ଏହି ଯୁବକକୁ ଅଲ୍କା ୟାଗ୍ନିକ ଧକ୍କା ମାରି ଷ୍ଟୁଡିଓରୁ ବାହାର କରି ଦେଇଥିଲେ, ଆଜି ସେ କରୁଛନ୍ତି ପୁରା ଦୁନିଆରେ ରାଜ

ବର୍ତ୍ତମାନ ସମୟରେ ବଲୀଉଡ ପାଖରେ ବହୁତ ମହାନ ଗାୟକ ଅଛି । ସୋନୂ ନିଗମ, ଉଦିତ ନାରାୟଣ, ଅଲ୍କା ୟାଗ୍ନିକ, କୁମାର ସାନୁ, ଶ୍ରେୟା ଘୋଷାଲ ଓ ସୁନିଧି ଚୌହାନଙ୍କ ଭଳି କିଛି ଏମିତି ପ୍ରସିଦ୍ଧ ଗାୟକ ଅଛନ୍ତି ଯେଉଁମାନଙ୍କର ନାମ ବଲିଉଡର ସବୁଠୁ ଶ୍ରେଷ୍ଠତମ ଗାୟକମାନଙ୍କ ମଧ୍ୟରେ ଆସିଥାଏ । କିନ୍ତୁ ଆଜି ଆମେ ଏହି ପୋଷ୍ଟରେ ଗାୟିକା ଅଲ୍କା ୟାଗ୍ନିକଙ୍କ ବିଷୟରେ କହିବାକୁ ଯାଉଛୁ ।

୮୦ ଏବଂ ୯୦ ଦଶକରେ ଅଲ୍କା ୟାଗ୍ନିକଙ୍କର ଗୀତ ସମସ୍ତଙ୍କର ମୁହଁରେ ଥିଲା । ସେହି ସମୟରେ ତାଙ୍କର ସମସ୍ତ ଗୀତ ହିଟ ହେଉଥିଲା । ଆଜିର ଏହି ପୋଷ୍ଟରେ ଆମେ ଅଲ୍କା ୟାଗ୍ନିକ ଓ ମିସ୍ଟର ପରଫେକ୍ସାନିଷ୍ଟ ଆମିର ଖାନଙ୍କ ସହ ଜଡିତ ଏକ ଘଟଣା ବିଷୟରେ କହିବୁ ।

ଯେତେବେଳେ ଅଲ୍କା ଆମିରଙ୍କୁ ଷ୍ଟୁଡିଓରୁ ବାହାର କରିଲେ

୧୯୮୮ରେ ଅଲ୍କା ଫିଲ୍ମ ‘କୟାମତ ସେ କୟାମତ ତକ’ ପାଇଁ ଗୋଟିଏ ଗୀତ ରେକର୍ଡ କରୁଥିଲେ । ସେତେବେଳେ ହିଁ ଆମିର ଖାନ ତାଙ୍କ ସାମ୍ନାରେ ଆସି ବସିଲେ । ସେହି ସମୟରେ ଆମିର ଖାନ ଇଣ୍ଡଷ୍ଟ୍ରିରେ ନୂଆ ନୂଆ ଥିଲେ । ଅଲ୍କା ୟାଗ୍ନିକ ରେକର୍ଡିଂ କରୁଥିବା ସମୟରେ ଆମିର ଖାନ ତାଙ୍କୁ ବାରମ୍ବାର ଦେଖୁଥିଲେ । ଏହି କାରଣରୁ ଅଲ୍କା ଅସହଜ ହୋଇଗଲେ । କିଛି ସମୟ ପରେ ଅଲ୍କା ରାଗି ଯାଇ ଆମିରଙ୍କୁ ଷ୍ଟୂଡିଓରୁ ବାହାରି ଯିବା ପାଇଁ କହିଲେ ।

ଏହା ପରେ ରେକର୍ଡିଂ ଶେଷ ହୋଇଗଲା ତେବେ ନାସୀର ହୁସୈନ ଅଲ୍କାଙ୍କୁ ଫିଲ୍ମର ଷ୍ଟାରକାଷ୍ଟ ସହ ଦେଖାକରାଇଲେ । ଏହି ଷ୍ଟାରକାଷ୍ଟରେ ଆମିର ଖାନ ଓ ଜୁହି ସାମିଲ ଥିଲେ । କହିଦେଉଛୁ କି ଅଲ୍କା ଏହା ପୂର୍ବରୁ କେବେ ବି ଆମିର ଓ ଜୁହିଙ୍କୁ ଦେଖି ନଥିଲେ । ଏହା ପରେ ଅଲ୍କା ହସି ହସି ଆମିରଙ୍କୁ କ୍ଷମା ମାଗିଲେ । ଆମିର ବି ‘ଇଟ୍ସ ଓକେ’ କହି କ୍ଷମା କରିଦେଲେ । ଯାହା ପରେ ମାମଲା ସବୁ ସମାପ୍ତ ହୋଇଗଲା ।

ଏହି ଘଟଣାକୁ କିଛି ବର୍ଷ ପୂର୍ବେ ଅଲ୍କା ୟାଗ୍ନିକ ଏକ ଇଣ୍ଟରଭ୍ୟୁରେ କହିଥିଲେ । ଆଜି ବି ଦୁଇ ଜଣ ଦେଖା ହେଲେ ଏହି ଘଟଣାକୁ ମନେ ପକାଇ ବହୁତ ହସନ୍ତି ।

ଆଜି ଆମିର କରୁଛନ୍ତି ବଲୀଉଡରେ ରାଜ

କହିବାକୁ ଗଲେ ଆଜି ଆମିର ଖାନ ଜଣେ ଏମିତି କଳାକାର ଅଟନ୍ତି ଯାହାର ଫିଲ୍ମର ଅପେକ୍ଷା କେବଳ ଦର୍ଶକମାନେ ନୁହେଁ ପୁରା ବଲିଉଡ ବି କରିଥାଏ । କିନ୍ତୁ ଆମିର ଖାନ ବର୍ଷକୁ ମାତ୍ର ଗୋଟିଏ ଫିଲ୍ମ ହିଁ କରନ୍ତି ଓ ତାଙ୍କର ଫିଲ୍ମ କୋଟି କୋଟି ଟଙ୍କା ଆୟ କରିଥାଏ ।