ନୂଆବର୍ଷ ଆରମ୍ଭରେ ବଡ ଦୁର୍ଘଟଣା ! ଆଉ କିଛି ସମୟ ପରେ ଷ୍ଟେସନ ପହଞ୍ଚିଥାନ୍ତା ଟ୍ରେନ, ହେଲେ ତା’ ପୂର୍ବରୁ ଘଟିଗଲା ବଡ ଅଘଟଣ

ମାତ୍ର 5 ମିନିଟ ପୂର୍ବରୁ ଷ୍ଟେସନ ଛାଡିଥିଲା ଟ୍ରେନ । ଆଉ ଅଧଘଣ୍ଟାରେ ଅନ୍ୟ ଏକ ଷ୍ଟେସନରେ ପହଞ୍ଚିଥାନ୍ତା । ହେଲେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ । ସମୟ ହୋଇଥିଲା ରାତି ପ୍ରାୟ 3ଟା 27 ମିନିଟ । ସେତେବେଳେ ସମସ୍ତ ଯାତ୍ରୀ ଟ୍ରେନରେ ଶୋଇଥିବା ବେଳେ ହଠାତ ଏକ ଭୀଷଣ ଶବ୍ଦ ହେଲା । ଶବ୍ଦ ଶୁଣି ସମସ୍ତେ ଭୟରେ ଉଠି ପଡିଥିଲେ । ରାତି ସାଢେ ତିନିଟା ପାଖାପାଖି ହୋଇଥିବା ବେଳେ ଟ୍ରେନରେ ଯାତ୍ରୀମାନେ ବିଶ୍ରାମ ନେଉଥିଲେ । ଟ୍ରେନ ଦ୍ରୁତ ଗତିରେ ଆଗକୁ ମାଡି ଚାଲିଥିଲା ।

ରାତି ସାରା ଗୋଟିଏ ପରେ ଗୋଟିଏ ଷ୍ଟେସନରେ ରହୁଥିଲା ଆଉ ପୁଣି ଥରେ ଆଗକୁ ମାଡି ଚାଲୁଥିଲା । କେଉଁଠି ଯାତ୍ରୀମାନେ ଓହ୍ଲାଉଥିଲେ ତ କେଉଁଠି ଆଉ କିଛି ଯାତ୍ରୀ ଟ୍ରେନରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଚଢୁଥିଲେ । ଷ୍ଟେସନ ମାନଙ୍କରେ ଏଭଳି ଭାବେ ରାତିସାରା ଗହଳି ଚହଳି ଲାଗି ରହିଥାଏ । ହେଲେ ଟ୍ରେନ ଗନ୍ତବ୍ୟ ସ୍ଥଳରେ ଆଗେଇ ଚାଲିଥିବା ବେଳେ ହଠାତ ଟ୍ରେନର ଏକ ବଗି ରେଳଧାରଣାକୁ ବାହାରକୁ ଚାଲି ଆସିଥିଲା । ଯାତ୍ରୀ ମାନେ ଶବ୍ଦ ଶୁଣି ଭୟଭୀତ ହୋଇ ଉଠି ପଡିଥିଲେ ।

ହଠାତ କଣ ହେଲା ବୋଲି କେହି କିଛି ଜାଣି ପାରୁ ନଥିଲେ । ହେଲେ କିଛି ସମୟ ପରେ ଯାତ୍ରୀ ମାନେ ଜାଣିବାକୁ ପାଇଲେ ଯେ ଟ୍ରେନ ବଗିଟି ଲାଇନ ବାହାରକୁ ଚାଲି ଯାଇଛି । ଏହାପରେ ନିଜ ବଞ୍ଚେଇ ଯେ ଯୁଆଡେ ଧାଇଁବାକୁ ଲାଗିଲେ । ରାଜସ୍ଥାନର ପାଲିରେ ଦେଖିବାକୁ ମିଳିଛି ଏଭଳି ଏକ ଛାତିଥରା ଟ୍ରେନ ଦୁର୍ଘଟଣା । ବାନ୍ଦ୍ରା ଟର୍ମିନସ୍ ଜୋଧପୁର ସୂର୍ଯ୍ୟନଗରି ଏକ୍ସପ୍ରେସ ଟି ଯାତ୍ରୀଙ୍କୁ ନେଇ ଯାଉଥିଲା ଓ 11ଟି ବଗିରେ ଲୋକେ ବସିଥିଲେ ।

ସେଥିରୁ ପ୍ରାୟ 8ଟି ବଗି ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାକୁ ନେଇ ଉତ୍ତର- ପଶ୍ଚିମ ରେଳବାଇ ସିପିଆରଓ କହିଛନ୍ତି, କୋଧପୁର ଡିଭିଜନର ରାଜକ୍ୟୁୟାସ ବୋମରାଡା ନିକଟରେ ଏହି ଟ୍ରେନର ବଗି ଗୁଡିକ ଲାଇନଚ୍ୟୁତ ହୋଇଛି । ତେବେ ଏହି ଦୁର୍ଘଟଣାରେ 5 ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ରେଳବାଇର ଜେନେରାଲ ମ୍ୟାନେଜର ଓ ଅନ୍ୟ ଉଚ୍ଚ ପଦାଧିକାରୀ ମାନେ ରେଳବାଇ ଜୟପୁର ମୁଖ୍ୟାଳୟରେ ଏହାର ତଦାରଖ କରୁଛନ୍ତି ।

ସେହିପରି ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ରେଳବାଇ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି ଓ ସେହି ଲାଇନରେ ଚଳାଚଳ ସମସ୍ତ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।