କରିଶ୍ମା କପୁର କହିଲେ କି ଯଦି ଜୀବିତ ଥାନ୍ତେ ଏହି ଅଭିନେତା ତାହେଲେ କେବେ ଫିଲ୍ମକୁ ଆସିପାରି ନଥାନ୍ତେ କରିନା

ବଲିଉଡ ସିନେମାରେ ପୃଥୀରାଜ କପୁର ବଡ ସହଯୋଗ କରିଥିଲେ । ପୃଥୀରାଜ କପୁର ପରଦା ଉପରେ କଠୋର ଦେଖାଯାଉ ଥିଲେ କିନ୍ତୁ ବାସ୍ତବ ଜୀବନରେ ସେ ଅତି ସରଳ ଜୀବନ ଅତିବାହିତ କରୁଥିଲେ । ପୃଥୀରାଜଙ୍କ ବିଷୟରେ ଏହି କଥା ବହୁତ କମ ଲୋକ ଜାଣିଥିବେ କି ସେ ଘରର ମହିଳାଙ୍କୁ ସିନେମାରେ କାମ କରିବା ପାଇଁ ବାରଣ କରୁଥିଲେ । ଯଦି ପୃଥୀରାଜ କପୁର ଆଜି ଜୀବିତ ଥାନ୍ତେ ତାହେଲେ କରିଶ୍ମା କପୁର ଏବଂ କରିନା କପୁର କେବେ ହେଲେ ବି ସିନେମା ଜଗତକୁ ଆସିପାରି ନଥାନ୍ତେ । କାରଣ ସେ ତାଙ୍କ ପରିବାରର କୌଣସି ମହିଳାଙ୍କୁ ଫିଲ୍ମରେ ଦେଖିବା ପାଇଁ ଚାହୁଁନଥିଲେ ।

ପୃଥୀରାଜ ଗୋଟିଏ ଦିନ ତାଙ୍କ ଭଉଣୀ ଶାନ୍ତା କପୁରଙ୍କ ସହିତ ଫିଲ୍ମ ଇଣ୍ଡିଆ ମାଗାଜିନର ସମ୍ପାଦକ ବାବୁରାଓ ପଟେଲଙ୍କୁ ଦେଖା କରିବା ପାଇଁ ତାଙ୍କ ପାଖରେ ପହଞ୍ଚି ଥିଲେ ଏବଂ ବାବୁରାଓ ଶାନ୍ତାଙ୍କୁ ଦେଖି କହିଲେ କି ସେ ତାଙ୍କୁ ଫିଲ୍ମରେ କାମ କରିବା ପାଇଁ ଦେଇ ପାରିବେ । ଏହା ଶୁଣିବା ପରେ ପୃଥୀରାଜ ଉତ୍ତେଜିତ ହୋଇଗଲେ । ଏହାପରେ ସେ ସେଠାରୁ ଶାନ୍ତାଙ୍କୁ ଆଣି ଘରକୁ ଆସିଲେ ଏବଂ ତାଙ୍କୁ ବହୁତ ପାଟି ମଧ୍ୟ କଲେ ।

ଜଣା ପଡିଥିଲା କି ଶାନ୍ତା ତାଙ୍କର ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେଉଥିବାରୁ ପୃଥୀରାଜ ତାଙ୍କୁ ଗାଳି କରିଥିଲେ । ଏକ ରିପୋର୍ଟ ଅନୁସାରେ ଶାନ୍ତା କହିଛନ୍ତି କି ପରିବାରରେ ପରମ୍ପରା ଅଛି କି ଘରର କୌଣସି ବୋହୁ କିମ୍ବା ଝିଅ ଫିଲ୍ମରେ ଅଭିନୟ କରି ପାରିବେ ନାହିଁ । ଏହାର କାରଣ ହେଉଛି କି ଫିଲ୍ମରେ ଝିଅ ମାନଙ୍କୁ ବହୁତ ହଇରାଣ କରାଯାଉ ଥିଲା ।

ସାମନାକୁ ଆସିଥିବା ସୂଚନା ଅନୁସାରେ ଶାନ୍ତା କପୁର କହିଛନ୍ତି କି ତାଙ୍କର ବାପା ଏବଂ ଭାଇ ଉପରେ ଥାଇ ଦେଖି ଆଶ୍ଚର୍ଯ୍ୟ ହେଉଥିବେ କି ତାଙ୍କର ନାତୁଣୀ ମାନେ ଫିଲ୍ମରେ କାମ କରୁଛନ୍ତି । କାରଣ ପୃଥୀରାଜ କପୁର କରିଥିବା ନିୟମକୁ କେହି ଭାଙ୍ଗି ନଥିଲେ ପ୍ରଥମେ କରିଶ୍ମା ଏବଂ ପରେ ତାଙ୍କର ସାନ ଭଉଣୀ କରିନା ଫିଲ୍ମକୁ ଆସି ତାଙ୍କର ଏହି ପରମ୍ପରାକୁ ଭାଙ୍ଗି ଦେଇଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।