Vastu Tips- ରୋଷେଇ ଘରେ ଭୁଲରେ ବି ଏମିତି ରଖନ୍ତୁ ନାହିଁ ତାୱା ଓ କଢେଇ, ପୁରା ପରିବାର ହେଇଯାଏ ବର୍ବାଦ

ରୋଷେଇ ଘରେ ଏପରି କିଛି ବସ୍ତୁ ରହିଛି ଯାହା ଆମେ ପ୍ରତିଦିନ ବ୍ୟବହାର କରୁ, ମାତ୍ର ସେଗୁଡ଼ିକର ଗଭୀର ପ୍ରଭାବ ଆମ ଜୀବନରେ ପଡ଼ିପାରେ ବୋଲି ଆମେ ଜାଣି ନ ଥାଉ । କାରଣ ସେହି ବସ୍ତୁ ସହ ମଧ୍ୟ କୌଣସି ନା କୌଣସି ଗ୍ରହର ସମ୍ବନ୍ଧ ରହିଥାଏ । ତନ୍ମଧ୍ୟରୁ ଗୋଟିଏ ହେଉଛନ୍ତି ରାହୁ । ତେବେ ଆସନ୍ତୁ ଜାଣିବା ରାହୁଙ୍କ ସହ କେଉଁ ବସ୍ତୁର ସମ୍ବନ୍ଧ ରହିଥାଏ ଓ ତାର ଭୁଲ୍ ବ୍ୟବହାର ଦ୍ଵାରା ବା ଭୁଲ୍ ସ୍ଥାନରେ ରଖିବା ଦ୍ଵାରା ଆମ ଜୀବନରେ କଣ କୁପ୍ରଭାବ ପଡେ ।

ରାହୁଙ୍କ ମହାଦଶା ରହିଥିବା ବ୍ୟକ୍ତି ସବୁବେଳେ ଠକାମୀରେ ପଡ଼ିଥାଏ । ବ୍ୟକ୍ତିର ଜୀବନରେ ସବୁ ବେଳେ ଆର୍ଥିକ, ପାରିବାରିକ, ମାନସିକ ଓ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ରାହୁ ଗ୍ରହଙ୍କୁ କେବେ ମଧ୍ୟ ନାରାଜ କରିବା ଉଚିତ୍ ନୁହେଁ । ରାହୁର ପ୍ରଭାବରେ ବ୍ୟକ୍ତି ଅଳସୁଆ, ଅପରାଧୀ ମଧ୍ୟ ହୋଇଥାଏ । ଘରେ ମାଆଙ୍କ ସ୍ବାସ୍ଥ୍ୟ ଓ ପିଲାଙ୍କ ପାଠପଢା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ ।

ସେଥିପାଇଁ ମନୁଷ୍ୟକୁ ରାହୁର ପ୍ରଭାବରୁ ବଞ୍ଚି ରହିବାକୁ ଚେଷ୍ଟା କରିବା ଉଚିତ୍ । ଆଉ ଏହି ରାହୁଦଶାର କାରଣ ଆମ ଘରେ ଥିବା ତାୱା ଓ କଡ଼େଇ ଅଟନ୍ତି । ସେଥିପାଇଁ ତାୱା ଓ କଡ଼େଇ ବିଷୟରେ ବାସ୍ତୁଶାସ୍ତ୍ରରେ ଲେଖା ଯାଇଥିବା ଏହି ନିୟମଗୁଡ଼ିକ ପାଳନ କରିବା ଜରୁରୀ ଅଟେ ।

– ତାୱା ଓ କଡ଼େଇ ବ୍ୟବହାର କରିବା ମାତ୍ରେ ହିଁ ଏହାକୁ ସଫା କରି ରଖନ୍ତୁ । ଅଧିକ ସମୟ ଯାଏ ଏହା ଅଇଁଠା କରି ରଖିବା ଦ୍ଵାରା ସ୍ବାମୀ ଓ ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡେ ।

– ଥରେ ରୋଷେଇ କରିବା ପରେ ତାୱା ଓ କଡ଼େଇକୁ ସଫା କରି ରଖନ୍ତୁ । ବାରମ୍ବାର ଅଇଁଠା କଡେଇରେ ଖାଇବା ପ୍ରସ୍ତୁତ କଲେ ପରିବାରରେ ରାହୁର କୁପ୍ରଭାବ ପଡେ ଓ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ ।

– ଗରମ ତାୱା ଉପରେ କେବେ ମଧ୍ୟ ପାଣି ପକାନ୍ତୁ ନାହିଁ । ଏହାର ଶବ୍ଦରେ ଅଶୁଭ ପରିମାଣ ମିଳିଥାଏ ।

– ତାୱା ଓ କଡ଼େଇକୁ କେବେ ଓଲଟାଇ ରଖନ୍ତୁ ନାହିଁ । ଏହା ଯୋଗୁଁ ଘରେ ଅଶୁଭ ଘଟଣା ଘଟିଥାଏ ଓ ପରିବାରରେ କଳହ ଉତ୍ପନ ହୁଏ ।

– ତାୱା ଓ କଡ଼େଇକୁ ସର୍ବଦା ଦାଗ ହୀନ ରଖିବାକୁ ଚେଷ୍ଟା କରନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏଗୁଡ଼ିକ ଯେତେ ଚମକୁଥିବ, ଆମ ଭାଗ୍ୟ ମଧ୍ୟ ସେତେ ଚମକିବ ।

– ତାୱାର ବ୍ୟବହାର ପୂର୍ବରୁ ଗରମ ତାୱା ଉପରେ ସର୍ବଦା ଅଳ୍ପ ଲୁଣ ଅବଶ୍ୟ ପକାନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଓ ରାହୁର ପ୍ରଭାବ ମଧ୍ୟ ଦୂର ହୁଏ ।

– ତାୱାରେ ବନାଇଥିବା ପ୍ରଥମ ରୋଟି ଗାଈ ପାଇଁ ବନାଇ ତାଙ୍କୁ ଅବଶ୍ୟ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ବାରା ସମସ୍ତ ଗ୍ରହର କୁପ୍ରଭାବ ମୁକ୍ତି ମିଳିଥାଏ ।

– ତାୱା ଓ କଡ଼େଇ ସର୍ବଦା ଏପରି ସ୍ଥାନରେ ରଖନ୍ତୁ, ଯେଉଁଠି ସହଜରେ କାହା ନଜର ପଡୁ ନ ଥିବ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ଓ ପରସ୍ପର ମଧ୍ୟରେ ଥିବା ପ୍ରେମ ଉପରେ କାହାର କୁଦୃଷ୍ଟିର ପ୍ରଭାବ ପଡ଼ିବ ନାହିଁ ।