Neeraj Chopra ଙ୍କ ଐତିହାସିକ ବିଜୟରେ ଖୁସିରେ ଗଦଗଦ ହେଲା ସମଗ୍ର Bollywood, Akshay କହିଲେ କିଛି ଏମିତି…

ଟୋକିଓ ଅଲମ୍ପିକ ସମାପ୍ତ ହେବାର ଠିକ ଗୋଟେ ଦିନ ପୂର୍ବରୁ ଭାରତ ଝୋଲିରେ ଏକମାତ୍ର ସ୍ଵର୍ଣ୍ଣ ପଦକ ଆଣି ଦେଇଛନ୍ତି ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ଏଥିପାଇଁ ଏହିଦିନ ଭାରତ ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ନୀରଜ ସ୍ଵର୍ଣ୍ଣ ପଦକ ଜିତି ୧୩୦ କୋଟିରୁ ଅଧିକ ଭାରତୀୟଙ୍କୁ ଗୌରବାନ୍ଵିତ କରିଛନ୍ତି ।

ଖାସ କଥା ହେଉଛି ଜାଭେଲିନ ଥ୍ରୋ ରେ ସ୍ଵର୍ଣ୍ଣ ପଦକ ହାସଲ କରିବାରେ ନୀରଜ ପ୍ରଥମ ଭାରତୀୟ ଅଟନ୍ତି । ନୀରଜଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ବଲିଉଡ କଳାକାରମାନେ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ସେମାନେ ମଧ୍ୟ ନୀରଜ ଚୋପ୍ରାଙ୍କ କାର୍ଯ୍ୟକୁ ସଲାମ କରିଛନ୍ତି । ତେବେ ଚାଲନ୍ତୁ ଦେଖିବା ନୀରଜ ଚୋପ୍ରାଙ୍କ ଐତିହାସିକ ସଫଳତାରେ କିଏ କଣ କହିଛନ୍ତି । ହିନ୍ଦୀ ସିନେମାର ବିନ୍ଦାସ ଓ ନିର୍ଭୀକ କଳାକାର ତଥା କୁଇନ କଙ୍ଗନା ରାଣାୱତ ନୀରଜଙ୍କ ଏହି ଐତିହାସିକ ବିଜୟରେ ଖୁବ ଖୁସି ପ୍ରଦର୍ଶନ କରିଛନ୍ତି ।

ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ନୀରଜଙ୍କ ଫଟୋ ଦେଇ ଲେଖିଛନ୍ତି, “କଣ କହିବି ନୀରଜ… ମୁଁ ନିଶବ୍ଦ ହୋଇଯାଇଛି । ଧନ୍ଯ ତୁମ ମାତାପିତା ଆଉ ଦେଶ ।” ସେହିଅପରି ଜଣାଶୁଣା ଅଭିନେତ୍ରୀ ନେହା ଧୂପିଆ ମଧ୍ୟ ନୀରଜଙ୍କୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଶୁଭେଚ୍ଛା ଜଣାଇଛନ୍ତି । ହିନ୍ଦୀ ସିନେମାର ଦିଗଜ ଅଭିନେତା ଅଜୟ ଦେବଗନ ମଧ୍ୟ ଭାରତର ଏହି ଯୁବାସିଂହଙ୍କୁ ଟ୍ବିଟ କରି ଶୁଭେଚ୍ଛା ଦେଇଛନ୍ତି ଓ ସେ ବର୍ଣ୍ଣନା କରିପାରିବେ ନାହିଁ କି ସେ କେତେ ଖୁସି ଅଛନ୍ତି ବୋଲି ଲେଖିଛନ୍ତି ।

ହିନ୍ଦୀ ସିନେମାର ଖିଲାଡ଼ି ଅକ୍ଷୟ କୁମାର ମଧ୍ୟ ନୀରଜଙ୍କୁ ଶୁଭେଚ୍ଛା ଦେବାରୁ ନିଜକୁ ରୋକି ପାରି ନାହାନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ନୀରଜଙ୍କ ଏହି ଐତିହାସିକ ବିଜୟକୁ ପ୍ରଶଂସା କରିଛନ୍ତି । ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ନୀରଜ ଚୋପ୍ରାଙ୍କ ଫଟୋ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ପୋଷ୍ଟ କରି ଭାରତ ପାଇଁ ଏକମାତ୍ର ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଥିବାରୁ ନୀରଜଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି । ସେହିପରି ଲୋକପ୍ରିୟ କମେଡିଆନ ଏବଂ ଅଭିନେତା ସୁନୀଲ ଗ୍ରୋଭର ମଧ୍ୟ ନୀରଜଙ୍କୁ ଟ୍ବିଟ ମାଧ୍ୟମରେ ଶୁଭେଚ୍ଛା ଦେଇଛନ୍ତି ।

ଦିଗଜ ଓ ମହାନ ଗାୟିକା ଲତା ମଙ୍ଗେସକର ଲେଖିଛନ୍ତି, “ପୁରା ଦେଶକୁ ନୀରଜଙ୍କ ଉପରେ ଗର୍ବ ହେଉଛି, ଯିଏ ଏକ ନୂଆ ଇତିହାସ ରଚିଛନ୍ତି । ମୁଁ ଦେଶର ଗୌରବ ନୀରଜଙ୍କୁ ଶୁଭେଚ୍ଛା ଜଣାଉଛି ।” ସେହିପରି ଭାରତକୁ ସ୍ଵର୍ଣ୍ଣ ପଦକ ମିଳିଥିବାରୁ ସେ ଖୁସିରେ କୁଦା ମାରୁଛନ୍ତି ବୋଲି କହିଛନ୍ତି ଅଭିନେତ୍ରୀ ତାପସୀ ପନୁ । ଦିଗଜ ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ନୀରଜ ସାରା ଦେଶ ପାଇଁ ଗର୍ବର କାରଣ ବୋଲି କହିଛନ୍ତି ଓ ଦେଶ ତରଫରୁ ତାଙ୍କୁ ସଲାମ ମଧ୍ୟ କରିଛନ୍ତି ।

ଅଭିନେତା ଜନ ଇବ୍ରାହିମ ମଧ୍ୟ ଅଲମ୍ପିକ ଇଣ୍ଡିଆର ଟ୍ବିଟକୁ ରିଟ୍ବିଟ କରି ନୀରଜଙ୍କ ଏହି ଐତିହାସିକ ବିଜୟ ଓ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିବା ହେତୁ ତାଙ୍କୁ ଶୁଭେଚ୍ଛା ଦେଇଛନ୍ତି । ସେହିପରି ଅଭିନେତା ଅଲ୍ଲୀ ଫାଜଲ ମଧ୍ୟ ଲେଖିଛନ୍ତି, “ଆଜିର ଦିନ ଆମ ପାଇଁ ଖୁବ ବଡ ଦିନ ଅଟେ । ଜୟ ମାତା ଦି । ଆମେ ସ୍ଵର୍ଣ୍ଣପଦକ ଆଣିଛୁ । ସାବାସ ନୀରଜ । ମୋ ଲୋମ ଟାଙ୍କୁରି ଉଠିଲା ।”

ଅଭିନେତା ସୁନିଲ ସେଟ୍ଟୀ ମଧ୍ୟ ୧୩୯ କୋଟି ଭାରତୀୟଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ନୀରଜଙ୍କୁ ଶୁଭେଚ୍ଛା ଦେଇଛନ୍ତି । ଆପଣଙ୍କୁ ନୀରଜଙ୍କ ବିଜୟରେ କିପରି ଅନୁଭବ ହୋଇଛି ଆମକୁ ଟ୍ବିଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।