ଗାଁ ସାରା ଆତଙ୍କ ଖେଳାଇଛନ୍ତି ପିମ୍ପୁଡି, ଘରୁ ବାହାରି ପାରୁ ନାହାନ୍ତି ଲୋକେ, ଦେଖନ୍ତୁ କଣ ରହିଛି ପରିସ୍ଥିତି, ଦେଖନ୍ତୁ video

ଗାଁ ସାରା ଲୋକଙ୍କୁ କଲବଲ କରୁଛନ୍ତି ନାଲି ପିମ୍ପୁଡି । ଘରୁ ବାହାର କରି ଦେଉ ନାହାନ୍ତି କି ବାଟରେ ଚଳାଇ ଦେଉ ନାହାନ୍ତି । ରାସ୍ତାରେ ଚାଲିଲା ମାନେ ରଟ କିନା କାମୁଡି ପକାଉଛନ୍ତି । ଗାଁ ସାରା ଯୁଆଡେ ଦେଖିବେ ଖାଲି ପିମ୍ପୁଡି ଆଉ ପିମ୍ପୁଡି । ଏହି ନାଲି ପିମ୍ପୁଡିମାନେ ଏବେ ଗ୍ରାମବାସୀଙ୍କୁ ଆତଙ୍କିତ କରିଛନ୍ତି । ପୁରୀ ଜିଲ୍ଲାର ପିପିଲି ଚନ୍ଦ୍ରାଦେଇପୁରରେ ଦେଖିବାକୁ ମିଳିଛି ମାଳ ମାଳ ନାଲି ପିମ୍ପୁଡିଙ୍କ ଆତଙ୍କ । ଘରେ ବସି ହେଉନି କି ରାସ୍ତାରେ ଚାଲି ହେଉନି ।

ଘର କାର୍ଯ୍ୟ ହେଉ କି ଚାଷ କାର୍ଯ୍ୟ ପିମ୍ପୁଡି ସବୁଥିରେ ବାଧକ ସାଜିଛି । ଏହି ନାଲି ପିମ୍ପୁଡି ଗାଁ ଲୋକଙ୍କୁ ଅସ୍ତବ୍ୟସ୍ତ କରି ସାରିଲେଣି । ଯାହାଫଳରେ ପିମ୍ପୁଡିର ଉପଦ୍ରବକୁ ନେଇ ପ୍ରଶାସନ ପାଖରେ ଗ୍ରାମବାସୀ ମିନତି କରିଛନ୍ତି । ଗାଁରେ ରହୁଥିବା ଶହ ଶହ ଲୋକେ ଗ୍ରାମରୁ ପିମ୍ପୁଡି ମାରିବା ପାଇଁ ପ୍ରଶାସନର ସହଯୋଗ ଲୋଡିଛନ୍ତି । କାରଣ ଗାଁରେ ଦୀର୍ଘ ଆଠ ମାସ ଧରି ମାତିଥିବା ଏହି ପିମ୍ପୁଡି କିଛି ବି କରେଇ ଦେଉ ନାହାନ୍ତି । ଲୋକେ ଠିଆ ହେବା ମାତ୍ରେ ଶରୀରରେ ଚଢି ଯାଉଛନ୍ତି ।

ଏହି ନାଲି ପିମ୍ପୁଡି କାମୁଡିବା ତ ଦୂରର କଥା କେବଳ ଚଢିଗଲେ ମଧ୍ୟ କୁଣ୍ଡାଇ ହେବା ସହ ଫଳି ଯାଉଛି ଏବଂ ଘା’ ଭଳି ହୋଇଯାଉଛି । ପିମ୍ପୁଡି ଯୋଗୁଁ ଦୀର୍ଘ ଆଠ ମାସ ହେବ ଗାଁ ଲୋକେ ବହୁତ କଲବଲ ହେଲେଣି । ଯେଉଁଠି ଦେଖିବେ ସେଇଠି ପିମ୍ପୁଡି ଦେଖା ଯାଉଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପିମ୍ପୁଡି ମାନେ ଦେହ ଉପରେ ଚାଲିଗଲେ ଏକ ପ୍ରକାର ତାର; ପଦାର୍ଥ ଛାଡି ଦେଉଛନ୍ତି ।

ଯାହା କିଛି ସମୟ ପରେ କୁଣ୍ଡାଇ ହେଉଛି ଓ କୁଣ୍ଡାଇବା ପରେ ଫଳି ଯାଇ ଘା ଭଳି ହୋଇଯାଉଛି । ଡାକ୍ତରଖାନାରେ ଦେଖାଇ ଔଷଧ ଆଣି ଲଗାଇଲେ ମଧ୍ୟ ତାହା କିଛି କାମ ଦେଉନାହିଁ । ଅଳ୍ପ କିଛି ସମୟ ପାଇଁ ଉପଶମ ଲାଗିଲେ ମଧ୍ୟ ପରେ ଯାହାକୁ ସେଇଆ ରହୁଛି । ପିମ୍ପୁଡି ଯୋଗୁଁ ଗ୍ରାମବାସୀ ବାହାରେ ଠିଆ ହୋଇ ପାରୁ ନାହାନ୍ତି କି କୌଣସି କାର୍ଯ୍ୟ କରି ପାରୁ ନାହାନ୍ତି । ଏମିତି ଯଦି ଲାଗି ରୁହେ ତେବେ ଏହା ଯୋଗୁଁ ଗାଁ ଛାଡିବା ନେଇ ମଧ୍ୟ ଗ୍ରାମବାସୀ ମନସ୍ଥ କରିଛନ୍ତି ।

କିଛିଦିନ ତଳେ ଆସିଥିବା ବନ୍ୟାରେ ଗାଁରେ ପିମ୍ପୁଡିଙ୍କ ସଂଖ୍ୟା କମିବା ବଦଳରେ ଆହୁରି ବଢିଯାଇଛି । ସେଥିପାଇଁ ପ୍ରଶାସନ ପାଖରେ ଏନେଇ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।