Debit Card ଓ Credit Card ଥିଲେ ନିଶ୍ଚୟ ପଢି ନିଅନ୍ତୁ ଏହି ଖବର, October ରୁ ବଦଳିଯିବ ଏହି ନିୟମ

ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତଙ୍କ ପାଖରେ ଡେବିଟ କାର୍ଡ ଓ କିଛି ଲୋକମାନଙ୍କ ପାଖରେ କ୍ରେଡିଟ କାର୍ଡ ଅଛି । ବର୍ତ୍ତମାନ ଡେବିଟ ଓ କ୍ରେଡିଟ କାର୍ଡରେ କିଛି ନୂଆ ନିୟମ ଲାଗୁ ହୋଇଛି । ଯାହା ବିଷୟରେ ଆପଣ ଜାଣିବା ନିହାତି ଆବଶ୍ୟକ । କାରଣ ଏହି ନୂଆ ନିୟମ ଆସନ୍ତା ମାସ ଅକ୍ଟୋବର ମାସରୁ ଲାଗୁ ହୋଇଯିବ । ଯାହାକୁ ଆଉ କିଛି ଦିନ ହିଁ ବାକି ଅଛି । ଯଦି ଆପଣ ଜାଣିଯିବେ ତେବେ ଆପଣଙ୍କ ପାଇଁ ହିଁ ସୁବିଧା ହେବ । ଅକ୍ଟୋବର ମାସରୁ ଅଟୋ ଡେବିଟ କାର୍ଡ ପେମେଣ୍ଟରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି ।

ଏହି ନୂଆ ନିୟମ ଅନୁସାରେ ବ୍ୟାଙ୍କ ବର୍ତ୍ତମାନ ପେଟିମ ଓ ଫୋନ ପେ ଭଳି ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମରେ କିସ୍ତି କିମ୍ବା ବିଲ ପାଇଁ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କାଟିବା ପୂର୍ବରୁ ସବୁବେଳେ ଗ୍ରାହକମାନଙ୍କ ଠାରୁ ଅନୁମତି ନେବାକୁ ପଡିବ । ବର୍ତ୍ତମାନ ଏହି ସମସ୍ତ କମ୍ପାନୀ ନିଜ ଆପ୍ଲିକେସନରେ ଏହି ସବୁ ପରିବର୍ତ୍ତନ କରିବେ । ଏହିଭଳି କରିବା ଦ୍ଵାରା ଥରେ ଅନୁମତି ମିଳିବା ପରେ ପ୍ରତି ଥର ମନ ଇଚ୍ଛା ଟଙ୍କା କଟିବ ନାହିଁ ।

ଏହି ନୂଆ ନିୟମ ଲାଗୁ ହେବା ପରେ ପେମେଣ୍ଟର ଡିଉ ଡେଟର ୫ ଦିନ ପୂର୍ବରୁ ଗ୍ରାହକଙ୍କ ମୋବାଇଲ ଫୋନକୁ ନୋଟିଫିକେସନ ପଠାଇବା ପାଇଁ ଏହି ସବୁ କମ୍ପାନୀମାନେ ବାଧ୍ୟ ଅଟନ୍ତି । ପେମେଣ୍ଟ କରିବାର ୨୪ ଘଣ୍ଟା ପୂର୍ବରୁ ସେମାନେ ରିମାଇଣ୍ଡର ବି ଦେବେ । ଏହି ରିମାଇଣ୍ଡରରେ ପେମେଣ୍ଟ କରିବାର ତାରିଖ ଓ କେତେ ଟଙ୍କା ଦେବାକୁ ପଡିବ ସମସ୍ତ ସୂଚନା ଥିବ । ଯେଉଁଥିରେ ସେମାନେ କିଛି ବିକଳ୍ପ ବି ରଖିବେ ।

୩୦ ସେପ୍ଟେମ୍ବର ପରେ ପୁରା ଦେଶରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ନୂଆ ନିୟମ ଅନୁସାରେ ୫୦୦୦ ଟଙ୍କା ଅଧିକ ଧନ ରାଶି ପେମେଣ୍ଟ ଉପରେ ଓଟିପି ବି ଦେବାକୁ ପଡିବ । ଏହି ଅଟୋ ପେ ଡେବିଟ କାର୍ଡ ସିଷ୍ଟମ ହେଉଛି ଜଣେ ବ୍ୟକ୍ତି ବିଦ୍ୟୁତ, ଗ୍ୟାସ, ଏଲଆଇସି ଅନ୍ୟ କିଛି ପେମେଣ୍ଟ କରିବା ପାଇଁ ଇଣ୍ଟର୍ନେଟ ବ୍ୟାଙ୍କିଙ୍ଗରେ ଅଟୋ ଡେବିଟ ଅପସନ ଅନ କରିଥାନ୍ତି ।

ଯାହା ଦ୍ଵାରା ଏକ ନିଶ୍ଚିତ ତାରିଖରେ ମନକୁ ମନ ଆପଣଙ୍କ ଆକାଉଣ୍ଟରୁ ଏହି ବାବଦରେ ଟଙ୍କା କଟିଯାଏ । କିନ୍ତୁ ଏହି ନୂଆ ନିୟମ ଲାଗୁ ହେବା ପରେ ଆପଣଙ୍କ ପେମେଣ୍ଟ ଉପରେ ପ୍ରଭାବ ପଡିପାରେ । ଏହିଭଳି ସୁବିଧା ପାଇବାକୁ ହେଲେ ଆପଣଙ୍କ ବ୍ୟାଙ୍କରେ ଆକାଉଣ୍ଟ ଅପଡେଟ ରହିବା ଦରକାର । କାରଣ ଅଟୋ ଡେବିଟ କାର୍ଡ ପେମେଣ୍ଟ ପାଇଁ ଆପଣଙ୍କ ମୋବାଇଲ ଫୋନରେ ହିଁ ଏସଏମଏସ ଓ ନୋଟିଫିକେସନ ପାଇବେ । ଭାରତୀୟ ରିଜର୍ବ ବ୍ୟାଙ୍କ ଏହି ନୂଆ ନିୟମକୁ ନେଇ ସମସ୍ତ ଡିଜିଟାଲ ପ୍ଲାଟଫର୍ମକୁ ସୂଚିତ କରାଯାଇସାରିଛି ।