ସାବଧାନ ! ମାଡି ଆସୁଛି ଆଉ 2 ଟି ଲଘୁଚାପ (Low Pressures), ଆଗ ପଛ ହୋଇ ଓଡିଶା ମୁହାଁ, ଦେଖନ୍ତୁ ଓଡିଶା ଉପରେ ରହିଛି କେତେ ବିପଦ ?

ବର୍ତ୍ତମାନ ସମୟରେ ବୋଧେ ହୁଏ ଓଡିଶା ଉପରେ ଇନ୍ଦ୍ରଦେବଙ୍କ ରୁଷ୍ଟ ହୋଇ ଯାଇଛନ୍ତି । କାରଣ ବର୍ତ୍ତମାନ ଓଡିଶାରେ ଲଗାତାର ବର୍ଷା ଦେଖିବାକୁ ମିଳୁଛି ତାହା ବି ପୁଣି ଲଗଣା ବର୍ଷା । ଏହା ସହିତ ସବୁ ନଦୀରେ ବନ୍ୟା ଜଳ ବି ବଢିବାରେ ଲାଗିଛି । ଏହି କାରଣରୁ ଲୋକମାନେ ଚିନ୍ତାରେ ପଡିଗଲେଣି । ଏତିକି କମ ଥିଲା କି ବର୍ତ୍ତମାନ ପୁଣି ଶୁଣିବାକୁ ମିଳୁଛି ଓଡିଶା ଉପରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ସବୁଠୁ ବଡ କଥା ହେଉଛି କି ଓଡିଶା ଉପରେ ବର୍ତ୍ତମାନ ଦୁଇ ଦୁଇଟି ଲଘୁଚାପ ମାଡି ଆସୁଛି ।

କେବଳ ଗୋଟିଏ ନୁହେଁ ବହୁତ ପାଣି ପାଗ ବିଭାଗ ଏହିଭଳି ସୂଚନା ଜାରି କରିଛନ୍ତି । କହିବାକୁ ଗଲେ ଏହି ମାସରେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇ ଚାଲିଛି । ଯେଉଁ କାରଣରୁ ଓଡିଶାରେ ଲଗାତାର ବର୍ଷା ମଧ୍ୟ ଦେଖିବାକୁ ମିଳୁଛି । କହିଦେଉଛୁ କି ଏହି ସେପ୍ଟେମ୍ବର ମାସରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିଲା ଓ ବର୍ତ୍ତମାନ ପୁଣି ଥରେ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ।

ଘରୋଇ ପାଣି ପାଗ ସଂସ୍ଥା ଟାଏ ମିଟରର ସୂଚନା ଆନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଜି ସନ୍ଧ୍ୟା ସମୟରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ଉତ୍ତର ଓଡିଶା ଉପକୂଳବର୍ତ୍ତୀ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି । ଏହାର ସୂଚନା ଭାରତୀୟ ପାଣି ପାଗ ବିଭାଗ ମଧ୍ୟ ପୂର୍ବରୁ ଦେଇସାରିଛି । କିନ୍ତୁ କହିଦେଉଛୁ କି ଗତକାଲି ଠାରୁ ଓଡିଶାରେ ବର୍ଷା ଆରମ୍ଭ ହୋଇ ଯାଇଛି ।

ଏମିତିରେ ଦ୍ଵିତୀୟ ଲଘୁଚାପ ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା କାଲି ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶର ଆଉପକୁଆଳବର୍ତ୍ତୀ ଆଞ୍ଚଲ ଗୁଡିକ ଦେଇ ଗତି କରିବ ବୋଲି ପାଣି ପାଗ ବିଭାଗ ଅନୁମାନ କରିଛି । ଯାହାର ପ୍ରଭାବରେ ୨୬ ତାରିଖରୁ ହିଁ ବର୍ଷାର ପରିମାଣ ବଢିବାରେ ଲାଗିବ । ପାଣି ପାଗ ବିଭାଗ ସୂଚନା ଅନୁସାରେ ଭିୟତନାମ ଉପକୂଳରେ ଏହି ଲଘୁଚାପ ଡିପ ଡିପରେସନ ରୂପରେ ଅଛି ।

ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ବଙ୍ଗୋପସାଗରରେ ପ୍ରବେଶ କରିବା ସମୟରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଯିବ ବୋଲି ସୂଚନା ଦିଆଯାଇଛି । ଆଜି ଓ କାଲି ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଦୁଇଟି ଲଘୁଚାପ କାରଣରୁ କେବଳ ଓଡିଶାରେ ନୁହେଁ ପଶ୍ଚିମ ବଙ୍ଗ, ଛତିଶଗଢ, ଝାଡଖଣ୍ଡ ଓ ଆନ୍ଧ୍ର ପରଦେଶରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । ଅର୍ଥାତ ୨୬ ତାରିଖ ପର ଠାରୁ ଓଡିଶାରେ କିଛି ଜିଲ୍ଲା ଗୁଡିକରେ ବର୍ଷା ହେବାର ସୁନିଶ୍ଚିତ ।