ଛାତ୍ରଙ୍କ ଉତ୍ତରଖାତା ଦେଖି ବେହୋସ ହେଲେ ସାର୍, ଏମିତି ଉତ୍ତର ଲେଖିଲେ ଯେ ସାରା ଓଡିଶାରେ ହେଉଛି ଭାଇରାଲ, ଦେଖନ୍ତୁ video

କରୋନା ପରେ ସ୍କୁଲ ଖୋଲିଲା ଓ ପରୀକ୍ଷା ହେଲା । ସ୍କୁଲ ଆସି ଛାତ୍ର ଛାତ୍ରୀମାନେ ପରୀକ୍ଷା ମଧ୍ୟ ଦେଲେ । ହେଲେ ପରୀକ୍ଷା ଉତ୍ତର ଖାତା ଦେଖିବା ପରେ ବେହୋସ ହୋଇଗଲେ ସାର୍ । ପରୀକ୍ଷା ଖାତାରେ ଏମିତି କିଛି ଲେଖାଥିଲା କାହାକୁ ସହଜରେ ଗ୍ରହଣ କରି ପାରି ନଥିଲେ ସାର୍ । ସେ ହସିବେ କି ରାଗିବେ କି ବୁଝି ପାରୁ ନଥିଲେ । ଏମିତି କଣ ପାଇଁ ଜାଣିଲେ ଆପଣଙ୍କ ଅବସ୍ଥା ବି ସେମିତି ହେବ । ଟିକେ ଭଲରେ ଏହି ପରକ୍ଷା ଉତ୍ତର ଖାତାକୁ ଦେଖନ୍ତୁ ।

ଏହାପରେ ଆପଣ ଜାଣିପାରିବେ କି ସାର୍ କାହିଁକି ବେହୋସ ହୋଇ ଯାଇଥିଲେ । ଏହି ଉତ୍ତର ଖାତାଟି ହେଉଛି କୌଣସି ଜଣେ ଛାତ୍ରଙ୍କ ଭୂଗୋଳ ପ୍ରଶ୍ନୋତ୍ତର ଖାତା । ପ୍ରଶ୍ନ ରହିଛି କି, “ପ୍ରଦୂଷଣରୁ କିପରି ମୁକ୍ତ ହୋଇପାରିବା ?” ଆଉ ଏହି ପ୍ରଶ୍ନର ଉତ୍ତରରେ ଛାତ୍ରଜଣକ ଏମିତି କିଛି ଲେଖିଛନ୍ତି ଯେ ଯାହା ପଢିଲେ ଆପଣ ବି ହସି ହସି ଚେୟାରରୁ ଗଳିପଡିବେ । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରଥମ ଲାଇନ ପରେ ସେ ଏମିତି କିଛି ଲେଖିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଛାତ୍ରଜଣକ ଉତ୍ତର ଲେଖିବା ଆରମ୍ଭ କରି ଲେଖିଛନ୍ତି, “ଗାଡିରୁ ବାହାରୁଥିବା ଧୂଆଁ ଓ କଳକାରଖାନାରୁ ବାହାରୁଥିବା ପାଣି ଏବଂ ପ୍ରଦୂଷିତ ଧୂଆଁ କମ୍ ହେଲେ ପ୍ରଦୂଷଣରୁ ରକ୍ଷା ପାଇ ପାରିବା । ହଳଦୀ ବସନ୍ତ ଚଢେଇ ତୁ ଆଲୋ ହଳଦୀ ମୁହିଁ । ସୋରିଷ ଫୁଲିଆ ଛିଟ ଶାଢୀ ଲୋ ତୋଟୋ ଭାରି ମାନଇ ।

ଆମେ ଏହିଭଳି ସାବଧାନ ଅବଲମ୍ଭନ କଲେ ପ୍ରଦୂଷଣରୁ ମୁକ୍ତି ପାଇ ପାରିବା ।” ଆରମ୍ଭରେ ଉତ୍ତର ଲେଖିଛନ୍ତି ଆଉ ମଝିରେ ଆଲବମ ଗୀତ ଲେଖି ବହୁତ ଚତୁରତାର ସହ ସେ ଶେଷରେ ଏଭଳି ଲାଇନ ଲେଖି ଉତ୍ତରକୁ ଶେଷ କରିଛନ୍ତି । ଏଭଳି ଅନ୍ୟ ଏକ ଖବର କିଛିଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଯେଉଁଥିରେ ଗୁଆଘିଅ ଗୀତ ଲେଖି ଜଣେ ଛାତ୍ର ଚର୍ଚ୍ଚାକୁ ଆସିଥିଲେ । ଏମିତି ଚାଲାଖ ଛାତ୍ରଙ୍କୁ ଆପଣ ଏହି ଉତ୍ତର ସବୁ ପଢି ନିଶ୍ଚୟ ବୁଝି ପାରୁଥିବେ । ଏହା ପଢି ଲୋକେ କହୁଛନ୍ତି ଛାତ୍ରଙ୍କର ଏଭଳି ଉତ୍ତରକୁ ଶହେ ତୋପର ସଲାମ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।