“ଏଇଟା ପ୍ରାଇଭେଟ ପ୍ରପର୍ଟି… ଆପଣମାନେ ଭିତରେ କେମିତି…” ଭାରତ ମୋଟର୍ସରେ ଚଢାଉ କଲା ବାଣିଜ୍ୟକର ବିଭାଗ, ଦେଖନ୍ତୁ କ’ଣ ରହିଛି କାରଣ

ବର୍ତ୍ତମାନ ସମୟର ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତ ମୋଟର୍ସ ଏବଂ ଶ୍ରୀଭାରତ ମୋଟର୍ସ କମ୍ପାନୀ ଉପରେ ଚଢାଉ କରାଯାଇଛି । ଏହି କମ୍ପାନୀ ୩୮କୋଟି ଟଙ୍କା ବକେୟା ରଖିଥିବା ଅଭିଯୋଗରେ ବାଣିଜ୍ୟକର ଓ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଚଢାଉ କରିଛି । ୩୦ ଜଣ ଅଫିସର ୫ଟି ଟିମ୍ ରେ ଏହି ଅଫିସରେ ଚଢାଉ କାର୍ଯ୍ୟ ଜାରି ରଖିଥିଲେ । ତେବେ ଏଥିପାଇଁ ଭାରତ ମୋଟର୍ସର ସବୁ ଗାଡି ସିଜ୍ ହେବା ସହ ନିଲାମ ହୋଇପାରେ ।

ଏନେଇ ସୂଚନା ଦେଇଛନ୍ତି ସିଟି ଜିଏସଟି କମିଶନର ଉମେଶଚନ୍ଦ୍ର ତ୍ରିପାଠୀ । ଭାରତ ମୋଟର୍ସ ଉପରେ ୨୨କୋଟି ୭୬ଲକ୍ଷ ଟଙ୍କା ଏବଂ ଶ୍ରୀଭାରତ ମୋଟର୍ସ ଉପରେ ୧୫କୋଟି ୭୧ଲକ୍ଷ ଟଙ୍କା, ଏପରି ପ୍ରାୟ ୩୮ଲକ୍ଷ ଟଙ୍କା ଏଣ୍ଟ୍ରି ଟ୍ୟାକ୍ସ ବାବଦରେ ବକେୟା ରହିଛି । ୨୦୦୮ ରୁ ୨୦୧୭ ମସିହା ମଧ୍ୟରେ ଏହି ଟିକସ ବକେୟା ରହିଛି । ୨୦୨୦ ଜାନୁୟାରୀରେ ଓଡିଶା ହାଇକୋର୍ଟ ଏକ ରାୟରେ ୭ଟି କିସ୍ତିରେ ଟିକସ ଦାଖଲ କରିବା ପାଇଁ କହିଥିଲେ ।

ତଥାପି ଭାରତ ମୋଟର୍ସ ଓ ଶ୍ରୀଭାରତ ମୋଟର୍ସ ପକ୍ଷରୁ ସଂପୂର୍ଣ୍ଣ କିସ୍ତି ପଇଠ କରାଯାଇ ପାରିଲା ନାହିଁ । ଏଥିପାଇଁ ଭୁବନେଶ୍ବର-କଟକ ରୋଡ ମଞ୍ଚେଶ୍ଵର, ପାହାଳରେ ଏହି କମ୍ପାନୀର ଶୋ-ରୁମ୍ ରେ ସିଟି ଜିଏସଟି ଟିମ୍ ପକ୍ଷରୁ ଯାଞ୍ଚ କରାଯାଇଛି । ଏହିପରି ତିନୋଟି ଶୋ-ରୁମ୍ ରେ ରେଡ୍ କରୁଛି ସିଟି ଜିଏସଟି ବିଭାଗ । ନିର୍ଦ୍ଧିଷ୍ଟ ସମୟରେ ବକେୟା ଟିକସ ପଇଠ ନକଲେ ଶୋ-ରୁମ୍ ରେ ଥିବା ଗାଡି ଗୁଡିକୁ ନିଲାମ କରି ଦିଆଯିବ ବୋଲି କୁହାଯାଇଛି ।

ତେବେ ଭାରତ ମୋଟର୍ସ କମ୍ପାନୀରେ ସିଟି ଜିଏସଟିର ଚଢାଉ ହେବା ଖବର ପାଇ ମିଡିଆ ସେଠାକୁ ପଶି ଆସିଥିଲେ । କିନ୍ତୁ ସେଠାରୁ ସେମାନଙ୍କୁ ଘଉଡାଇ ଦେବାକୁ ଚେଷ୍ଟା କରିଥିଲେ ବ୍ରାଞ୍ଚ ମ୍ୟାନେଜର । ସିକ୍ଯୁରିଟି ଥିବା ସତ୍ତ୍ୱେ ସେଠାକୁ ସେମାନେ କିପରି ପଶିଲେ ବୋଲି ସେ ବିଗିଡିଥିଲେ । ତେବେ ଏହି ପ୍ରକାର ମାମଲାକୁ କିପରି ରୋକାଯାଇ ପାରିବ ସେନେଇ ବାଣିଜ୍ୟକର ବିଭାଗ ପଦକ୍ଷେପ ନେବାକୁ ଆଗେଇ ଆସିଛି ।

ଏଥିରେ କମ୍ପାନୀର ସମସ୍ତ ସେମାନେ ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ସିଟି ଜିଏସଟି ବିଭାଗ ଆଟାଚ୍ କରିବ ବୋଲି ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।