ବାତ୍ୟା Jawad : ଆସନ୍ତା 13 ରେ ଆସୁଛି ଏକ ଭୟଙ୍କର ବାତ୍ୟା, ସତର୍କ କରାଇଲେ ପାଣିପାଗ ବିଭାଗ…ଦେଖନ୍ତୁ କଣ କହୁଛନ୍ତି IMD ଡିରେକ୍ଟର HR Biswas

ଆସନ୍ତା ୧୩ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ । ବାତ୍ୟା ନାଁ ଶୁଣିଲେ ବିଶେଷ କରି ଉପକୂଳ ଅଞ୍ଚଳର ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି । କାରଣ ସେମାନଙ୍କୁ ପ୍ରତ୍ଯେକ ବର୍ଷ ଏଭଳି ପ୍ରକୃତିକ ବିପର୍ଯ୍ୟୟର ସାମନା କରିବାକୁ ପଡୁଛି । ପ୍ରଥମେ ୧୦ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇ ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ଏବଂ ଆନ୍ଧ୍ରପ୍ରଦେଶ ମୁହାଁ ହେବ ବୋଲି ସ୍କାଏମେଟ୍ ପୂର୍ବନୁମାନ କରିଛି ।

ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଲାୟନରକ୍’ । ଏହି ବାତ୍ୟାର ଅବଶିଷ୍ଟା॰ଶ ବଙ୍ଗୋପସାଗରରେ ପ୍ରବେଶ କରିବ ଓ ଏହା ଲଘୁଚାପ ସହ ମିଶିବା ସମ୍ଭାବନା ରହିଛି । ବାତ୍ୟା ଲାୟନରକ୍ ର ଅବଶିଷ୍ଟା॰ଶ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସହ ମିଶି ବାତ୍ୟାରେ ପରିଣତ ହେବ । ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ଏହାର ନାମ ରଖାଯିବ ‘ଜୱାଦ୍’ । ତେବେ ଏହି ସମ୍ଭାବ୍ୟ ବାତ୍ୟା ଆସନ୍ତା ଅକ୍ଟୋବର ୧୭ ତାରିଖରେ ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ୍ କରିବା ନେଇ ବଡ ସମ୍ଭାବନା ରହିଛି ।

ତେବେ ଦକ୍ଷିଣ ଓଡ଼ିଶା ସହ ଉତ୍ତର ଆନ୍ଧ୍ର ପ୍ରଦେଶରେ ଏହି ବାତ୍ୟା ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଆସନ୍ତା ତିନି ରୁ ଚାରି ଦିନ ମଧ୍ୟରେ ଓଡିଶା ଏବଂ ଆନ୍ଧ୍ରର କେତେକେ ସ୍ଥାନରେ ବର୍ଷା ସମ୍ଭାବନା ମଧ୍ୟ ରହୁଛି । ବର୍ତ୍ତମାନ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ତେବେ GFS ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’ ଓଡିଶାର ଗଜପତି ଓ ରାୟଗଡା ଜିଲ୍ଲା ଦେଇ ଅତିକ୍ରମ କରିପାରେ ବୋଲି ମଧ୍ୟ ଆକଳନ କରୁଛନ୍ତି ଭୂବିଜ୍ଞାନୀ ମାନେ । ତେବେ ଏହି ସମୟରେ ବର୍ଷାର ପରିମାଣ କେତେ ରହିବ ଓ କେତେ ବେଗରେ ପବନ ବହିବ ଏହା ଖୁବ ଶୀଘ୍ର ପାଣିପାଗ ବିଭାଗ ସ୍ପଷ୍ଟ କରିବେ । ବାତ୍ୟା ସମ୍ଭାବନା ଥିବାରୁ ଏଥର ପୂଜା ମଧ୍ୟ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି ।

ପ୍ରତିବର୍ଷ ବାତ୍ୟାରେ ଓଡିଶା ଓ ଆନ୍ଧ୍ର ପରି ଉପକୂଳବର୍ତ୍ତୀ ରାଜ୍ୟ ମାନଙ୍କର ଅନେକ ଜିଲ୍ଲା ଗୁଡିକ ପ୍ରଭାବିତ ହେଉଛନ୍ତି । ବର୍ଷକୁ ଏକାଧିକ ବାତ୍ୟାର ସମୁଖୀନ ହେଉଛନ୍ତି ଏହି ଅଞ୍ଚଳର ଲୋକମାନେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାୟକ କରନ୍ତୁ ।