ସ୍କୁଲ ନେବା ବାଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟେକି ନେଲା ଅଭିଯୁକ୍ତ, ଚାରିଦିନ କାଳ ରଖି କରିଲା ଏମିତି କାଣ୍ଡ…ଦେଖନ୍ତୁ Video

ଯୁବତୀଙ୍କୁ ଚାରିଦିନ କାଳ ଅଟକ ରଖି କରାଯାଇଛି ଦୁଷ୍ଅର୍ମ । ତାଙ୍କୁ ବଳପୂର୍ବକ ଉଠାଇ ନେଇ ଦୁଷ୍ଅର୍ମ କରିଛି ଅଭିଯୁକ୍ତ । ଏହି ଯୁବକ ଗୋଟିଏ ନିରୀହ ଝିଅକୁ ଚାରିଦିନ ଧରି ବଳାତ୍କାର କରିଥିଲା । କାମନା ବାସନାରେ ମାନବିକତା ଭୁଲି ଯାଇଥିଲା ଏହି ଅଭିଯୁକ୍ତ । ଗୋଟିଏ ନିରୀହ ଝିଅ ସହ ବନ୍ଦ କୋଠରି ଭିତରେ ଦୁଷ୍ଅର୍ମ କରି ଚାଲିଥିଲା । ଯାହାକୁ ବିଶ୍ବାସ କରୁଥିଲା ସେ ହିଁ ବିଷ ଦେଲା । ସ୍କୁଲ ନେବା ଆଳରେ ଯୁବତୀଙ୍କୁ ଅପହରଣ କରି ତାଙ୍କ ସହ ଦୁଷ୍ଅର୍ମ କଲା ।

ଯେଉଁ ଗାଡିରେ ଯୁବତୀ ସ୍କୁଲ ଯାଉଥିଲେ ସେହି ଗାଡିର ଡ୍ରାଇଭର ସାଜିଲା ଶଇତାନ । ସ୍କୁଲ ନେବା ବାଟରେ ହିଁ ଯୁବତୀଙ୍କୁ ଟେକି ନେଇ ଚାରିଦିନ କାଳ ତାଙ୍କ ସହ ଦୁଷ୍ଅର୍ମ କରିଥିଲା ଏହି ଶଇତାନ ଯୁବକ ଜଣକ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦ୍ଵୀପର ଲକ୍ ଥାନା ଅଞ୍ଚଳରେ । ବଳାତ୍କାର କରିଥିବା ଯୁବକ ଜଣକ ହେଉଛନ୍ତି ପାରାଦ୍ଵୀପ ବୃନ୍ଦାବନ କଲୋନୀର ଅନିଲ ନାୟକ ଓରଫ ଚିନୁ ।

ସେ ଜଣେ ଯୁବତୀଙ୍କୁ ଚାରିଦିନ ଜୋର ଜବରଦସ୍ତ ଅଟକି ରଖି ତାଙ୍କ ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଗତ ଶନିବାର ଦିନ ରାତି ପ୍ରାୟ ୧୧ଟା ସମୟରେ ପୀଡ଼ିତାଙ୍କୁ ଉଦ୍ଧାର କରିଛି ପୋଲିସ । ଜଣାପଡିଛି କି ଉକ୍ତ ଯୁବତୀ ଜଣକ ଦଶମ ଶ୍ରେଣୀର ଛାତ୍ରୀ ।

ସେ ଯେଉଁ ଗାଡିରେ ସବୁଦିନ ସ୍କୁଲ ଯିବା ଆସିବା କରନ୍ତି ସେହି ଗାଡିର ଚାଳକ ଚାରିଦିନ ପୂର୍ବେ ତାଙ୍କୁ ଉଠାଇ ନେଇ ଲକ୍ ଥାନା ଅଞ୍ଚଳର ଏକ ଘରେ ରଖି ବଳପୂର୍ବକ ବଳତ୍କାର କରି ଚାଲିଥିଲା । ଏପଟେ ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରୁଥିଲେ । ସମ୍ପୃକ୍ତ ଗାଡି ଚାଳକ କିଛି ଜାଣି ନଥିବା ଅଭିନୟ କରି କଥାକୁ ଏଡାଇ ଚାଲିଥିଲା । ଶନିବାର ରାତି ୮ଟାରେ ପୀଡ଼ିତାଙ୍କ ପରିବାର ଲୋକେ ବିଶେଷ ସୂତ୍ରରୁ ଖବର ପାଇ ପୁଣି ଥରେ ଗାଡିଚାଳକଙ୍କୁ ପଚରାଉଚରା କରିଥିଲେ ।

ଯାହାପରେ ତାଙ୍କୁ ନେଇ ଆହୁରି ସନ୍ଦେହ ବଢିଥିଲା ଓ ପୋଲିସ ସହାୟତାରେ ଘଟଣାସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।