ଭୁଲରେ ବି ଏହି ୪ ଜଣଙ୍କ ବିଷୟରେ ଖରାପ ଚିନ୍ତା କରନ୍ତୁ ନାହିଁ, ଏମାନଙ୍କର ଖରାପ ଭାବିବା ମାତ୍ରେ ହିଁ ଆପଣ ନିଜର ବିନାଶକୁ ଆମନ୍ତ୍ରିତ କରନ୍ତି

ସବୁ ଧର୍ମରେ ଅହିଂସାର ମହତ୍ଵ ବିଷୟରେ କୁହାଯାଇଛି । ହିନ୍ଦୁ ଧର୍ମ ସହିତ ବୁଦ୍ଧ, ଜୈନ ଓ ଇସାଈ ଧର୍ମରେ ଅହିଂସାର ସିଧା ରାସ୍ତା ହିଁ ଧର୍ମର ରାସ୍ତା ବୋଲି କୁହାଯାଇଛି । କିନ୍ତୁ ଅହିଂସାର ମାର୍ଗରେ ଚାଲିବା ପାଇଁ ଏହା ଭାବିବା ଉଚିତ କି ଅହିଂସାର ଅର୍ଥ କେବଳ ଶାରୀରିକ ରୂପକୁ କ୍ଷତି ପହଞ୍ଚାଇବା ହୋଇ ନଥାଏ, ଏହା ଛଡା ବି ବ୍ୟକ୍ତିକୁ ନିଜର ମନ, ବଚନ ଏବଂ କର୍ମରେ ବି କୌଣସି ଦୁଃଖ ନ ଦେବା ଅହିଂସା ଅଟେ ।

ପ୍ରାୟତଃ ଆମ ଦ୍ଵାରା ଏହା ଭୁଲ ହୋଇଯାଏ କି ଆମେ କର୍ମ ଦ୍ଵାରା କାହାର କ୍ଷତି କରି ନଥାଉ କିନ୍ତୁ ନିଜ ଚିନ୍ତାରେ ଦୁଃର୍ଭାବନା ରଖିଥାଉ । କିନ୍ତୁ ଶାସ୍ତ୍ରରେ ଏହି ବ୍ୟବହାରକୁ ନିୟନ୍ତ୍ରିତ କରିବା ପାଇଁ କୁହାଯାଇଛି । ଶ୍ରୀମଦ ଭାଗବତରେ ଏକ ଶ୍ଳୋକ ଜରିଆରେ ନିମ୍ନ ୪ ଜଣଙ୍କ ବିରୁଦ୍ଧରେ କୌଣସି ବି ପ୍ରକାରର ହିଂସାକୁ ନିଷେଧ କୁହାଯାଇଛି ।

ଯଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ । ଧର୍ମୋ ମୟି ଚ ବିଦ୍ୱେଷ ସ ବା ଆଶୁ ବିନଶ୍ୟିତ । ।

ଏହି ଶ୍ଳୋକର ଅର୍ଥ ଏହା ଅଟେ, ଯେଉଁ ମନୁଷ୍ୟ ଦେବତା, ବେଦ, ଗାଈ, ବ୍ରାହ୍ମଣ – ସାଧୁଙ୍କୁ କ୍ଷତି ପହଞ୍ଚାଇ ଥାଏ କିମ୍ବା ଧାର୍ମିକ କାର୍ଯ୍ୟ ବିରୁଦ୍ଧରେ ଚିନ୍ତା କରିଥାଏ, ତାହାର କ୍ଷତି ସେହି ସମୟରୁ ହିଁ ଆରମ୍ଭ ହୋଇଯାଏ, ତାହାର ବିନାଶ ଜଲ୍ଦି ହିଁ ହୋଇଯାଏ ।

ଦେବ ଗଣ

ଦେବତା ସବୁବେଳେ ପୂଜନୀୟ ଅଟନ୍ତି । ତାଙ୍କର ସ୍ତୃତି ଦ୍ଵାରା ମାନବ ଜାତିର କଲ୍ୟାଣ ହୋଇଥାଏ । ଏମିତିରେ ଏମାନଙ୍କ ବିଷୟରେ ଖରାପ ଭାବିବା ଅହିତକର ହୋଇଥାଏ । ରାବଣ ଓ ଅନ୍ୟ ଅସୁରମାନେ ଏହାର ଉଦାହରଣ ଅଟନ୍ତି । ଯେଉଁମାନେ ଦେବତାଙ୍କୁ ଅପମାନିତ କରିଛନ୍ତି, ସେମାନେ ନିଜର ବିନାଶକୁ ନିଜେ ଆମନ୍ତ୍ରଣ କରିଛନ୍ତି ଏବଂ ଏକ ଦୁଃଖଭରା ଅନ୍ତକୁ ପ୍ରାପ୍ତ ହୋଇଛନ୍ତି ।

ବେଦ

ବେଦ ଓ ଧର୍ମ ଶାସ୍ତ୍ର ଆମକୁ ଶ୍ରେଷ୍ଠ ଜୀବନ ଓ ଧର୍ମ ମାର୍ଗ ନିର୍ଦେଶିତ କରିଥାଏ । ଯାହାର ପାଳନ କରି ବ୍ୟକ୍ତି କେବଳ ନିଜର ଜୀବନକୁ ସଫଳ କରିଥାଏ ତାହା ନୁହେଁ ଏହା ଦ୍ଵାରା ତାହାକୁ ଜୀବନ ମୃତ୍ୟୁ ଚକ୍ରରୁ ମଧ୍ୟ ମୁକ୍ତିର ମାର୍ଗ ମିଳିଥାଏ । କିନ୍ତୁ ଯଦି ଏହି ବେଦକୁ ଅନାଦାର କରାଯାଏ, କିମ୍ବା ଏହାର ଉଲଂଘନ କରାଯାଏ ତେବେ ନିଶ୍ଚିତ ରୂପରେ ବ୍ୟକ୍ତିଙ୍କୁ କ୍ଷତି ହୋଇଥାଏ ।

ଗାଈ

ହିନ୍ଦୁ ଧର୍ମରେ ଗାଈ ମାନଙ୍କୁ ମା’ ରୂପରେ ପୂଜା କରାଯାଏ । ଗାଈ ମାନଙ୍କର ମନ ବଚନର ସହିତ ସେବା କରିବା ମାନବ ପାଇଁ କଲ୍ୟାଣକାରୀ ହୋଇଥାଏ । ସେଥିପାଇଁ ଗାଈଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ହିନ୍ଦୁ ଧର୍ମରେ ପାପ ବୋଲି କୁହାଯାଇଛି ।

ବ୍ରାହ୍ମଣ – ସାଧୁ

ବ୍ରାହ୍ମଣ କିମ୍ବା ସାଧୁମାନଙ୍କର କାର୍ଯ୍ୟ ଲୋକମାନଙ୍କୁ ଜ୍ଞାନର ମାର୍ଗ କହିବାର ଅଛି । ସେଥିପାଇଁ ଏମାନଙ୍କର ସ୍ଥାନ ସର୍ବଦା ଉଚ୍ଚ ସ୍ଥାନରେ ଥାଏ । ଏମିତିରେ ଲୋକମାନଙ୍କୁ ସବୁବେଳେ ଏମାନଙ୍କ ପ୍ରତି ଶ୍ରଦ୍ଧାର ଭାବନା ରଖିବା ଉଚିତ ଏବଂ ଭୁଲରେ ବି ଏମାନଙ୍କର ଅପମାନ କିମ୍ବା ଅହିତ କରିବା ଉଚିତ ନୁହେଁ ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।