ଜାଣନ୍ତୁ, ରାଶି ଅନୁସାରେ କେଉଁ ରତ୍ନ ଧାରଣ କରିବା ଦ୍ଵାରା ପୁରା ହୋଇଥାଏ ସବୁ ଇଚ୍ଛା ଓ ହୋଇଥାଏ ଧନବର୍ଷା

ଆମ ସମସ୍ତଙ୍କ ଜୀବନରେ ଏମିତି ବହୁତ ଘଟଣା ଘଟିଥାଏ । ଯାହା ବିଷୟରେ ଆମେ ନିଜେ ବି ଜାଣି ନ ଥାଉ । କିନ୍ତୁ ଯଦି ଆପଣ ଜ୍ୟୋତିଷୀ ବିଜ୍ଞାନଙ୍କର କଥା ମାନିବେ ତେବେ ଆମ ଭବିଷ୍ୟତରେ ହେଉଥିବା ସମସ୍ତ ଘଟଣା ବିଷୟରେ ଆମେ ପ୍ରାୟତଃ ଜାଣି ପାରିବା । ଏହା ଛଡା ଏମିତି କୁହାଯାଏ କି ମନୁଷ୍ୟ ଜୀବନରେ ଯାହା ବି ହୋଇଥାଏ ତାହା ସବୁ ଗ୍ରହମାନଙ୍କର ପ୍ରଭାବ କାରଣରୁ ହୋଇଥାଏ ।

ସେହି କାରଣରୁ ଏହି ଗ୍ରହମାନଙ୍କର ଦୋଷକୁ ଦୂର କରିବା ପାଇଁ ରତ୍ନ ଧାରଣ କରା ଯାଇଥାଏ । କହିବାକୁ ଗଲେ ରତ୍ନ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଧାରଣ କରା ଯାଇଥାଏ ।

ଆଜି ଆମେ ଆପଣମାନଙ୍କୁ ଜ୍ୟୋତିଷଙ୍କ ଅନୁସାରେ ସେହି ୯ ଟି ରତ୍ନ ବିଷୟରେ କହିବାକୁ ଯାଉଛୁ ଯାହାକୁ ବିଶେଷ ସ୍ଥାନ ଦିଆ ଯାଇଛି । କୁହାଯାଏ କି ରତ୍ନ ଅନୁସାରେ ମୁଦି ପିନ୍ଧିବା ଦ୍ଵାରା ଗ୍ରହ ଦୋଷ ଦୂର ହୋଇଥାଏ । କିନ୍ତୁ ଆପଣ ଜ୍ୟୋତିଷୀଙ୍କର ଉପଦେଶ ଅନୁସାରେ ହିଁ ରତ୍ନ ଧାରଣ କରନ୍ତୁ । ଆଜି ଆମେ ଆପଣମନଙ୍କୁ ରାଶି ଅନୁସାରେ କେଉଁ ରତ୍ନ ଧାରଣ କରିବା ଉଚିତ ସେହି ବିଷୟରେ କହିବୁ ।

କର୍କଟ ରାଶି

କର୍କଟ ରାଶିମାନଙ୍କ ପାଇଁ ସବୁଠୁ ଭଲ ରତ୍ନ ହେଉଛି ମୋତି, ଏହାକୁ ଚାନ୍ଦିରେ ପ୍ରସ୍ତୁର କରି ପିନ୍ଧନ୍ତୁ । ଏହା ଛଡା ଆପଣମାନେ ମୂଂଗା ବି ଧାରଣ କରି ପାରିବେ ।

ବୃଷ ରାଶି

ଏହି ରାଶିଯୁକ୍ତ ବ୍ୟକ୍ତିମାନଙ୍କୁ ହୀରା କିମ୍ବା ଧଳା ପୁଖରାଜ କିମ୍ବା ପନ୍ନା କୁ ସୁନା ମୁଦିରେ ପ୍ରସ୍ତୁତ କରି ହାତର ତୃତୀୟ ଆଙ୍ଗୁଠିରେ ପିନ୍ଧିବା ଉଚିତ ।

