ଶାରଦୀୟ ନବରାତ୍ରିରେ ନିଶ୍ଚୟ ଖାଇ ନିଅନ୍ତୁ ଏହି 1 ଜିନିଷ, ମା ଦୂର୍ଗା ହେବେ ପ୍ରସନ୍ନ ଓ ଘରକୁ ଛପରଫାଡି ଆସିବ ଟଙ୍କା ଓ ଧନରତ୍ନ

ନବରାତ୍ରିର ନଅ ଦିନରେ ସଂପୂର୍ଣ୍ଣ ବିଧିବିଧାନ ସହ ମା ଦୂର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଏ । ଏହି ନଅ ଦିନରେ ମା’ଙ୍କୁ ପ୍ରସନ୍ନ କରିବାକୁ ସମସ୍ତେ ଚେଷ୍ଟା କରନ୍ତି । ଏହି ସମୟରେ ମା ଙ୍କୁ ପ୍ରସନ୍ନ କରିବାକୁ ଅନେକ ଲୋକ ବ୍ରତ ମଧ୍ୟ ରଖନ୍ତି । ଏହି ସମୟରେ ଅନେକ ଜିନିଷ ଭୋଜନ କରିବା ବାରଣ ମଧ୍ୟ ଅଟେ । ତେବେ ନବରାତ୍ରିରେ ଆପଣ ବ୍ରତ ରଖନ୍ତୁ ବା ନ ରଖନ୍ତୁ, ଏମିତି ଏକ ଜିନିଷ ଅଛି ଯାହା ସେବନ କରିବା ଦ୍ଵାରା ମା ଦୂର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ନବରାତ୍ରିରେ ଅଧିକରୁ ଅଧିକ ପାଣି ଥିବା ଫଳ ଖାଇବା ଉଚିତ । ଏହି ସମୟରେ ପିଆଜ, ରସୁଣ ଖାଇବା ମଧ୍ୟ ବର୍ଜିତ ଅଟେ । ଏହି ସମୟରେ ଆପଣ ସନ୍ଧବ ଲୁଣ ଖାଇପାରିବେ । କିନ୍ତୁ ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ସାଧା ଲୁଣ ବିଲକୁଲ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ । ସେହିପରି ହଳଦୀ, ଗରମ ମସଲା, ହେଙ୍ଗୁ, ସୋରିଷ ତେଲ, ମେଥି ଓ ଧନିଆ ମଧ୍ୟ ଖାଇବା ଉଚିତ ନୁହେଁ । ଜୀରା, ଅଳେଇଚ, ଗୋଲମରିଚ ଆଦି ସେବନ କରିପାରିବେ । ଖାଦ୍ୟ ପ୍ରସ୍ତୁତି ସମୟରେ ଘିଅ କିମ୍ବା ବାଦାମ ତେଲର ପ୍ରୟୋଗ କରନ୍ତୁ ।

ମଇଦା, ଅଟା ଓ ଚାଉଳ ମଧ୍ୟ ଏହି ସମୟରେ ଖାଇବା ଉଚିତ ନୁହେଁ । ଟମାଟୋ, ଦହି, ପନିର, କାକୁଡି, ଗାଜର, ମୂଳା, କୋବି, ଲେମ୍ବୁ ଓ ସୋରିଷ ମଞ୍ଜିର ବ୍ୟବହାର କରିପାରିବେ । ନବରାତ୍ରିର ପ୍ରଥମ ଦିନ ମା’ଙ୍କୁ ଘିଅରେ ପ୍ରସ୍ତୁତି ଭୋଗ ଲଗାଇ ପରିବାରର ସମସ୍ତେ ତାହା ଭୋଜନ କରିବା ଦ୍ଵାରା ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରୁହେ । ଏହି ସମୟରେ ଆପଣ ନଡିଆ ପାଣି ପିଇ ପାରିବେ । କିନ୍ତୁ କଳସରେ ନଡିଆ ରଖିଥିବାରୁ ଏହାକୁ ଆପଣ ଭାଙ୍ଗିବେ ନାହିଁ । ଏହି ସମୟରେ ବିଭିନ୍ନ ପ୍ରକାରର ସାତ୍ତ୍ଵିକ ଭୋଜନ ଆପଣ କରିପାରିବେ ।

ନବରାତ୍ରିର ସଂପୂର୍ଣ୍ଣ ନଅ ଦିନ ଘରକୁ ସମସ୍ତ ପ୍ରକାର ତାମସିକ ଜିନିଷ ଠାରୁ ଦୂରେଇ ରଖନ୍ତୁ । ଘର ସଫାସୁତୁରା ଓ ଶୁଦ୍ଧତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହି ସମୟରେ ମା’ଙ୍କ ପୂଜା ଆରାଧନାରେ ସଂପୂର୍ଣ୍ଣ ଭାବେ ଧ୍ୟାନ ଲଗାନ୍ତୁ ଓ ସମସ୍ତ ପ୍ରକାର ଜାଗତିକ ଭାବ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏହି ସମୟରେ ନିନ୍ଦା, ଈର୍ଷା, ବାଦବିବାଦ, ଝଗଡା ଓ କୌଣସି ଅପଶବ୍ଦର ପ୍ରୟୋଗ ମଧ୍ୟ କରନ୍ତୁ ନାହିଁ । ଏହି ସବୁ କରିବା ଦ୍ଵାରା ଘରେ ନକରାତ୍ମକ ଊର୍ଜାର ବୃଦ୍ଧି ହୁଏ ଓ ଯେଉଁଠାରେ ନକରାତ୍ମକ ଊର୍ଜା ଥାଏ ସେଠାରେ ମା ଦୂର୍ଗା ବାସ କରନ୍ତି ନାହିଁ ।

ଘରେ ସକାରାତ୍ମକ ମାହୋଲ ରହିବା ଦ୍ଵାରା ହିଁ ମା’ଙ୍କ କୃପା ଲାଭ ହୋଇଥାଏ ଓ ଆପଣଙ୍କ ସମସ୍ତ ମନୋସ୍କାମନା ମା ଦୁର୍ଗ ପୂର୍ଣ୍ଣ କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।