ନୂଆବର୍ଷରୁ ଖାଇବା ଠୁ ନେଇ ଗାଡି ଚଢିବା ଯାଏଁ ସବୁକିଛି ହେବ ମହଙ୍ଗା ! ଚାଲନ୍ତୁ ଜାଣିବା କେଉଁ ନିୟମ ଆପଣଙ୍କ ପକେଟ ଓ ବଜେଟ ଉପରେ ପକାଇବ କିପରି ପ୍ରଭାବ !

ନୂଆବର୍ଷ ଆରମ୍ଭ ହେବା ସାଙ୍ଗକୁ ନେଇ ଆସୁଛି କିଛି ନୂଆ ନିୟମ । ନୂଆବର୍ଷ ଠାରୁ ଦେଶରେ ଅନେକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଜାଣନ୍ତୁ କ’ଣ ସବୁ ସେହି ନିୟମ । ନୂଆବର୍ଷ ଠାରୁ ଜିଏସଟି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ୧ ଜାନୁୟାରୀରୁ ରେଡିମେଡ ଗାରମେଣ୍ଟରେ ଜିଏସଟି ଦର ୫% ରୁ ବୃଦ୍ଧି ପାଇ ୧୨% ହୋଇଯିବ । ଏହା ଯୋଗୁଁ ରେଡିମେଡ ଗାରମେଣ୍ଟସ୍ ର ଦାମ୍ ବଢିବା ସହ ରିଟେଲ କାରବାର ମଧ୍ୟ ପ୍ରଭାବିତ ହୋଇପାରେ ।

ଡ୍ରେସ ବ୍ଯତୀତ ଯଦି ଆପଣ ଅନଲାଇନ ଖାଦ୍ଯ ମଗାଇବେ ତେବେ ମଧ୍ୟ ଆପଣଙ୍କ ପକେଟ ଉପରେ ପ୍ରଭାବ ପଡିବ । ନୂଆବର୍ଷରୁ ଫୁଡ୍ ଡେଲିଭେରି ଆପ୍ପରେ ମଧ୍ୟ ୫% ଜିଏସଟି ଲଗାଯିବ । କିନ୍ତୁ ସରକାର ଏହି ଟ୍ୟାକ୍ସ ଗ୍ରାହକଙ୍କ ଠାରୁ ନେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇ ସାରିଛି । ତେବେ କମ୍ପାନୀଙ୍କ ଉପରେ ଚାପ ପଡିଲେ ସେମାନେ କୌଣସି ଉପାୟରେ ମଧ୍ୟ ଗ୍ରାହକଙ୍କ ଠାରୁ ଟଙ୍କା ଆଦାୟ କରିପାରନ୍ତି । ଅର୍ଥାତ ନୂଆବର୍ଷରୁଇ ଅନଲାଇନ ଫୁଡ୍ ଅର୍ଡର ଆପଣଙ୍କ ବଜେଟକୁ ପ୍ରଭାବିତ କରିପାରେ ।

ଗ୍ରାହକଙ୍କ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ଯାଙ୍କ । ଜାନୁୟାରୀ ପହିଲାରୁ ଆଇପିପିବି ଖାତାଧାରୀ ଏକ ସୀମିତ ଟଙ୍କା ଜମା ଓ ଉଠାଣ ଉପରେ ଚାର୍ଜ ଦେବେ । ନୂଆବର୍ଷରୁ ବାଣିଜ୍ୟ ସଞ୍ଚୟ ଖାତାରୁ ବିନା ଶୁଳ୍କରେ ଚାରିଥର ଟଙ୍କା ଉଠାଇ ହେବ । କିନ୍ତୁ ଏହାପରେ ପ୍ରତି ଉଠାଣ ଉପରେ ଗ୍ରାହକଙ୍କୁ ୨୫ଟଙ୍କା ଦେବାକୁ ହେବ । ହେଲେ ବାଣିଜ୍ୟ ସଞ୍ଚୟ ଖାତାରେ ଟଙ୍କା ଜମା କରିବା ନେଇ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ସେହିପରି ସେଭିଙ୍ଗ୍ସ ଆକାଉଣ୍ଟରେ ଗୋଟିଏ ମାସରେ ୧୦ହଜାର ଟଙ୍କା ଜମା କରିବା ପାଇଁ କୌଣସି ଦେୟ ଲାଗିବ ନାହିଁ । ଲିମିଟ ଠାରୁ ଅତିରିକ୍ତ ଟଙ୍କା ଜମା କରିବା ପାଇଁ ଗ୍ରାହକଙ୍କ ଠାରୁ ଅତିରିକ୍ତ ଦେୟ ଆଦାୟ କରାଯିବ ବୋଲି ବ୍ଯାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆବର୍ଷରୁ ସାରା ଦେଶରେ ମହଙ୍ଗା ହେବାକୁ ଅନଲାଇନ କ୍ୟାବ ସେବା । ଆପଣ ପୂର୍ବରୁ ଅନଲାଇନରେ କ୍ୟାବ ବୁକ୍ କରି ଯାତ୍ରା କଲେ ଯେତିକି ଟଙ୍କା ଦେଉଥିଲେ ଏବେ ତାହାଠାରୁ ଅଧିକ ଟଙ୍କା ଦେବାକୁ ହେବ । କେନ୍ଦ୍ର ସରକାରଙ୍କ ଜିଏସଟି କାଉନ୍ସିଲ ବୈଠକରେ ଆପ୍ ବେସଡ୍ କ୍ୟାବ ସର୍ଭିସକୁ ଜିଏସଟି ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ରହିଛି । ଯଦି ଏପରି ହୁଏ ତେବେ ଯାତ୍ରୀଙ୍କୁ କ୍ୟାବ ବୁକ୍ ପାଇଁ ଅଧିକ ଟଙ୍କା ଦେବାକୁ ହେବ ।

