Surat କୁ Chin ର ବିଜୁଳି ଝଟକା, ସଙ୍କଟରେ ଭାରତୀୟ ଶିଳ୍ପ ଓ ଅର୍ଥନୀତି

ଚୀନରେ ବିଜୁଳି ସ-ଙ୍କ-ଟ ଯୋଗୁଁ ଅନିଶ୍ଚିତତାରେ ପଡିଛି ଭାରତୀୟ ଶିଳ୍ପ । କେମିକାଲ ଓ ଯନ୍ତ୍ରାଂଶ ଅଭାବରୁ ବନ୍ଦ ମୁହାଁ ହେଉଛନ୍ତି କଳକାରଖାନା ଗୁଡିକ । ବିଜୁଳି ସ-ଙ୍କ-ଟ ଯୋଗୁଁ ଚୀନରେ କଳକାରଖାନା ଠପ୍ ହୋଇଯିବାରୁ ଭାରତୀୟ ଅର୍ଥନୀତି ଉପରେ ଏହାର ସିଧା ପ୍ରଭାବ ପଡିଛି । ବିଭିନ୍ନ କେମିକାଲ ଓ ଯନ୍ତ୍ରାଂଶ ଆସି ପାରୁ ନଥିବାରୁ ପ୍ରଭାବିତ ହେଲେଣି ଭାରତୀୟ ଶିଳ୍ପ । କରୋନା ମହାମାରୀ ଓ ଲକ୍-ଡାଉନ ଯୋଗୁଁ ଦୁର୍ବଳ ହୋଇଥିବା ଅର୍ଥନୀତି ଅଣ୍ଟା ସଳଖୁଥିବା ବେଳେ ଏବେ ପଡିଛି ଚୀନର ବିଜୁଳି ମା-ଡ ।

କେମିକାଲ ଅଭାବରୁ ଭାରତର ଅଧିକାଂଶ ଲୁଗାକଳ ଏବେ ବନ୍ଦ ହେବାକୁ ବସିଲାଣି । କେବଳ କେମିକାଲ ନୁହେଁ ବରଂ କୋଇଲା ସଙ୍କଟ ମଧ୍ୟ ଏହି ଶିଳ୍ପ ପାଇଁ ଚିନ୍ତା ବଢାଇଛି । ଚୀନରୁ କେମିକାଲ ଆସି ପାରୁ ନଥିବାରୁ ଭାରତୀୟ ବଜାରରେ ଥିବା କେମିକାଲର ଦର ଆକାଶ ଛୁଆଁ ରହିଛି । ଏଭଳି ସ୍ଥଳେ ଆଉ ଶିଳ୍ପ ଚଳାଇବା ସମ୍ଭବ ହେଉ ନାହିଁ ବୋଲି କହିଛି ସୁରତ ଟେକ୍ସଟାଇଲ ଆସୋସିଏସନ । ଆସନ୍ତା ନଭେମ୍ବର ମାସରେ ମାସେ ପର୍ଯ୍ୟନ୍ତ ଟେକ୍ସଟାଇଲ ମିଲ୍ ବନ୍ଦ ରଖିବାକୁ ଆସୋସିଏସନ ଘୋଷଣା କରିଛି ।

ମିଲ୍ ବନ୍ଦ ହେବା ଶୁଣି ଏବେ ଛାନିଆ ହେଲେଣି ସୁରତରେ କାମ କରୁଥିବା ପ୍ରବାସୀ ଓଡିଆ । ପୂର୍ବରୁ କରୋନା ଏବଂ ଲକଡାଉନ ଯୋଗୁଁ କାମ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ମିଲ୍ ବନ୍ଦ ଉଭୟ ଶ୍ରମିକ ଓ ମିଲ୍ ମାଲିକଙ୍କୁ ଚିନ୍ତାରେ ପକାଇଛି । ଅର୍ଥନୀତି ବିଶାରଦଙ୍କ ମତରେ ବିଭିନ୍ନ କେମିକାଲ ଓ ଯନ୍ତ୍ରାଂଶ ପାଇଁ ଭାରତୀୟ ଶିଳ୍ପ ଚୀନ ଉପରେ ନିର୍ଭର କରେ । ଯଦି ଏଗୁଡ଼ିକର ଆମଦାନୀ ବନ୍ଦ ହୋଇଯାଏ ତେବେ ଏଗୁଡ଼ିକର ନକରାତ୍ମକ ପ୍ରଭାବ ଭାରତୀୟ ବଜାର ଉପରେ ପଡିବ ।

ଯଦି ଭାରତୀୟ କମ୍ପାନୀ ଏହାକୁ ସୁଯୋଗ ଭାବି ଅଧିକ ଉତ୍ପାଦନ କରିବା ସହ ଚୀନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସଫଳ ହୁଅନ୍ତି ତେବେ ଏହା ଭାରତୀୟ ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହେବ । ଚୀନରେ ଦେଖା ଦେଇଥିବା ଏହି ସଙ୍କଟ ସମୟରେ ବନ୍ଦ ହ୍ରାସ ପାଇଥିବା ଚୀନ ସାମଗ୍ରୀ ଆମଦାନୀର ଯଦି ଭାରତୀୟ କମ୍ପାନୀ ଗୁଡିକ ଫାଇଦା ଉଠାଇ ପାରିବେ ତେବେ ଏହା ଆଗକୁ ଆମ ଦେଶ ପାଇଁ ହିଁ ଲାଭଜନକ ସାବ୍ୟସ୍ତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।