ମକର ରାଶି

ମକର ରାଶିମାନଙ୍କୁ ନୀଲମକୁ ସୁନା ମୁଦି ସହ ବାମ ହାତର ଦ୍ଵିତୀୟ ଆଙ୍ଗୁଠିରେ ପିନ୍ଧିବା ଉଚିତ । ଯାହା କି ଶନିଦେବଙ୍କର କଷ୍ଟ ନିବାରଣ କରିବ ।

କୁମ୍ଭ ରାଶି

ଯଦି ଆପଣ କୁମ୍ଭ ରାଶିର ଜାତକ ଅଟନ୍ତି ତେବେ ଆପଣଙ୍କୁ ସୁନା ମୁଦିରେ ନୀଲମ ପ୍ରସ୍ତୁତ କରି ବାମ ହାତର ଦ୍ଵିତୀୟ ଆଙ୍ଗୁଠିରେ ପିନ୍ଧିବା ଉଚିତ ।

ମୀନ ରାଶି

ମୀନ ରାଶିମାନେ ପାଲୀ ପୁଖରାଜକୁ ବାମ ହାତର ପ୍ରଥମ ଆଙ୍ଗୁଠିରେ ପିନ୍ଧିବା ଉଚିତ ।

ମେଷ ରାଶି

ମେଷ ରାଶିଙ୍କର ରତ୍ନ ହେଉଛି ମୂଂଗା ଏହାକୁ ତମ୍ଭାରେ ପ୍ରସ୍ତୁତ କରି ବାମ ହାତର ପ୍ରଥମ ଆଙ୍ଗୁଠିରେ ପିନ୍ଧିବା ଉଚିତ ।

ମିଥୁନ ରାଶି

ଆପଣମାନଙ୍କୁ ହାତର ଚତୁର୍ଥ ଆଙ୍ଗୁଠିରେ ହଳଦିଆ ପୁଖରାଜ ଧାରଣ କରିବା ଉଚିତ ।

ସିଂହ ରାଶି

ଆପଣମାନେ ମାଣିକ୍ୟ ରତ୍ନ ଧାରଣ କରି ପାରିବେ ।

କନ୍ୟା ରାଶି

ଏହି ରାଶିର ଲୋକମାନେ ପନ୍ନା, ମୋତୀ, ହୀରା, ହଳଦିଆ ପୁଖରାଜ ରୁ କୌଣସି ଗୋଟିଏ ଧାରଣ କରି ପାରିବେ ।

ତୁଳା ରାଶି

ଆପଣମାନ ପାଇଁ ବାମ ହାତର ତୃତୀୟ ଆଙ୍ଗୁଠିରେ ହୀରା ଏବଂ ଦ୍ଵିତୀୟରେ ନୀଲମ ଏବଂ ଧଳା ମୂନସ୍ଟୋନ ପିନ୍ଧିବା ଶୁଭ ହୋଇଥାଏ ।

ବିଛା ରାଶି

ବିଛା ରାଶିମାନେ ହଳଦିଆ ପୁଖରାଜ ଏବଂ ଗଭୀର ଲାଲ ରଙ୍ଗର ମୂଂଗାକୁ ସୁନା କିମ୍ବା ତମ୍ଭା ଆଙ୍ଗୁଠିରେ ପ୍ରସ୍ତୁତ କରି ପିନ୍ଧି ପାରିବେ ।

ଧନୁ ରାଶି

ଏହି ରାଶିର ଲୋକମାନଙ୍କୁ ବାମ ହାତର ପ୍ରଥମ ଆଙ୍ଗୁଠିରେ ପୁଖରାଜ ଟୋପାଜ ପିନ୍ଧିବା ଉଚିତ ।