୨୦୨୨ ପହିଲାରୁ ଛୋଟ ପିଲାଙ୍କ ଟୀକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ । ଜାନୁୟାରୀ ୩ ରୁ ୧୫-୧୮ ବର୍ଷ ବର୍ଗର ପିଲାଙ୍କୁ କରୋନା ବିରୋଧୀ ଟୀକା ଦିଆଯିବ । ଏଥିପାଇଁ Cowin ଦ୍ଵାରା ପିଲାମାନେ ପଞ୍ଜୀକରଣ କରିବେ । ଅତିରିକ୍ତ ସ୍ଲଟ ଭାବେ ଛାତ୍ର-ଛାତ୍ରୀ ମାନେ ଆଇଡ଼ି କାର୍ଡ ବ୍ୟବହାର କରି ଟୀକା ପାଇଁ ପଞ୍ଜୀକରଣ କରିପାରିବେ । ସବୁ ପିଲାଙ୍କ ପାଖରେ ଆଧାରକାର୍ଡ ନଥିବାରୁ ଆଇଡ଼ି କାର୍ଡର ବିକଳ୍ପ ରହିଛି ବୋଲି ସରକାରଙ୍କ ତରଫରୁ ବିଧିବଦ୍ଧ ସୂଚନା ଦିଆଯାଇଛି ।

ନୂଆବର୍ଷ ଠାରୁ ଏଟିଏମରୁ ଟଙ୍କା କାଢିବା ଏବଂ ଟଙ୍କା ଭର୍ତ୍ତି ମେସିନରେ ଟଙ୍କା ଜମା କରିବା ହେବ ମହଙ୍ଗା । ମାଗଣା ଟଙ୍କା ଉଠାଣ ପରେ ଯଦି ଆପଣ ଟଙ୍କା ଉଠାନ୍ତି ତେବେ ପୂର୍ବାପେକ୍ଷା ଅଧିକ ଦେୟ ଦେବାକୁ ହେବ । ନୂଆବର୍ଷ ପହିଲାରୁ ଏହି କାରବାର ପିଛା ୨୦ଟଙ୍କା ବଦଳରେ ୨୧ଟଙ୍କା ଦେବାକୁ ପଡିବ । ତେବେ ପ୍ରତି ମାସ ୫ ଥର ବ୍ଯାଙ୍କରୁ ଟଙ୍କା ଉଠାଇବା ପାଇଁ ବ୍ଯାଙ୍କ କୌଣସି ଶୁଳ୍କ ଆଦାୟ କରୁନାହିଁ ।

ତେବେ ବାଲାନ୍ସ ଯାଞ୍ଚ ଠାରୁ ଆରମ୍ଭ କରି ମିନି ଷ୍ଟେଟମେଣ୍ଟ ଏବଂ ପିନ୍ ପରିବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ଅଣ-ଆର୍ଥିକ କାରବାର ମାଗଣା ଥିବା ଆରବିଆଇ ପକ୍ଷରୁ ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି ।ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ଚିନ୍ତା ବଢାଉଥିବାରୁ ନୂଆବର୍ଷରୁ ସରକାର ଆଣୁଛନ୍ତି ନୂଆ ନିୟମ । ଚକଲେଟ ଓ ଆଇସକ୍ରିମରେ ଲାଗୁଥିବା ପ୍ଲାଷ୍ଟିକ ଷ୍ଟିକ ସମେତ ଛୋଟ ଛୋଟ ପ୍ଲାଷ୍ଟିକ ଜିନିଷ ୧ ଜାନୁୟାରୀରୁ ବ୍ଯାନ୍ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।