୨ ଶୁଆଙ୍କ ସାକ୍ଷୀରେ ସମାଧାନ ହେଲା କେସ, ଖୁସିରେ ନାଚି ଉଠିଲା ଥାନାକୁ ଯାଇଥିବା ୧୧ବର୍ଷର ବାଳକ

ଏକ ୧୧ ବର୍ଷର ବାଳକ କାନ୍ଦି କାନ୍ଦି ପୋଲିସ ଥାନାରେ ପହଞ୍ଚିଲା । ଏସଏଚଓ ଙ୍କ ପାଖରେ ଅଭିଯୋଗ କଲା କି ଜଣେ ଆଣ୍ଟି ତାର ଦୁଇଟି ପୋଷା ଶୁଆକୁ ଦେଉ ନାହାଁନ୍ତି । ସେ କହିଲା କି ଆପଣ ମତେ ମୋ ଶୁଆ ଦିଅନ୍ତୁ । ଏସଏଚଓ ଙ୍କ ହୃଦୟ ତରଳି ଗଲା ଏବଂ ସେ ସେହି ମହିଳାଙ୍କୁ ଦୁଇ ଶୁଆଙ୍କ ସହିତ ଥାନାକୁ ଡକାଇଲେ । ପିଲାଟି କିଭଳି ଶୁଆଙ୍କୁ ନିଜର ବୋଲି ପ୍ରମାଣିତ କରିବ ତାହା ବଡ କଷ୍ଟ ଥିଲା । ପରେ ଶୁଆଙ୍କ ସାକ୍ଷୀ ଦ୍ଵାରା ସବୁ ସମାଧାନ ହେଲା । ଏହି ଘଟଣା ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ଅଟେ ।

 

ପିଲାଟି ଶୁଆ ଦୁଇଟିର ନାମ ରାଧା କୃଷ୍ଣ ରଖିଥିଲା

ରାଜସମନ୍ଦ ଜିଲ୍ଲାର କୁବାରିୟା ଗାଁର ୧୧ବର୍ଷର ବାଳକ କରନ ସେନ ଦୁଇଟି ଶୁଆ ପାଳିଥିଲା ଏବଂ ତାଙ୍କର ନାମ ରାଧା କୃଷ୍ଣ ରଖିଥିଲା । କିନ୍ତୁ ଗୋଟିଏ ଦିନ ସେ ଦୁଇଜଣ ଘରୁ ବାହାରକୁ ଚାଲିଯାଇ ଥିଲେ । ଲକଡାଉନ ଚାଲିଥିବାରୁ ଘର ଲୋକ କରନକୁ ଶୁଆ ଖୋଜିବା ପାଇଁ ବାହାରକୁ ଛାଡିଲେ ନାହିଁ, ହେଲେ କରନ ସବୁ ସମୟରେ ତାର ଶୁଆଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଥିଲା ।

 

ଲକଡାଉନରେ ଢିଲା ମିଳିବାରୁ ଖୋଜିବା ପାଇଁ ବାହାରି ପଡିଲା

ବର୍ତ୍ତମାନ ଲକଡାଉନରେ ଟିକେ ଛାଡ ମିଳିବା ପରେ ସେ ବାହାରକୁ ଯାଇ ଶୁଆଙ୍କୁ ଖୋଜିବା ଆରମ୍ଭ କରିଦେଲା । ଘର ଠାରୁ ଅଧା କିମି ଦୂରରେ ଏକ ଘରେ ତାକୁ ତାର ଶୁଆ ମିଳିଗଲେ । ଶୁଆଙ୍କୁ ଅନ୍ୟ ଜଣେ ମହିଳା ତା ଘରେ ରଖିଥିଲା ଏବଂ ସେ ଶୁଆ ଦେବା ପାଇଁ କରନ କୁ ମନା କରିଦେଲା । ଏହା ପରେ କରନ ଥାନାରେ ପହଞ୍ଚିଲା ଏବଂ ଥାନାଧିକାରୀ ପେଶାବର ଖାନଙ୍କ ପାଖରେ ଅଭିଯୋଗ କଲା ।

ଦୁଇ ଶୁଆ ଆସି କରନର କାନ୍ଧ ଉପରେ ବସିଲେ

ମିଡିଆ ସହିତ କଥା ହେବା ସମୟରେ ଥାନାଧିକାରୀ ପେଶାବର ଖାନ କହିଲେ କି ପିଲାଟିର ଅଭିଯୋଗ ପରେ ସେ କଂଷ୍ଟେବଲ ହରିସିଂହ ଓ ରୋଶନଲାଲ ଶର୍ମାଙ୍କୁ ସେହି ମହିଳାଙ୍କ ଘରକୁ ପଠାଇଲେ ଏବଂ ତାଙ୍କୁ ଶୁଆ ସହିତ ଥାନାକୁ ଆସିବା ପାଇଁ କହିଲେ । ମହିଳା ସେହି ଶୁଆ ତାଙ୍କର ବୋଲି କହି ଦେବା ପାଇଁ ମନା କରିଦେଲେ । ଏହା ପରେ କରନ କହିଲା କି ସେ ପ୍ରମାଣିତ କରିଦେବ କି ଶୁଆ ତାର ବୋଲି ।

କରନ ଯେମିତି ରାଧା କୃଷ୍ଣ ବୋଲି ଡାକିଛି ଶୁଆ ଦୁଇଟି ଯାଇ ତା କାନ୍ଧ ଉପରେ ବସିପଡିଲେ । ଏହାପରେ ନିଷ୍ପତ୍ତି ନିଆଗଲା କି ଶୁଆ ଦୁଇଟି କରନର ଅଟେ ଏବଂ ମହିଳା କରନକୁ ଦୁଇଟି ଯାକ ଶୁଆ ଫେରାଇ ଦେଲେ । ନିଜର ଶୁଆଙ୍କୁ ପୁଣିଥରେ ପାଇ କରନ ଖୁସିରେ ନାଚି ଉଠିଲା, କହିଲା କି ମତେ ସବୁ ଖୁସି ମିଳିଗଲା ।