ସେତେବେଳେ କଣ ହେଲା ଯେତେବେଳେ Yogi ଙ୍କ ରାଲୀ ରେ କମାଣ୍ଡର ଙ୍କ ସହିତ ପହଞ୍ଚିଗଲା Junier Yogi, ଦେଖନ୍ତୁ Viral Video

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ କିଏ ନ ଜାଣେ ! ହିନ୍ଦୁଧର୍ମ ପାଇଁ ତାଙ୍କର ମତ ବିଚାର ଓ ହିତ ପାଇଁ ପଦକ୍ଷେପ ସକାଶେ ତାଙ୍କୁ ସମସ୍ତେ ଖୁବ ମାନ୍ୟ କରନ୍ତି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରଠୁ ବିଭିନ୍ନ ସମୟର ବିଭିନ୍ନ ପ୍ରକାର ବିଷୟକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଯୋଗୀ ଆଦିତ୍ୟନାଥ ‘ହିନ୍ଦୁ ଯୁବା ବାହିନୀ’ ନାମକ ସଂସ୍ଥାର ମଧ୍ୟ ପ୍ରତିଷ୍ଠାତା ଅଟନ୍ତି । ତେବେ ବର୍ତ୍ତମାନ ସାମନାକୁ ଆସିଛନ୍ତି ଆଉ ଜଣେ ଯୋଗୀ । ତାଙ୍କୁ ୟୁପି ରାସ୍ତାରେ ଭିଡ ଆଗେ ଆଗେ ରାଲି କରି ଯାଉଥିବାର ଦେଖିବାକୁ ମିଳିଛି ।

ତାଙ୍କୁ ଲୋକେ ଜୁନିୟର ଯୋଗୀ ବୋଲି କହୁଛନ୍ତି । ରାସ୍ତାରେ ୟୁପିର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ଭେଶରେ ଦେଖିବାକୁ ମିଳିଛି ଜଣେ ଛୋଟ ପିଲାକୁ । ତାଙ୍କ ଦୁଇ ପାର୍ଶ୍ଵରେ କଳା ରଙ୍ଗର ଡ୍ରେସ ପିନ୍ଧି ଦୁଇଜଣ ପିଲା କମାଣ୍ଡୋ ପରି ଚାଲୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଆଉ ସେମାନଙ୍କ ପଛରେ ନାରା ଲଗାଇ ପଛେ ପଛେ ଚାଲୁଥିଲେ ଅନେକ ଲୋକ । ଏହିପରି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ୟୁପିର ଗ୍ରେଟର ନୋଏଡାରେ । ଘଟଣାଟି ହେଉଛି ଗ୍ରେଟର ନୋଏଡାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସଭାରେ ପହଞ୍ଚିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୋଗ୍ରାମରେ ସାମିଲ ହେବାକୁ ଦାଦ୍ରି ବାସିନ୍ଦା ଅଙ୍କିତ ମଧ୍ୟ ସେଠାରେ ପହଞ୍ଚିଥିଲା । ଅଙ୍କିତ ସଂପୂର୍ଣ୍ଣ ଭାବେ ଯୋଗୀ ଆଦିତ୍ୟନାଥଙ୍କ ଭଳି ଭେଶ ଧାରଣ କରିଥିଲା । ସିଏମ ଯୋଗୀଙ୍କ ଭଳି ଭେଶଭୂଷା କରିଥିବା ବାଳକ ତା ସହ ଦୁଇ କମାଣ୍ଡୋ ଏବଂ ତାଙ୍କ ପଛରେ ଏତେ ଭିଡ ଚାଲୁଥିବା ଦେଖି ରାସ୍ତାରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହିଭଳି ଏକ ରୋଚକ ଦୃଶ୍ୟ ସାମନାକୁ ଆସିବା ପରେ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାର ଭିଡିଓ ଜବରଦସ୍ତ ଭା-ଇ-ରା-ଲ ହେଉଛି ।

ସିଏମ ଯୋଗୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଏହି ଯୁବକ ମାନେ ଏଭଳି ଏକ ଟିମ ପ୍ରସୂତ କରିଥିଲେ । ଏହି ଛୋଟ ବାଳକ ଏବଂ ଯୁବକ ମାନେ ସିଏମ ଯୋଗୀଙ୍କୁ ଆଦର୍ଶ ବୋଲି ମାନ୍ୟ କରି ତାଙ୍କ ତାଙ୍କ ପ୍ରତୀକାତ୍ମକ ଭେଶରେ ଜନତାଙ୍କ ସାମନାକୁ ଆସିଥିଲେ । ଆପଣଙ୍କୁ ଏହି ଜୁନିୟର ୟୋଗୀ କେମିତି ଲାଗିଲେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।