ନୂଆବର୍ଷରେ ଯୁବତୀଙ୍କୁ ବିଭତ୍ସ ଭାବେ ମାରିଦେଲେ 5 ଯୁବକ, ପୁରା ଘଟଣା ଜାଣିଲେ ଆପଣଙ୍କ ଛାତି ଦୋହଲିଯିବ, ଦେଖନ୍ତୁ ଘଟଣାର ପୁରା video

ନୂଆବର୍ଷରେ ରାଜଧାନୀ ଦିଲ୍ଲୀରେ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କୁ କାର୍ ଧକ୍କା ଦେବା ପରେ ଟାଣି ଟାଣି ନେଇଯିବାର ଦୃଶ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀର କାଞ୍ଛାବାଲାରେ ଏଭଳି ନୃଶଂସ ହ-ତ୍ୟା-କା-ଣ୍ଡ ଘଟିଛି । କାର୍ ଯାଉଥିବା 5 ଜଣ ଯୁବକ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ଧକ୍କା ଦେବା ପରେ ତାଙ୍କୁ ପ୍ରାୟ 12କିମି ପର୍ଯ୍ୟନ୍ତ ଟାଣି ଟାଣି ନେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଯୁବତୀ ମୃ-ତ୍ୟୁବରଣ କରିଥିଲେ ।

ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି କି, ଅଭିଯୁକ୍ତ ମାନେ ଯୁବତୀଙ୍କ ସ୍କୁଟିକୁ ପ୍ରଥମେ ଧକ୍କା ଦେଇଥିଲେ ଏବଂ ପରେ କାର୍ ସହ 12କିମି ପର୍ଯ୍ୟନ୍ତ ଟାଣି ନେଇଥିଲେ । ଏହି ସମୟରେ କାର୍ ରେ ଚାପି ହୋଇ ରହିଥିଲେ ଯୁବତୀଜଣକ । ଏହାର ଏକ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି, ଯୁବତୀଙ୍କ ମୁଣ୍ଡ, ଗୋଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ନୂଆବର୍ଷ ରାତି ପ୍ରାୟ 3:24 ମିନିଟରେ କାଞ୍ଛିବାଲା ଅଞ୍ଚଳରୁ ପୋଲିସକୁ ଏକ ପିସିଆର କଲ୍ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ କି, ଜଣେ ଯୁବତୀଙ୍କ ମୃ-ତଦେହକୁ କାର୍ ରେ ବାନ୍ଧି ଟାଣି ଟାଣି ନିଆଯାଉଛି । କାର୍ ଟିର ରଙ୍ଗ ମଧ୍ୟ ପୋଲିସକୁ ଚିହ୍ନଟ କରାଇଥିଲେ ବ୍ୟକ୍ତିଜଣକ ।

ସେହିପରି 4:11 ମିନିଟରେ ପୋଲିସକୁ ଆଉ ଏକ କଲ୍ ଯୋଗେ ଖବର ଦିଆ ଯାଇଥିଲା କି, ଯୁବତୀଙ୍କ ଉଲଗ୍ନ ମୃ-ତଦେହ ରାସ୍ତାକଡରେ ପଡି ରହିଛି । ପୋଲିସ ତୁରନ୍ତ ସନ୍ଧାନ ଆରମ୍ଭ କରିବା ସହ କିଛି ସମୟ ପରେ କାର୍ ସମେତ 5 ଜଣ ଦୁର୍ଦ୍ଦାନ୍ତ ଯୁବକଙ୍କୁ ଗିରଫ କରିଥିଲା । ସେମାନେ ସମସ୍ତେ ନିଶାରେ ଚୁର୍ ଥିବା ସୂଚନା ଦେଇଛି ପୋଲିସ । ଏହି ମାମଲାର ସଠିକ ତଦନ୍ତ ହେଉ ବୋଲି ମୃ-ତ ଯୁବତୀଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ନୂଆବର୍ଷ ରାତିରେ ମଦ୍ୟପାନ କରି ଯୁବକଙ୍କର ଏଭଳି କାଣ୍ଡ ବର୍ତ୍ତମାନ ସାରା ଦେଶକୁ ଦୋହଲାଇ ରଖି ଦେଇଛି । ତେଣୁ ଉକ୍ତ ଯୁବତୀଙ୍କ ପରିବାର ଉଚିତ ନ୍ୟାୟ ପାଆନ୍ତୁ ବୋଲି ସମସ୍ତେ ଦାବି କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।