ସ୍ଵାମୀଙ୍କ ସମ୍ପତ୍ତି ଉପରେ ଜଣେ ସ୍ତ୍ରୀ’ର କେତେ ଅଧିକାର ରହିଥାଏ ? କଣ କହୁଛି ଭାରତୀୟ ଉତ୍ତରାଧିକାରୀ ଅଧିନିୟମ ? ନିହାତି ଜାଣି ରଖନ୍ତୁ

ସ୍ବାମୀଙ୍କ ସମ୍ପତ୍ତି ଉପରେ ସ୍ତ୍ରୀ’ର ଅଧିକାର ଥାଏ କି ନାହିଁ ? ଯଦି ଥାଏ ତେବେ କେତେ ଅଧିକାରୀ ଥାଏ ? ସ୍ତ୍ରୀ ଚାହିଁଲେ କଣ ସ୍ଵାମୀର ସବୁ ସମ୍ପତ୍ତି ହାତେଇ ପାରିବ ? ଏମିତି ଅନେକ ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ନିଶ୍ଚୟ ଉଙ୍କି ମାରିଥିବ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଓ ବିଚ୍ଛେଦ ହେଲେ ଏସବୁ ପ୍ରଶ୍ନ ଉଠିବ ସ୍ଵାଭାବିକ । ସ୍ଵାମୀ ସ୍ତ୍ରୀର ସଂପର୍କକୁ ସବୁଠୁ ଉର୍ଦ୍ଧ୍ଵରେ ରଖାଯାଇଛି । ବାହାଘର ପରେ ଜଣେ ଝିଅ ପାଇଁ ତା’ ସ୍ଵାମୀଙ୍କ ଘର ସବୁକିଛି ପାଲଟିଯାଏ ।

ବାପାଘରକୁ ପର କରି ଆସିବା ପରେ ସ୍ଵାମୀଙ୍କ ଘରକୁ ହିଁ ସବୁକିଛି ମାନି ନିଏ ସ୍ତ୍ରୀ । ତେବେ ବାହାଘର ପରେ ସ୍ଵାମୀଙ୍କ ପାଖରେ ସ୍ତ୍ରୀର କଣ ସବୁ ଅଧିକାର ରହିଥାଏ ତାହା ଆଜି ଆମେ ଆପଣଙ୍କୁ କହିବୁ । ସ୍ଵାମୀଙ୍କ ସମ୍ପତ୍ତି ଉପରେ ସ୍ତ୍ରୀ’ ର ସତରେ କେତେ ଅଧିକାର ରହିଛି ତାହା ମଧ୍ୟ ଜାଣିବା । ଯଦି ଆପଣ ଭାବୁଛନ୍ତି କି, ସ୍ବାମୀର ସମ୍ପତ୍ତି ଉପରେ ସ୍ତ୍ରୀର ପୁରା ଅଧିକାର ରହିଛି ତେବେ ଏହା ସଂପୂର୍ଣ୍ଣ ଭୁଲ । ଶ୍ଵଶୁର ଘର ସମ୍ପତ୍ତି ଉପରେ ଜଣେ ବୋହୂର ସେତିକି ଅଧିକାର ଥାଏ ଯେତିକି ଶ୍ଵଶୁର ଘର ଲୋକେ ଦେବାକୁ ଚାହାଁନ୍ତି ।

ଏହା ଠାରୁ ତିଳେ ହେଲେ ବି ଅଧିକ ନେଇପାରିବ ନାହିଁ ବୋହୂ । ଠିକ ସେମିତି ସ୍ଵାମୀର ସମ୍ପତ୍ତି ଉପରେ ସ୍ତ୍ରୀର ଅଧିକାର ରହିଥାଏ । ଯଦି ସ୍ଵାମୀ ନିଜ ସମ୍ପତ୍ତି ଯାହା ନାମରେ କହୁନାହାନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଉଛି ତେବେ, ତାଙ୍କ ସମ୍ପତ୍ତି ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ 1956 ଅର୍ଥାତ ଭାରତୀୟ ଉତ୍ତରାଧିକାରୀ ଅଧିନିୟମ ଅନୁଯାୟୀ ତାଙ୍କ ପୁଅ, ଝିଅ କିମ୍ବା ସ୍ତ୍ରୀଙ୍କ ନାମରେ ହୋଇଯିବ ।

ଯଦି ଆଇନ ଅନୁଯାୟୀ ସେ ଉତ୍ତରାଧିକାରୀ ଅଟନ୍ତି ତେବେ ଯାଇ ଏହା ସମ୍ଭବ ହୋଇପାରିବ । ଭାରତୀୟ ଆଇନ ଅନୁଯାୟୀ, ସ୍ଵାମୀଙ୍କ ସମ୍ପତ୍ତି ଉପରେ ଜଣେ ସ୍ତ୍ରୀର ସଂପୂର୍ଣ୍ଣ ଅଧିକାର ରହିଥାଏ । ହେଲେ ବାହାଘର ପରେ ସ୍ଵାମୀ ସ୍ତ୍ରୀ ଯଦି ଅଲଗା ହୋଇଯାନ୍ତି ତେବେ ସ୍ଵାମୀଙ୍କ ସମ୍ପତ୍ତି ଉପରେ ସ୍ତ୍ରୀର ସଂପୂର୍ଣ୍ଣ ଅଧିକାର ରହିବ ନାହିଁ । ସ୍ତ୍ରୀ କେବଳ ହିନ୍ଦୁ ବିବାହ ଅଧିନିୟମ ଧାରା 24 ଆଧାରରେ କୋର୍ଟଙ୍କ ଜରିଆରେ ସ୍ଵାମୀଙ୍କ ଠାରୁ ଭତ୍ତା ମାଗି ପାରିବ ।

ଖାଲି ସେତିକି ନୁହେଁ ବରଂ ପାରିବାରିକ ବିବାଦ ଅଧିନିୟମ 125 ସିଆରପିସି ଆଧାରରେ ଜଣେ ସ୍ତ୍ରୀ ଚଳିବା ପାଇଁ ସାରା ଜୀବନ ସ୍ଵାମୀଙ୍କ ଠାରୁ ଭତ୍ତା ମାଗିପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।