ଆଖି ଆଗରେ ଆକାଉଣ୍ଟ ହେଲା ଶୂନ୍ୟ, ଗାୟବ ହେଇଗଲା 12 ଲକ୍ଷ ଟଙ୍କା, ଏହି ମହିଳା ଜଣକ ଯାହା କହୁଛନ୍ତି ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ, ଦେଖନ୍ତୁ video

ଦିନକୁ ଦିନ ଇଣ୍ଟରନେଟର ବ୍ୟବହାର ଯେତେ ବଢୁଛି ସେତେ ଅଧିକ ସାଇବର ଅପରାଧ ମଧ୍ୟ ବଢିବାରେ ଲାଗିଛି । ସାଇବର ଅପରାଧୀ ମାନେ ଗ୍ରାହକଙ୍କୁ ଠକିବା ପାଇଁ ଦିନକୁ ଦିନ ନୂଆ ନୂଆ ପନ୍ଥା ସବୁ ବାହାର କରୁଛନ୍ତି । ସାଇବର ଅପରାଧର ଶିକାର ହୋଇ ଅନେକ ଲୋକ ନିଜ ସଞ୍ଚିତ ଅର୍ଥ ହରାଇ ଦେଉଛନ୍ତି । ସାଇବର ଅପରାଧ ରୋକିବା ପାଇଁ ପ୍ରଶାସନ ଯେତେ ଜାଗ୍ରତ ହେଉଛନ୍ତି ଅପରାଧୀ ସେତେ ନୂଆ ପନ୍ଥା ଅବଲମ୍ବନ କରି ସାଧାରଣ ଲୋକଙ୍କ ଠାରୁ ଟଙ୍କା ଠକି ନେଉଛନ୍ତି ।

ଏହିପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵରରେ । ସେଠାକର ଏକ ଦମ୍ପତ୍ତି ଇଣ୍ଡସଇଣ୍ଡ ବ୍ଯାଙ୍କରେ ୫ ଲକ୍ଷ ଲେଖାଏଁ ଦୁଇଟି ଫିକ୍ସ ଡିପୋଜିଟ କରିଥିଲେ ଓ ସଞ୍ଚୟ ଖାତାରେ ମଧ୍ୟ ୨ ଲକ୍ଷ ୪୫ ହଜାର ଭଳି ଟଙ୍କା ରଖିଥିଲେ । ସେମାନଙ୍କର ଗୋଟିଏ ମାତ୍ର ପିଲା । ଯାହାର ପାଠପଢା ଓ ଭବିଷ୍ୟତ ପାଇଁ ସେମାନେ ଟଙ୍କା ଜମା କରିଥିଲେ । କିନ୍ତୁ ସେମାନେ ଯେତେବେଳେ ଟଙ୍କା ଉଠାଇବା ପାଇଁ ବ୍ଯାଙ୍କକୁ ଆସିଥିଲେ ସେତେବେଳେ ବ୍ଯାଙ୍କ କର୍ମଚାରୀ ତାଙ୍କୁ କହିଥିଲେ କି ତାଙ୍କ ଏଫଡ଼ି ଚାଲି ଯାଇଛି ।

କିନ୍ତୁ କେମିତି ଚାଲି ଯାଇଛି ତାହା ବ୍ଯାଙ୍କ କର୍ମଚାରୀ କହି ପାରି ନଥିଲେ । ଏହାପରେ ସେମାନଙ୍କୁ ଏକ ଷ୍ଟେଟମେଣ୍ଟ କାଢି ଧରେଇ ଦେଇଥିଲେ । ୧୦ ଲକ୍ଷ ଟଙ୍କା ତ ଗଲାଣି କିନ୍ତୁ ସେଭିଙ୍ଗ ଆକାଉଣ୍ଟରେ ଯେଉଁ ଅଢେଇ ଲକ୍ଷ ଟଙ୍କା ଅଛି ତାହା କେମିତି ସୁରକ୍ଷିତ ରହିବ ବୋଲି ସେମାନେ ବ୍ଯାଙ୍କ କର୍ମଚାରୀଙ୍କୁ କହିଥିଲେ । କିନ୍ତୁ ସେମାନେ କେବଳ ଏକ ଷ୍ଟେଟମେଣ୍ଟ କାଢି ସାଇବର ଥାନାକୁ ନେଇ ଯିବା ପାଇଁ କହିଥିଲେ । ସାଇବର ଥାନା କିନ୍ତୁ ରାତିରେ ଆରମ୍ଭ ହେବ କହି ସେମାନେ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ ।

ଆଉ ଏହାର ଅଳ୍ପ ସମୟ ମଧ୍ୟରେ ଉକ୍ତ ଦମ୍ପତ୍ତିଙ୍କ ସେଭିଙ୍ଗ ଆକାଉଣ୍ଟରେ ଥିବା ଅଢେଇ ଲକ୍ଷ ଟଙ୍କା ମଧ୍ୟ ଗାଇବା ହୋଇଗଲା ବୋଲି ବ୍ଯାଙ୍କ କର୍ମଚାରୀ ଫୋନ କରି ଜଣାଇଥିଲେ । ସ୍ଥାନୀୟ ପୋଲିସ ଥାନା ମଧ୍ୟ ଏହି ଦମ୍ପତ୍ତିଙ୍କ ଅଭିଯୋଗ ନରଖି ସେମାନଙ୍କୁ ସାଇବର ଥାନା ଯିବାକୁ କହିଥିଲେ । କଷ୍ଟ ଅର୍ଜିତ ଧନ ଏହିଭଳି ଗାୟବ ହୋଇଯିବା ଦେଖି ଏହି ଦମ୍ପତ୍ତି ମୁଣ୍ଡରେ ହାତ ଦେଇ ଦେଇଛନ୍ତି ।

ଜୀବନସାରା ଏତିକି ହିଁ ପୁଞ୍ଜି ସେମାନେ ରଖିଥିଲେ ତାଙ୍କ ପିଲାର ଭବିଷ୍ୟତ ପାଇଁ । କିନ୍ତୁ ବ୍ଯାଙ୍କରେ ଟଙ୍କା ରଖିବା ପରେ ମଧ୍ୟ ତାହା ସୁରକ୍ଷିତ ରହି ପାରିନାହିଁ । ସାଇବର ହ୍ୟାକର ଟଙ୍କା ହୟାକ କରି ନେଇଥିବା ସନ୍ଦେହ କରୁଛନ୍ତି ବ୍ଯାଙ୍କ କର୍ମଚାରୀ । କିନ୍ତୁ ବ୍ଯାଙ୍କର ମ୍ୟାନେଜର ମଧ୍ୟ ସାମ୍ନାକୁ ଆସୁ ନାହାନ୍ତି କି କିଛି ବୟାନ ଦେଇ ପାରୁ ନାହାନ୍ତି ।

ଏମିତିରେ ସମୁଦାୟ ୧୨ ଲକ୍ଷ ଟଙ୍କା ତଥା ସମସ୍ତ ସଞ୍ଚିତ ଧନ ଦିନକରେ ହରାଇ ବାଲେଶ୍ଵରର ଏହି ଦମ୍ପତ୍ତି ଏକଦମ ଭାଙ୍ଗି ପଡିଛନ୍ତି । ଆଶା କରୁଛୁ ଯେ ସାଇବର ବିଭାଗ ଶୀଘ୍ର ଖୋଳତାଡ କରି ଉକ୍ତ ଦମ୍ପତ୍ତିଙ୍କୁ ନ୍ୟାୟ ପ୍ରଦାନ କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।