ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ ଫୁଲ ଓ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା- Personality Test

ପ୍ରକୃତିର ସବୁଠୁ ସୁନ୍ଦର ରଚନା ବିଷୟରେ ଯଦି କହିବା ତେବେ ସେଥିରେ ପ୍ରଥମ ସ୍ଥାନରେ ଫୁଲ ଆସିଥାଏ । ରଙ୍ଗ ବେରଙ୍ଗ ଫୁଲ ମନକୁ ବହୁତ ଶାନ୍ତି ପ୍ରଦାନ କରିଥାଏ । ଫୁଲ ବେରଙ୍ଗ ଜୀବନରେ ରଙ୍ଗ ଭର୍ତ୍ତି କରିଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ଫୁଲ ଆପଣଙ୍କ ମନରେ ଚାଲୁଥିବା କଥାକୁ ବି କହି ପାରିବ । ଏହି କ୍ରମରେ ଆଜି ଆମେ ଆପଣଙ୍କ ପାଇଁ ୬ ଟି ଫୁଲ ନେଇ ଆସିଛୁ । ଏମାନଙ୍କ ମଧ୍ୟରୁ ଆପଣ ଯେ କୌଣସି ଗୋଟିଏ ଫୁଲ ବାଛିବେ ତାହା ଆପଣଙ୍କ ପର୍ସନାଲିଟି ସହ ଜଡିତ କଥା କହିବ । ତେବେ ବାଛନ୍ତୁ ନିଜ ମନ ପସନ୍ଦର ଗୋଟିଏ କଥା ଓ ଜାଣନ୍ତୁ ଗୋଟିଏ କଥା ।

ପ୍ରଥମ ଫୁଲ- ଯଦି ଆପଣ ପ୍ରଥମ ଫୁଲ ବାଛିଛନ୍ତି ତେବେ ଏହା କହିଥାଏ କି ଆପଣ ସବୁବେଳେ ଏହିଭଳି ଲୋକମାନଙ୍କ ମଧ୍ୟରେ ଘେରି ରହିଥାନ୍ତି ଯେଉଁମାନେ କେବଳ ଆପଣଙ୍କ ପାଇଁ ଭଲ ଚିନ୍ତା କରିଥାନ୍ତି । ଏହା ଆପଣଙ୍କ ବନ୍ଧୁ, ଭାଇ ଭଉଣୀ କିମ୍ବା ସମ୍ପର୍କୀୟ ହୋଇ ପାରନ୍ତି । ସେମାନେ ଆପଣଙ୍କୁ ପସନ୍ଦ କରନ୍ତି ଓ ଆପଣଙ୍କ ହିତ ପାଇଁ ଚିନ୍ତା କରନ୍ତି ।

ଦ୍ଵିତୀୟ ଫୁଲ- ଦ୍ଵିତୀୟ ଫୁଲ ଦର୍ଶାଇ ଥାଏ କି ଆପଣ ନିଜର ଜୀବନ ଓ ଆଦର୍ଶ ଦ୍ଵାରା ଲୋକମାନଙ୍କୁ ପ୍ରେରିତ ଓ ପ୍ରଭାବିତ କରି ପାରନ୍ତି । ଆପଣଙ୍କ କଳ୍ପନା ଶକ୍ତି ଓ ଆତ୍ମ ବିଶ୍ଵାସ ଭଲ ଅଟେ । ଏହା ଲୋକମାନଙ୍କ ସହିତ ଆପଣଙ୍କୁ ଯୋଡି ରଖିଥାଏ । ଆପଣଙ୍କ ସକରାତ୍ମକ ଦୃଷ୍ଟିକୋଣ ଓ ଆପଣଙ୍କ ଇଚ୍ଛା ଶକ୍ତି ଅଟେ । ଆପଣ ସବୁବେଳେ ନୂଆ କାମ ହାତରେ ନେବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି ।

 

ତୃତୀୟ ଫୁଲ- ତୃତୀୟ ଫୁଲ ଏହା ଦର୍ଶାଉଛି କି ଆପଣ ବାହାରୁ ବହୁତ ସୁନ୍ଦର ଅଟନ୍ତି । ଆପଣଙ୍କ ପାଖାପାଖି ଆସିବା ପାଇଁ ସମସ୍ତେ ଚାହାନ୍ତି । ଆପଣ ଦୁନିଆ ସାମ୍ନାରେ ଯେମିତି ରୁହନ୍ତି ଅସଲରେ ଆପଣ ସେମିତି ନୁହନ୍ତି । ଏହି ଫୁଲ କହିଥାଏ କି ଆପଣ ବହୁତ ସାମାଜିକ ଓ ସାହାସୀ ବ୍ୟକ୍ତି ଅଟନ୍ତି ।

ଚତୁର୍ଥ ଫୁଲ

କଳା ଗୋଲାପ ସାମାନ୍ୟ ଫୁଲ ନୁହେଁ । ଏହା ବହୁତ କମ ଲୋକମାନଙ୍କୁ ପସନ୍ଦ ଆସିଥାଏ । ଯଦି ଆପଣ ଏହି ଫୁଲକୁ ବାଛିଛନ୍ତି ତେବେ ଏହାର ଅର୍ଥ ଅନ୍ୟର ରାୟ ଓ ଉପଦେଶ ଉପରେ ନିର୍ଭର ନ ରହି ନିଜ ହିସାବରେ ଜୀବନ ବ୍ୟତୀତ କରିବାକୁ ପସନ୍ଦ କରନ୍ତି । ଆପଣ ନିଜ ପାଇଁ ରାସ୍ତା ନିଜେ ବାଛନ୍ତି । ଆପଣ ଅନ୍ୟମାନଙ୍କୁ ଆକର୍ଷିତ କରିବା ଜାଣିଛନ୍ତି ।

ପଞ୍ଚମ ଫୁଲ

ଯେତେବେଳେ ଆପଣ କାହାର ପାଖାପାଖି ଯାଆନ୍ତି ତେବେ ଆପଣ ତାହା ସହିତ ପୂରାପୂରି ମିଶି ଯାଆନ୍ତି । ଆପଣଙ୍କ ହୃଦୟ ବହୁତ କୋମଳ ଅଟେ । କହିଦେଉଛୁ କି ଆପଣଙ୍କ ଜୀବନରେ ସମସ୍ୟା କିଛି ସମୟ ପାଇଁ ଅତିଥି ଅଟେ ।

ଷଷ୍ଠ ଫୁଲ

ଷଷ୍ଠ ଫୁଲ କହିଥାଏ କି ଆପଣ ନିଜର ଲକ୍ଷ ଓ ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା ପାଇଁ ଶତ ପ୍ରତିଶତ ଯୋଗଦାନ ଦିଅନ୍ତି । ଆପଣ ପରିଶ୍ରମ କରିବାକୁ ଭୟ କରନ୍ତି ନାହିଁ । ସମସ୍ୟାକୁ ସମଧାନ କରିବାର କ୍ଷମତା ଆପଣଙ୍କ ଭିତରେ ଅଛି । ଯାହାକି ଆପଣଙ୍କର ଓ ଆପଣଙ୍କ ନିକଟରେ ରହୁଥିବା ଲୋକମାନଙ୍କ କାମରେ ଆସିଥାଏ ।