ଆଜିର ରାଶିଫଳ, 22 ଡିସେମ୍ବର 2020, ମଙ୍ଗଳବାର, ବଜରଙ୍ଗବାଲିଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତି ହେବ ମଜବୁତ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ମାର୍କେଟିଙ୍ଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ କାର୍ଯ୍ୟଶୈଳୀ ଯୋଗୁଁ କୌଣସି କାର୍ଯ୍ୟ ଶୀଘ୍ର ପୁରା ହୋଇଯିବ । ଆପଣଙ୍କ ପାଖକୁ କୌଣସି କାର୍ଯ୍ୟରେ ଲୋକମାନେ ପରାମର୍ଶ ନେବା ପାଇଁ ଆସିପାରନ୍ତି । ବ୍ୟବସାୟକୁ ନେଇ କୌଣସି ବଡ ଡିଲ ହେବାର ସମ୍ଭାବନା ଅଛି । ଧନ ବୃଦ୍ଧି ଓ ପଦୋନ୍ନତି ମିଳିବାର ସମ୍ଭାବନା ଅଛି । କାର୍ଯ୍ୟଲୟରେ ଉଚ୍ଚ ଅଧିକାରୀ ପ୍ରଶଂସା କରିବେ । ଚାକିରିରେ ସ୍ଥାନ ପରିବର୍ତନ ହୋଇପାରେ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ବୃଷ

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଭଲ ସଫଳତା ମିଳିବ । ସବୁ ଯୋଜନା ସମୟ ପୂର୍ବରୁ ସମାପ୍ତ ହୋଇଯିବ । ପରିବାରରେ କୌଣସି ମନୋରଞ୍ଜନ କାର୍ଯ୍ୟ କ୍ରମ ହେବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ । ମିତ୍ରଙ୍କ ସହଯୋଗରେ ସବୁ କାର୍ଯ୍ୟରେ ସଫଳତା ମିଳିବ । ଜୀବନସାଥିଙ୍କ ସମ୍ପର୍କ ଭଲ ରହିବ । କଳାତ୍ମକ ଓ ସୃଜନାତ୍ମକ କ୍ଷେତ୍ରରେ ସମ୍ମାନ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ମିଳିବ । ସେୟାରରେ ନିବେଶ କରନ୍ତୁ ନାହିଁ କ୍ଷତିରେ ପଡି ପାରନ୍ତି । ସମସ୍ତ ଜଳାଶୟ ଠାରୁ ଦୂରେ ରୁହନ୍ତୁ ।

ମିଥୁନ

ଆଜି ଆପଣ କିଛି ସଂବେଦନଶୀଳ ହୋଇପାରନ୍ତି । ସନ୍ତାନ ସହ କୌଣସି କଥାକୁ ନେଇ ବିବାଦ ଉପୁଜି ପାରେ । ପରିବାର ସହ ବୁଲିବାକୁ ଯାଇପାରନ୍ତି । ମିତ୍ରଙ୍କ ସହଯୋଗ ମିଳିବ । ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ସେୟାର ବଜାର ଠାରୁ ଦୂରେ ରୁହନ୍ତୁ । ଟଙ୍କା ଓ ଅଚଳ ସମ୍ପତି ମିଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଆପଣ ବ୍ୟସ୍ତ ରହିବେ । ଆପଣଙ୍କ ଖର୍ଚରେ ବୃଦ୍ଧି ହୋଇପାରେ । ଆର୍ଥିକ ସମସ୍ୟା ଯୋଗୁଁ ମାନସିକ ଅଶାନ୍ତି ଭୋଗ କରିବେ । ପାଣିର ଭୟ ରହିବ ।

କର୍କଟ

ଆପଣ କୌଣସି କାମରେ ବହୁତ ବ୍ୟସ୍ତ ରହିବେ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ଆପଣ ନିଜର ବିଚାର ଧାରା ଯୋଗୁଁ ପାଖରେ ଥିବା କାର୍ଯ୍ୟକୁ ସମ୍ପୂର୍ଣ କରିପାରିବେ । କାରୋବାରରେ ମିତ୍ରଙ୍କ ସହଯୋଗ ମିଳିବ । ଆୟର ନୂଆ ପନ୍ଥା ମିଳିବ । ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ । ଯାହା ଦ୍ୱାରା କି ଆପଣ ବହୁତ ଖୁସିରେ ରହିବେ । ଅଫିସ ଓ ବ୍ୟବସାୟରେ ମନ ଭଲ ରହିବ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ପରିବାରରେ କୌଣସି ସଦସ୍ୟଙ୍କ ସହ ମନ ମାଳିନ୍ୟ ହୋଇପାରେ ଏଥି ପ୍ରତି ସତର୍କ ରୁହନ୍ତୁ ।

