନଜର ଆସୁଛନ୍ତି । ମହିଳାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ଏହି ଫଟୋକୁ କଳିକତାର ରାନାଘାଟ ଷ୍ଟେସନର କୁହାଯାଉଛି ।

ଫଟୋରେ ଦେଖି ପାରିବେ କି ମହିଳା ଜଣକ ନୂଆ ଶାଢୀ ଓ ଗହଣା ପିନ୍ଧି ତଳେ ବସିଛନ୍ତି । ସେ ଚାଉଳ, ଡାଲି ଓ ପନିପରିବା ଇତ୍ୟାଦି ଭର୍ତ୍ତି ଥିବା ବାସନ ଦ୍ଵାରା ଘେରି ହୋଇଛନ୍ତି । କୁହାଯାଉଛି କି ମହିଳା ଜଣକ ରାତି ଅଧରେ ରାନାଘାଟ ଷ୍ଟେସନରେ ଗରିବ ଲୋକମାନଙ୍କୁ ଖାଦ୍ୟ ବାଣ୍ଟୁ ଥିଲେ । ଏହି ସମୟର କିଛି ଫଟୋ ଭାଇରାଲ ହେଉଛି । ଲୋକମାନଙ୍କ ଆତ୍ମାକୁ ଜଗାଇ ଦେଉଥିବା ଏହି ଫଟୋକୁ ୱେଂଡିଂଗ ଫୋଟୋଗ୍ରାଫର ( Wedding photographer) ନୀଲାଂଜନ ମଂଡଲ ନିଜ କ୍ୟାମେରାରେ କଏଦ କରିଛନ୍ତି ।

ଏହି ଫଟୋରେ ନଜର ଆସୁଥିବା ମହିଳା ଜଣକଙ୍କ ନାଁ ହେଉଛି ପାପିୟା କର । ସେ ରାତି ୧ ସମୟରେ ରାନାଘାଟ ଷ୍ଟେସନରେ ବସି ଖାଦ୍ୟ ବାଣ୍ଟୁ ଥିଲେ  । ସୂଚନା ଅନୁସାରେ ମହିଳାଙ୍କ ଭାଇର ରିସେପସନ ଥିଲା । ଯେଉଁଥିରେ ବହୁତ ପରିମାଣରେ ଖାଦ୍ୟ ବଞ୍ଚି ଯାଇ ଥିଲା । ସେଥିପାଇଁ ସେ ଖାଦ୍ୟକୁ ଫୋପାଡିବା ପରିବର୍ତ୍ତେ ଦରକାରୀ ଲୋକମାନଙ୍କୁ ବାଣ୍ଟିବା ପାଇଁ ନିଷ୍ପତି ନେଲେ । ମହିଳାଙ୍କ ଏହି ଫଟୋ ଇଂସ୍ଟାଗ୍ରାମରେ ଶେୟାର କରାଯାଇଛି । ଏହି ଫଟୋ ଶେୟାର ହେଉ ହେଉ ସଙ୍ଗେ ସଙ୍ଗେ ଭାଇରାଲ ହୋଇଗଲା ।

 

View this post on Instagram

 

A post shared by Calcutta Instagrammers (@ig_calcutta)

ଏହି ପୋସ୍ଟ ସମସ୍ତଙ୍କର ଆଖି ଖୋଲି ଦେଇଛି । ପୁରା ମାମଲା ବିଷୟରେ ଜାଣିବା ପରେ ଆପଣଙ୍କର ବି ବିବେକ ଜାଗି ଉଠିବ । ଏଥିରେ ସମସ୍ତେ ମହିଳାଙ୍କ ଭରପୁର ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହି ପୋସ୍ଟରେ ବହୁତ ଲାଇକ ଓ କମେଣ୍ଟ ଆସୁଛି । ଦେଖି ପାରିବେ କି ମହିଳା ଜଣକ ନିଜେ ସମସ୍ତଙ୍କୁ ଖାଦ୍ୟ ଦେଉଛନ୍ତି । ସେ ରାତିରେ ଶେଲ୍ଟର ହାଉସ ଓ ଷ୍ଟେସନ ପାଖାପାଖି ଗଳି ଗୁଡିକରେ ଗରିବ ଲୋକମାନଙ୍କୁ ଖାଦ୍ୟ ବାଣ୍ଟୁ ଥିଲେ । ସେହି ସମୟରେ ତାଙ୍କ ପାଖରେ ପରିବାରର କିଛି ଲୋକ ଥିଲେ ।