ନୂଆ କୌଶଳରେ ଚୋରି କଲେ ଚୋର, ମହିଳା ସେଲସମ୍ୟାନଙ୍କୁ ଭୁଆଁ ବୁଲେଇ ଲୁଟିନେଲେ 2ଟି ଦାମୀ ମୋବାଇଲ, ଦେଖନ୍ତୁ video

ମ୍ୟାଡାମ କଣ ସବୁ ଫୋନ ଅଛି ଟିକେ ଦେଖେଇଲେ । ସେହି ଫୋନ ଦେଖାନ୍ତୁ, ନାଇ ତା’ ପାଖଟା ଦେଖାଉ ନାହାନ୍ତି । ଆରେ ମ୍ୟାଡାମ ମୋତେ ସେଇ ଫୋନ ତା ଦେଖାଉନ । ଏଇ ସେଇ ଯୋଉ ପ୍ଯାକେଟରେ ଅଛି ସେଇଟା । କଣ ତ ସେ ବ୍ରାଣ୍ଡର ନାଁ ଟା ମୋର ମନେ ପଡୁନି । ସେହି ଫୋନକୁ ଆପଣ ଟିକେ ଦେଖାଉ ନାହାନ୍ତି । ଆରେ ନା ମ୍ୟାଡାମ ଇଏ ସେହି ଫୋନ ନୁହେଁ । ଆପଣ ଟିକେ ଦେଖାଉ ନାହାନ୍ତି ଆଉ କଣ ଭଲ ଫୋନ ଅଛି । ହଉ ଛାଡନ୍ତୁ ମୁଁ ଯୋଉଟା ଖୋଜୁଛି ଆପଣଙ୍କ ପାଖରେ ବୋଧେ ନାହିଁ ।

ଏମିତି କହି ମୋବାଇଲ ଦୋକାନରୁ ଲୁଟି ନେଲେ ମୋବାଇଲ । ସେ ବି ଦୁଇ ଦୁଇଟି ନୂଆ ଫୋନ । ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଚୋର କିପରି ଚୋରିର ନୂଆ କୌଶଳ ଆପଣେଇ ଆଖି ସାମ୍ନାରୁ ହିଁ ଫୋନ ଲୁଟିନେଲେ । ମହିଳା ସେଲସମ୍ୟାନ ଏକାକୀ ଦୋକାନରେ ଥିବା ବେଳେ ତାଙ୍କୁ ଜାଲରେ ଫସେଇ ଦୁଇଟି ମୋବାଇଲ ଲୁଟି ନେଲେ ଚୋର ।

ହେଲେ ଏହି ଦୁଇ ମହାଶୟ ଦୋକାନକୁ ଚୋରି କରିବାକୁ ତ ଆସିଗଲେ ହେଲେ ଦୋକାନରେ ସିସିଟିଭି ଲାଗିଛି ବୋଲି ଆଉ ବୋଧେ ଦେଖି ନାହାନ୍ତି କି ବୁଦ୍ଧି ଖଟେଇ ନାହାନ୍ତି । ଯାହାଫଳରେ ମହିଳା ସେଲସମ୍ୟାନଙ୍କୁ ଭୁଆଁ ବୁଲେଇ ଖସି ପଳେଇବାକୁ ଚେଷ୍ଟା କରୁଥିବା ଚୋରର ମୁହଁ କିନ୍ତୁ ସିସିଟିଭି କ୍ୟାମେରାରେ ଜଳଜଳ ହୋଇ ଦେଖାଯାଉଛି । ଏହି ସିସିଟିଭି ଫୁଟେଜ ଦେଖିଲେ ଆପଣ ଜାଣିପାରିବେ କି ଏହି ବାବୁଜଣକ କିଭଳି ଦୋକାନରୁ ମୋବାଇଲ ଦୁଇଟି ଚୋରି କରୁଛନ୍ତି ।

ସେ ବି ମହିଳା ସେଲସମ୍ୟାନଙ୍କ ସାମ୍ନାରେ । ଆଜି ସାକାଳୁ ଚୌଦ୍ବାରର ବିରାଟ ବଜାରରେ ଥିବା ଶାନ୍ତି ମୋବାଇଲ ଷ୍ଟୋରରୁ ଏହି ଦୁଇ ଚୋର କୌଶଳକ୍ରମେ ଦୁଇଟି ଦାମୀ ମୋବାଇଲ ଚୋରି କରି ଚମ୍ପଟ ମାରିଥିଲେ । ଆଉ ସିସିଟିଭି ଫୁଟେଜ ଦେଖିବା ପରେ ଏହି ଦୁଇ ଜଣଙ୍କ ଯଦି କେହି ଦେଖିଛନ୍ତି ବା ଜାଣିଛନ୍ତି ସେନେଇ ଜଣାଇବାକୁ ଦୋକାନୀ ମାଲିକ ଅନୁରୋଧ କରିଛନ୍ତି ।

ଏହି ଭିଡିଓ ଦେଖିବା ପରେ ଆପଣ ବି ଯଦି କୌଣସି ଦୋକାନ କରିଛନ୍ତି ଆଉ ଜିନିଷପତ୍ର ବିକ୍ରି କରୁଛନ୍ତି ତେବେ ସଚେତନ ରହିବା ଉଚିତ । ତା’ହେଲେ ଯାଇ ଏମିତି ଅଘଟଣରୁ ବଞ୍ଚିଯିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।