ସିଂହ

ଆପଣ ଅଫିସ କାମରେ କୌଣସି ଉଚ୍ଚ ଅଧିକାରୀଙ୍କ ଠାରୁ ପରାମର୍ଶ ନେଇ ପାରନ୍ତି । ବ୍ୟବସାୟରେ ସଫଳତା ମିଳିବ ଏହା ସହ ସହକର୍ମୀଙ୍କ ସହଯୋଗ ମିଳିବ । ଧନ ଲାଭ ହୋଇପାରେ । କୌଣସି ସମ୍ପର୍କୀୟଙ୍କ ସହ ଦେଖା ହୋଇ ଆପଣ ବହୁତ ଖୁସି ଅନୁଭବ କରିବେ । ଆତ୍ମା ବିଶ୍ଵାସ ବଢିବ । ବାହାର କାମରେ ସଫଳତା ମିଳିବ । କୌଣସି ବାଦ ବିବାଦରେ ପଡନ୍ତୁ ନାହିଁ ନଚେତ ଅସୁବିଧାରେ ପଡିବେ । କୌଣସି ଟଙ୍କା ଦେବା ନେବା କରନ୍ତୁ ନାହିଁ । ଜୀବନସାଥିଙ୍କ ସହ ସମୟ ଭଲରେ ବିତିବ ।

କନ୍ୟା

ଆପଣଙ୍କ ଆଜି ଭାଗ୍ୟ ବହୁତ ଭଲ ଅଛି ଯାହା ବି କରିବେ ସେଥିରେ ସଫଳତା ପାଇବେ । କାରୋବାରରେ ଆଶାତୀତ ଭାବେ ଲାଭ ମିଳିବ । ସମ୍ପର୍କୀୟଙ୍କ ସହଯୋଗ ମିଳିବ । ଆପଣଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ । ଭୂମି ସମ୍ବନ୍ଧୀୟ ସବୁ ନଥିପତ୍ର ଠିକ ଠାକ କରିବେ । ଚାକିରି କ୍ଷେତ୍ରରେ ଅଫିସର ମାନଙ୍କର ସହଯୋଗ ମିଳିବ । କୌଣସି କାର୍ଯ୍ୟକୁ ବୁଝି ବିଚାରୀ କରିବା ଦ୍ଵାରା ସଫଳତା ମିଳିବ । ନିଜର ପରିସ୍ଥିତିକୁ ଅନୁଧ୍ୟାନ କରି ସମସ୍ତ ନିସ୍ପତି ନିଅନ୍ତୁ । ମନରେ କୌଣସି ନକରାତ୍ମକ ବିଚାର ଆସିପାରେ ସେଥିପାଇଁ ସତର୍କ ରୁହନ୍ତୁ ।

ତୁଳା

ଘରେ ଆପଣ ପାର୍ଟିର ଆୟୋଜନ କରିପାରନ୍ତି । ଆପଣ ଟଙ୍କା ଦେବା ପାଇଁ ଅଳ୍ପ ସଙ୍କୋଚ କରିପାରନ୍ତି । ଆତ୍ମବିଶ୍ଵାସ ପରିପୂର୍ଣ ରହିବ । କାର୍ଯ୍ୟରେ ବ୍ୟସ୍ତ ରହିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ସାଂସ୍କୃତିକ ଆୟୋଜନ କରିପାରନ୍ତି । ଚାକିରିରେ ପଦୋନ୍ନତି ହୋଇପାରେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଭାଗ୍ୟ ଆପଣଙ୍କର ସାଥ ଦେଇପାରେ ଓ ଆର୍ଥିକ ରୂପରେ କରାଯାଇଥିବା ପ୍ରୟାସରେ ଭଲ ସଫଳତା ପ୍ରାପ୍ତ ହେବ । ମାନସିକ ଚିନ୍ତା ବଢିପାରେ । ବାଦ ବିବାଦ ହେବାର ସମ୍ଭାବନା ଅଛି ।

ବିଚ୍ଛା

ଆଜି ଆପଣଙ୍କ ସବୁ କାର୍ଯ୍ୟ ଅତି ସହଜରେ ହୋଇଯିବ । କୌଣସି ଖୁସି ଖବର ମିଳିବ । ବୈବାହିକ ଜୀବନ ବହୁତ ଖୁସିରେ ବିତିବ । କରୋବାରେ ଲାଭ ମିଳିବ । ପ୍ରବେଶିକା ପରୀକ୍ଷାରେ କୃତ କାର୍ଯ୍ୟ ହେବେ । ନୂଆ କାର୍ଯ୍ୟ କରିବାରେ ସୁଯୋଗ ମିଳିବ । ଘର ପରିବାରରେ ଶାନ୍ତି ରହିବ । କୌଣସି ଆର୍ଥିକ କ୍ଷେତ୍ରରେ ନିବେଶ ଲାଭ ଦାୟକ ରହିବ । ଆପଣ ଅଧିକ ଟଙ୍କା ଖର୍ଚ କରିପାରନ୍ତି । କୌଣସି ଭୂମି କିମ୍ବା ବାହାନ କିଣିବାର ସୁଯୋଗ ମିଳିବ  । ମାତଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ସମ୍ପର୍କରେ ସୁଧାର ଆସିବ ।

