ନୂଆ ବର୍ଷ 2021- ଆରମ୍ଭ ହେବା ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି 6 ଜିନିଷ

ନୂଆ ବର୍ଷ ୨୦୨୧କୁ ଆଉ ଅଳ୍ପ ଦିନ ଅଛି । ଏମିତିରେ ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ବି ଲୋକମାନେ ନିଜ ଘରକୁ ପରିଷ୍କାର କରିଥାନ୍ତି । ପର୍ବ ପର୍ବାଣି ଉପଲକ୍ଷ ବି ସମସ୍ତେ କିଛି ଦିନ ପୂର୍ବରୁ ହିଁ ଘରର ସଫା ଓ ପରିଷ୍କାର କରିବା ଆରମ୍ଭ କରି ଦିଅନ୍ତି । କହିବାକୁ ଗଲେ ଏହା ପଛରେ ଏକ ମାନ୍ୟତା ଅଛି । ଶାସ୍ତ୍ର ଅନୁସାରେ ଯେଉଁ ସ୍ଥାନ ସଫା ସୁତୁରା ଥାଏ ସେହି ସ୍ଥାନରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ନୂତନ ବର୍ଷରେ ନୂତନ ଖାଦ୍ୟ ସହ ନୂତନ ବସ୍ତ୍ର ପରିଧାନ କରିବାକୁ ବି ଲୋକମାନେ ପସନ୍ଦ କରିଥାନ୍ତି ।

ଏମିତିରେ ଯଦି ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ଆପଣ ନିଜ ଘରକୁ ସଫା ରଖୁଛନ୍ତି ତେବେ ଆପଣଙ୍କୁ ବିଶେଷ ଧନ ପ୍ରାପ୍ତିର ଯୋଗ ହୋଇପାରେ । ଏହା ସହିତ ଘରକୁ ସଫା କରିବା ସମୟରେ ଘରୁ ଏହି ୬ଟି ଜିନିଷକୁ ବି ଅବଶ୍ୟ ଘରୁ ବାହାର କରି ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ରହିବ ଓ ଆପଣଙ୍କ ଉପରେ ସକରାତ୍ମକ ପ୍ରଭାବ ବି ପଡିବ ।

ଭଙ୍ଗା ଫଟୋ

ଘରେ ଯଦି କୌଣସି ଭଙ୍ଗା ଫଟୋ ଅଛି ତେବେ ଏହା ଦ୍ଵାରା ଆପଣଙ୍କର ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ସବୁବେଳେ ଫାଟ ଆସିଥାଏ । ଏହା ସହିତ ଘରେ ନକାରାମକ ଶକ୍ତି ବୁଦ୍ଧି ପାଇଥାଏ । ସେଥିପାଇଁ ଭଙ୍ଗା ଫଟୋକୁ ସବୁବେଳେ ଘରୁ ବାହାର କରି ଦିଅନ୍ତୁ ।

ଭାଙ୍ଗି ଯାଇଥିବା କାଚ

ଯଦି ସଫା କରିବା ସମୟରେ ଭାଙ୍ଗିଯାଇଥିବା କାଚ ଦେଖାଯାଉଛି ତେବେ ତୁରନ୍ତ ଏହାକୁ ବାହାରକୁ ବାହାର କରି ଦିଅନ୍ତୁ । ଏହିଭଳି ନ କରିବା ଦ୍ଵାରା ଆପଣଙ୍କର ମାନସିକ ଦୁଶ୍ଚିନ୍ତା ବଢିଯାଇଥାଏ । ଆପଣ କୌଣସି ଶୁଭ କାର୍ଯ୍ୟରେ ସଫଳ ବି ହୋଇ ପାରିବେ ନାହିଁ । ସେଥିପାଇଁ ନୂଆ ବର୍ଷ ପୂର୍ବରୁ ଭଙ୍ଗା କାଚ ସବୁ ଘରୁ ବାହାର କରି ଦିଅନ୍ତୁ ।

ଖରାପ ଘଣ୍ଟା

କହିବାକୁ ଗଲେ ଘରେ କେବେ ବି ଖରାପ ଘଣ୍ଟା ରଖିବା ଉଚିତ ନୁହେଁ । ଏହାକୁ ରଖିବା ଦ୍ଵାରା ପରିବାରର ସଦସ୍ୟମାନେ କୌଣସି କାର୍ଯ୍ୟରେ ସଫଳ ହୋଇ ପାରିବେ ନାହିଁ । ଯାହା ଦ୍ଵାରା ଘରର ପରିବେଶ ବହୁତ ଖରାପ ହୋଇଯାଏ ।

ଭାଙ୍ଗିଯାଇଥିବା ଖଟ କିମ୍ବା ଆସବାପତ୍ର

ଯଦି ଆପଣଙ୍କ ଘରେ ଭଙ୍ଗା ଖଟ କିମ୍ବା ଅନ୍ୟ କୌଣସି ଜିନିଷ ଅଛି ତେବେ ଆପଣଙ୍କର ବୈବାହିକ ଜୀବନରେ ନାନା ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ବିବାଦ ଲାଗି ରହିଥାଏ । ସେଥିପାଇଁ ନୂତନ ବର୍ଷ ଆସିବା ପୂର୍ବରୁ ଘରୁ ସମସ୍ତ ପ୍ରକାରର ଭଙ୍ଗା ଜିନିଷ କାଢି ଦିଅନ୍ତୁ ।

ପୁରୁଣା ଦୀପ

ଯଦି ଆପଣ ଠାକୁର ଘରେ ପୁରୁଣା ମାଟି ଦୀପକୁ ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି ତେବେ ଏହା ଭୁଲ ଅଟେ । ଏହାକୁ ତୁରନ୍ତ ଫୋପାଡି ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।

ଭଙ୍ଗା କବାଟ

ଯଦି ଆପଣଙ୍କର ଘରର କବାଟ ଭାଙ୍ଗି ଯାଇଛି । ତେବେ ଏହାକୁ ଅତିଶୀଘ୍ର ବଦଳାଇ ଦିଅନ୍ତୁ । ଏହା ଦ୍ଵାରା ନକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ । ତେଣୁ ଏହି ସବୁ ଜିନିଷ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।