ନୂଆବର୍ଷରୁ ଦେଶରେ ଆରମ୍ଭ ହେବ 5ଜି ଇଣ୍ଟରନେଟ ସେବା ! ପ୍ରଥମେ ଏହିସବୁ ସହରରେ ଆରମ୍ଭ କରାଯିବ ଏହି ସେବା, ଦେଖନ୍ତୁ ଏନେଇ ଦୂର ସଞ୍ଚାର ବିଭାଗର ଅଫିସିଆଲ ଷ୍ଟେଟମେଣ୍ଟ

ଖୁବ୍ ଶୀଘ୍ର ଆସିବାକୁ ଯାଉଛି ୫ଜି । ପ୍ରଥମେ ଦିଲ୍ଲୀ, ଚେନ୍ନାଇ, କଲିକତା ଓ ମୁମ୍ବାଇ ଭଳି ମେଟ୍ରୋ ସହର ଏବଂ ଗୁରୁଗ୍ରାମ, ବେଙ୍ଗାଲୁରୁ, ଅହମଦାବାଦ, ହାଇଦ୍ରାବାଦ ଓ ପୁନେ ଭଳି ବଡ ବଡ ସହରରେ ଗ୍ରାହକ ୫ଜି ସେବା ପାଇବେ । ଏକଥା ଦୂର ସଞ୍ଚାର ବିଭାଗ ନିଜ ଅଫିସିଆଲ ବୟାନରେ ସ୍ପଷ୍ଟ କରିଛି । ଦେଶରେ ୫ଜି ଲାଗୁ ହେବା ପରେ ମୋବାଇଲ ଟେଲିଫୋନ ଦୁନିଆ ସଂପୂର୍ଣ୍ଣ ଭାବେ ବଦଳିଯିବ । ୫ଜିର ସ୍ପିଡ୍ ୪ଜି ତୁଳନାରେ ୧୦ ଗୁଣ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

୫ଜି ସେବା ଲଞ୍ଚ ହେବା ପରେ ଡିଜିଟାଲ କ୍ରାନ୍ତିର ନୂଆ ଅଧ୍ୟାୟ ଆରମ୍ଭ ହେବ । ଏଥିରେ ଦେଶର ଅର୍ଥ ବ୍ୟବସ୍ଥାକୁ ଫାଇଦା ମିଳିବା ସହ ଇ-ଗଭର୍ନାନ୍ସ ର ବିସ୍ତାର ହେବ । ଏବେ ଯେଉଁଭଳି ଭାବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭର କରୁଛନ୍ତି ତାକୁ ନଜରରେ ରଖି ୫ଜି ଆସିବାକୁ ଯାଉଛି । ୨୦୨୧ ସେପ୍ଟେମ୍ବରରେ ଦୂର ସଞ୍ଚାର ବିଭାଗ ପାର୍ଟ ଡଟ ଟେଲିକମ ନିୟାମକ ଟ୍ରାଇ ଠାରୁ ସ୍ପେକ୍ଟ୍ରମ ନିଲାମ ପାଇଁ ରିଜର୍ଭ ପ୍ରାଇସ, ବ୍ୟାଣ୍ଡ ଯୋଜନା, ବ୍ଲକ ସାଇଜ ଏବଂ ସ୍ପେକ୍ଟ୍ରମ ଉପଲବ୍ଧତାକୁ ନେଇ ସୁପାରିଶ ମାଗିଥିଲା ।

ଟେଲିକମ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ, ରିଲାଇନ୍ସ ଜିଓ ଏବଂ ଭୋଡାଫୋନ ଆଇଡ଼ିଆ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ ଓ ଚଣ୍ଡିଗଡରେ ୫ଜି ପରୀକ୍ଷଣ ସାଇଟ ସବୁ ସ୍ଥାପନ କରିଛନ୍ତି । ଦୀର୍ଘ ୩୬ମାସ ଧରି ୫ଜି ସେବା ଉପରେ ଗବେଷଣା ଜାରି ରହିଛି । ଦିଲ୍ଲୀ, ଜାମନଗର, ଅହମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁନେ ଓ ଗାନ୍ଧୀନଗର ଭଳି ବଡ ବଡ ସହରରେ ଆସନ୍ତା ନୂଆବର୍ଷ ଠାରୁ ୫ଜି ସେବା ଆରମ୍ଭ କରାଯିବ ବୋଲି ଶୁଣାଯାଉଛି ।

ଚଳିତ ବର୍ଷ ସେପ୍ଟେମ୍ବରରେ ଡ଼ିଓଟି ଟେଲିକମ ସେକ୍ଟର ରେଗୁଲେଟର ଟ୍ରାଇରୁ ସ୍ପେକ୍ଟ୍ରମର ନିଲାମୀ ସମ୍ବନ୍ଧିତ ସୁପାରିଶ ମାଗିଥିଲା । ଏଥିରେ ମୁଖ୍ଯତଃ ରିଜର୍ଭ ପ୍ରାଇସ, ବ୍ୟାଣ୍ଡ ପ୍ଳାନ, ବ୍ଲକ ସାଇଜ, କ୍ଵାଣ୍ଟମ ଅଫସ୍ପେକ୍ଟ୍ରମ ଇତ୍ୟାଦି ସାମିଲ ଥିଲା । ଟ୍ରାଇ ଏହି ମୁଦ୍ଦାରେ ନିଜ ତରଫରୁ ଇଣ୍ଡଷ୍ଟ୍ରିର ହିତାଧିକାରୀଙ୍କ ସହ ବିଚାର ବିମର୍ଶ ଆରମ୍ଭ କରି ଦେଇଛି । ଦେଶରେ ୫ଜି ସେବା ଆରମ୍ଭ ହେଲେ ଇଣ୍ଟରନେଟ କ୍ଷେତ୍ରରେ ଦେଶରେ ବିକାଶ ହେବ ଓ ଗ୍ରାହକ ମାନେ ଅଧିକ ସ୍ପିଡ୍ ଯୁକ୍ତ ଇଣ୍ଟରନେଟ ବ୍ୟବହାର କରିବାକୁ ସୁବିଧା ପାଇବେ ।

5ଜି ଇଣ୍ଟରନେଟ ସେବା ଯୋଗୁଁ ଡିଜିଟାଲ କ୍ଷେତ୍ରରେ ଦେଶ ଅଗ୍ରଗତି ତଥା ଉନ୍ନତି କରିବ । ଦେଶରେ ୫ଜି ଇଣ୍ଟରନେଟ ସେବା ଆରମ୍ଭ ନେଇ ଆପଣଙ୍କ ମତ କ’ଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।