ଧନୁ

ଆପଣଙ୍କ କ୍ୟାରିୟରେ ଉନ୍ନତି ଆସିବ । ନୂଆ କାର୍ଯ୍ୟରେ ସଫଳତା ମିଳିବ । ସାହିତ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ କୌଣସି ଖୁସି ଖବର ମିଳିବ । ସନ୍ତାନ ସୁଖ ମିଳିବ । ଶିକ୍ଷା ଓ ବ୍ୟବସାୟିକ କ୍ଷେତ୍ରରେ ସଫଳତା ମିଳିବ । ଶାରୀରିକ ଓ ମାନସିକ ରୂପରେ ଖୁସିରେ ରହିବେ । ଆପଣ କୌଣସି ପ୍ରିୟ ବ୍ୟକ୍ତିଙ୍କ ସହ ଦେଖା କରିବେ । ଟଙ୍କା ସଞ୍ଚୟ କରିବାରେ ସଫଳତା ମିଳିବ । ବାହନ ଓ ଭୂମି କିଣିବାରେ ସଫଳତା ପାଇବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ । ପାରିବାରିକ ସମସ୍ୟା ଦେଖା ଯାଇପାରେ ।

ମକର

ଆପଣଙ୍କ ସବୁ ପୁରୁଣା କାମ ପୁରା ହୋଇଯିବ । ଆପଣଙ୍କୁ ନୂଆ ଅବସର ମିଳିବ । ମିଳିମିଶି କରିଥିବା କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣ ବୁଲା ବୁଲିରେ ସମୟ ବିତାଇବେ । ବ୍ୟବସାୟ କାରଣରୁ କୌଣସି ସ୍ଥାନକୁ ଯାଇ ପାରନ୍ତି । ଆୟର ନୂଆ ନୂଆ ଯୋଜନା ମିଳିବ । କୌଣସି କାର୍ଯ୍ୟକୁ କରିବାରେ ଚେଷ୍ଟା କରି ସଫଳତା ପାଇବେ । ଆର୍ଥିକ ସ୍ଥିତି ଭଲ ରହିବ । ନିଜ କଥା ପ୍ରତି ସତର୍କ ରୁହନ୍ତୁ । ଅଫିସରେ ଅଧିକ କାର୍ଯ୍ୟ ଭାର ରହିବ । ଅଫିସରେ ଉଚ୍ଚ ଅଧିକାରୀ ଅସନ୍ତୁଷ୍ଟ ରହିବେ ।

କୁମ୍ଭ

ଆପଣଙ୍କୁ ସବୁ ଦିନିକିଆ କାର୍ଯ୍ୟରେ ସଫଳତା ମିଳିବ । ଅଟକି ଥିବା ପୁରୁଣା ଆରମ୍ଭ ହୋଇଯିବ । ମିତ୍ରମାନଙ୍କ ସହ ବୁଲିବାକୁ ଯାଇପାରନ୍ତି । ଶାରୀରିକ,  ମାନସିକ, ଆର୍ଥିକ ଦ୍ରୁଷ୍ଟିରେ ଆଜି ଦିନଟି ବହୁତ ଭଲ ଅଛି । ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ଆଜି ସମ୍ପର୍କୀୟଙ୍କ ସହ ସମ୍ପର୍କ ଭଲ ରହିବ । କୌଣସି ପ୍ରତି ଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିବେଶ କରନ୍ତୁ । କୋର୍ଟ କଚେରୀ ମାମଲାରେ ସତର୍କ ରୁହନ୍ତୁ । ସନ୍ତାନ କଷ୍ଟ ଦେଇପାରେ ।

ମୀନ

ଯଦି ଆପଣ ନିଜ ଜିଦ ଉପରେ ଅଟଳ ରୁହନ୍ତି ତେବେ ଆପଣଙ୍କର କ୍ଷତି ହୋଇପାରେ । ଆପଣ ପୁରୁଣା ବାଦ ବିବାଦରେ ପଡନ୍ତୁ ନାହିଁ । ଆୟର ସ୍ରୋତରେ ବିକଶିତ ହୋଇପାରେ । ଅଳ୍ପ ଅଳ୍ପ କଥା ରାଗିବା ଦ୍ଵାରା କିଛି ଲୋକମାନେ ଆପଣଙ୍କୁ ବିରୋଧ କରିପାରନ୍ତି । କୌଣସି ମିତ୍ର ଘରକୁ ଆସିପାରନ୍ତି । ପରିବାରରେ ଆନନ୍ଦ ଉତ୍ସାହର ବାତାବରଣ ରହିବ । ରୋଗିଣା ବ୍ୟକ୍ତିଙ୍କର ଶରୀର ସୁସ୍ଥ ରହିବ ଯାହା ଦ୍ଵାରା ଶାନ୍ତି ଅନୁଭବ କରିବେ । କୌଣସି କାର୍ଯ୍ୟକୁ ଶୀଘ୍ର ଶୀଘ୍ର କରନ୍ତୁ ନାହିଁ । ଟଙ୍କା ପଇସା ଦେବା ନେବାରେ ସାବଧାନୀ ରୁହନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।